କଟକ ଜିଲ୍ଲା ବାରଙ୍ଗ ବ୍ଲକ ସାନମୁଣ୍ଡଳୀ ଅଞ୍ଚଳର ୭୦ ବର୍ଷୀୟ ବୃଦ୍ଧ ନନ୍ଦକିଶୋର ଙ୍କ ନିଖୋଜ ଘଟଣା ଏବେ ବି ରହସ୍ୟ ଘେରରେ। ଏହି ଘଟଣାକୁ ଆଜକୁ ୧୦ ଦିନ ବିତି ଯାଇଥିଲେ ମଧ୍ୟ ନନ୍ଦ କିଶୋର ଙ୍କର କୌଣସି ବି ଖୋଜ ଖବର ନାହିଁ। କୁଆଡେ ଗଲେ ନନ୍ଦକିଶୋର? ଏହାକୁ ନେଇ ଏବେ ବିଭିନ୍ନ ଲୋକ ଭିନ୍ନ ଭିନ୍ନ କଥା କହୁଛନ୍ତି। କେହି କେହି ତାଙ୍କୁ ସାପ ଗିଳି ଦେଇଥିବା କହୁଥିବା ବେଳେ ଆଉ କେହି ନନ୍ଦ କିଶୋର ଙ୍କୁ କେହି ମାରି ସାପ ଆଗରେ ଫିଙ୍ଗି ଦେଇଥିବା କହିଛନ୍ତି।
ଆଉ ଅନ୍ୟ ପଟେ ୧୦ ଦିନ ତଳେ ଅଜଗରର ପେଟ ଯେତିକି ଫୁଲିଥିଲା ତାହା ଏବେ କମିବାରେ ଲାଗିଛି। ଅର୍ଥାତ୍ କୁହାଯାଉଛି ଯେ, ଅଜଗର ଯାହାକୁ ଗିଳିଛି ତାକୁ ସେ ଧୀରେ ଧୀରେ ହଜମ କରିସାରିଲାଣି। ଯାହା ଫଳରେ ୧୦ ଦିନ ତଳେ ଅଜଗର ର ପେଟ ଯେତିକି ଫୁଲିଥିଲା ତାହା ଏବେ କମିଲାଣି। ଅଜଗର ଗିଳିଥିବା ଖାଦ୍ୟ ଏବେ ହଜମ ହେବାକୁ ବସିଲାଣି ହେଲେ ନନ୍ଦକିଶୋର ଏବେ କେଉଁଠିି ତାହା ସ୍ପଷ୍ଟ ହୋଇ ପାରୁନାହିଁ।
କୁହାଯାଉଛି କି, ଅଜଗର ଗିଳିଥିବା ଖାଦ୍ୟ ସଂପୂର୍ଣ୍ଣ ହଜମ ହୋଇଯିବା ପରେ ଅଜଗର ସେଠାରୁ ଚାଲିଯିବ ହେଲେ ନାଁ ଏପର୍ଯ୍ୟନ୍ତ ଅଜଗର ର ପେଟ ସ୍କାନ ହେଲା ନାଁ ଅଜଗର ବାନ୍ତି ର ପରୀକ୍ଷା କରାଗଲା, ନାଁ ଅଜଗର କାହାକୁ ଗିଳିଛି ତାହା ମଧ୍ୟ ସ୍ପଷ୍ଟ କରାଗଲା। ଆଉ ଯେତେବେଳେ ଅଜଗର ପେଟରୁ ଏହା ହଜମ ହୋଇଯିବ ଆଉ ଅଜଗର ସେଠାରୁ ଚାଲିଯିବ ସେତେବେଳେ ଚାହିଁଲେ ହିଁ କିଛି କରାଯାଇପାରିବନାହିଁ।
ସବୁଠୁ ବଡ଼ କଥା ହେଉଛି, ଏହି ଘଟଣାକୁ ନେଇ ନନ୍ଦକିଶୋର ଙ୍କ ପରିବାର ଗୋଟିଏ କଥା କହୁଥିବା ବେଳେ ବନ ବିଭାଗ ଓ ପୋଲିସ୍ ବିଭାଗ ଆଉ ଗୋଟେ କଥା କହୁଛନ୍ତି। ପରିବାର ଲୋକଙ୍କ କହିବାନୁଯାୟୀ ଉଭୟ ପୋଲିସ ଓ ବନ ବିଭାଗ ଅଜଗର ପେଟ ସ୍କାନ କରୁନାହାଁନ୍ତି କିମ୍ବା ନିଖୋଜ ନନ୍ଦକିଶୋର ଙ୍କ ପତ୍ତା ନେବା ଦିଗରେ କୌଣସି ତତ୍ପରତା ଦେଖାଉଛନ୍ତି।
ଆଉ ସେପଟେ କଟକଣା ଅଞ୍ଚଳରେ ଅଜଗରର ପେଟ ସ୍କାନ ହୋଇପାରିବନି ବୋଲି କହିଛି ବନ ବିଭାଗ। ହେଲେ ନନ୍ଦକିଶୋର ଙ୍କ ପରିବାର ଲୋକଙ୍କ କହିବାନୁଯାୟୀ ଗୋଟିଏ ମଣିଷ ଜୀବନ ଠାରୁ ନିୟମ କଣ ଏତେ ଗୁରୁତ୍ୱପୂର୍ଣ୍ଣ! ଯଦି ସାପ ଏଠାରୁ ଚାଲିଯିବ ତେବେ ନନ୍ଦ କିଶୋର ଙ୍କୁ ସାପ ଗିଳିଛି କି ନାହିଁ ବୋଲି କିଭଳି ଜଣାପଡିବ ବୋଲି ନନ୍ଦକିଶୋର ଙ୍କ ପରିବାର କହିଛନ୍ତି।