Breaking News

ଅଟୋ ଚଲଉଛନ୍ତି ଟୁଙ୍ଗୁରୁ ପଛରେ ବସିଛନ୍ତି ବର୍ଷା, ଲକ୍ଷ୍ମୀ ପୂଜାରେ ଟୁଙ୍ଗୁରୁ ଭୋଳ ସହ ବର୍ଷାର ପ୍ରେମ.. ଦେଖନ୍ତୁ ଭିଡିଓ

ଗତ କିଛି ମାସ ତଳେ ଓଡ଼ିଶାର ବହୁ ଚର୍ଚ୍ଚିତ ଖବର ପାଲଟିଥିବା ଟୁଙ୍ଗୁରୁ ଭୋଳ ଓ ବର୍ଷାର ପ୍ରେମ କାହାଣୀ ବିଷୟରେ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ। ତେବେ ଏହି ଘଟଣାକୁ ନେଇ ଏବେ ବି ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଥମି ନାହିଁ। ଚଳିତ ବର୍ଷ ଲକ୍ଷ୍ମୀ ପୂଜାର ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ।

 

ତେବେ ଚଳିତ ବର୍ଷ ଲକ୍ଷ୍ମୀ ପୂଜାରେ ଦେଖିବାକୁ ମିଳିଛି ଟୁଙ୍ଗୁରୁ ଭୋଳ ଆଉ ବର୍ଷାଙ୍କୁ। ଅଟୋ ଚଳାଉଛନ୍ତି ଟୁଙ୍ଗୁରୁ ଆଉ ପଛରେ ବସିଛନ୍ତି ବର୍ଷା। ଆଉ ପଛରେ ବସିଥିବା ବର୍ଷା ଙ୍କୁ ଗୋଲାପ ଫୁଲ ଦେଉଛନ୍ତି ଟୁଙ୍ଗୁରୁ। ନିକଟରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାର ଲକ୍ଷ୍ମୀ ପୂଜାରେ।

ତେବେ ଧରା ପୃଷ୍ଠ କୁ ଆଗମନ କରିଛନ୍ତି ଧନଦାତ୍ରି ମା ମହାଲକ୍ଷ୍ମୀ। ମା ଙ୍କ ଆଗମନ କୁ ନେଇ ଗାଆଁ ଠୁ ସହର ସବୁଠି ଉତ୍ସବ ମୁଖର। ମା ଙ୍କ ସ୍ବାଗତ ପାଇଁ ସମସ୍ତେ ଉତ୍ସାହିତ। ବିଗତ ଦୁଇ ବର୍ଷ କରୋନା କଟକଣା ପରେ ଆସିଛି ଲକ୍ଷ୍ମୀ ପୂଜା। ମା ଙ୍କ ଆଶିଷ ରୁ ପୁନର୍ବାର ଚଳିତ ବର୍ଷ ଉତ୍ସାହ ର ସହ ସବୁଠି ଚାଲିଛି ମା ଲକ୍ଷ୍ମୀ ଙ୍କ ପୂଜା।

ତେବେ ଏହି ପରିପ୍ରେକ୍ଷୀରେ ୫୨ ବର୍ଷ ଧରି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ରେ ଦାମୋଦରପୁର ଗ୍ରାମରେ ମା ଲକ୍ଷ୍ମୀ ଙ୍କ ପୂଜା ଅତି ଧୁମ୍ ଧାମରେ ଅନୁଷ୍ଠିତ ହୋଇଆସୁଛି। ଚଳିତ ବର୍ଷ ମଧ୍ୟ ମା ଙ୍କ ପୂଜା କୁ ନେଇ ଗ୍ରାମର ସମସ୍ତ ପୂଜା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଦେଖିବାକୁ ମିଳିଥିଲା। ଗ୍ରାମର ସମସ୍ତ ପୂଜା କମିଟି ପକ୍ଷରୁ ଅତି ସୁନ୍ଦର ଭାବରେ ଗ୍ରାମକୁ ସଜ୍ଜିତ କରାଯାଇଥିବା ବେଳେ ପ୍ରତ୍ୟେକ ସାହିରେ ଭକ୍ତଙ୍କୁ ଆକୃଷ୍ଟ କରିବା ଭଳି ଅନେକ ସୁନ୍ଦର ସୁନ୍ଦର ପାରୁଆଳି ମଧ୍ୟ କମିଟି ପକ୍ଷରୁ ନିର୍ମାଣ କରାଯାଇଛି।

ସେହିଭଳି ଚଳିତ ବର୍ଷ ପୂଜାରେ ଟୁଙ୍ଗୁରୁ ଓ ବର୍ଷା ଙ୍କ ପ୍ରେମ କାହାଣୀ କୁ ନେଇ ନିର୍ମାଣ କରାଯାଇଥିବା ପାରୁଆଳି ଦର୍ଶକ ମାନଙ୍କୁ ଖୁବ୍ ଆକୃଷ୍ଟ କରିଛି। ଅନ୍ୟ ପକ୍ଷରେ, ଗାଆଁ ରେ ଭଳିକି ଭଳି ଦୋକାନ ବଜାର ସାଙ୍ଗକୁ ମୀନା ବଜାର ର ମଜା ନେବାକୁ ଛୁଟୁଛି ଲୋକଙ୍କ ସୁଅ। ସେପଟେ ଶାନ୍ତି ଶୃଙ୍ଖଳା କୁ ଦୃଷ୍ଟି ରେ ରଖି ସୁକିନ୍ଦା ପୋଲିସ ପକ୍ଷରୁ ଗାଆଁ ରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *