ଗତ କାଲି ରାତିରେ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ର ହାଇଦ୍ରାବାଦ୍ ୟଶୋଦା ହସ୍ପିଟାଲ୍ ରେ ମୃତ୍ୟୁ ହୋଇ ଯାଇଛି । କିଛି ଦିନ ହେବ ତାଙ୍କର ସ୍ଵାସ୍ଥ୍ୟ ଅବସ୍ଥା ଭଲ ନଥିଲା । ଆଉ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଥିଲା । ପ୍ରଥମେ ଭୁବନେଶ୍ଵର କିମ୍ସ୍ ହସ୍ପିଟାଲ୍ ରେ ତାଙ୍କର ଚିକିତ୍ସା କରା ଯାଇଥିଲା । ସେଠୀ ଜଣା ପଡିଥିଲା ଯେ ସେ ଲିଭର ସିରୋସିସ ରୋଗରେ ପୀଡିତ ଅଛନ୍ତି । କିଛି ଦିନ ଚିକିତ୍ସାଧିନ ରହିବା ପରେ କିମ୍ସ୍ ହସ୍ପିଟାଲ୍ ର ଡକ୍ଟର ତାଙ୍କୁ ଲିଭର ଟ୍ରାନ୍ସ୍ ପ୍ଲାଣ୍ଟ କରିବା ପାଇଁ କହିଥିଲେ ।
ଅଭିନେତା ପିଣ୍ଟୁ ନନ୍ଦ ଙ୍କ ର ମୃତ୍ୟୁ ପୂର୍ବରୁ ଅନେକ ସ୍ବପ୍ନ ରହିଥିଲା । ହେଲେ ତାଙ୍କର ସ୍ବପ୍ନ ସବୁ ଅଧୁରା ରହିଗଲା । ତାଙ୍କ ସହିତ ତାଙ୍କ ସ୍ବପ୍ନ ମଧ୍ୟ ଚାଲିଗଲା। ନିଜ ପରିବାର ଠାରୁ ଦୂରରେ ରହିଥିଲେ ଅଭିନେତା ପିଣ୍ଟୁ ନନ୍ଦ। ସେ ହସ୍ପିଟାଲ୍ ରେ ଥିବା ବେଳେ କହୁଥିଲେ ଯେ ଭଲ ହୋଇ ପ୍ରଥମେ ନିଜ ପରିବାର ପାଖକୁ ଯିବେ । ସ୍ତ୍ରୀ ଏବଂ ପିଲା ମାନଙ୍କ ସହିତ ସମୟ ବିତାଇବେ । ଆଉ ସ୍ତ୍ରୀ କୋଳରେ ମୁଣ୍ଡ ରଖି ଅନେକ ଦିନର ଲୁଚି ରହିଥିବା କଥା ଜଣାଇବେ । ହେଲେ ତାଙ୍କ ସ୍ବପ୍ନ ସ୍ବପ୍ନ ରେ ରହିଗଲା ।
ପରିବାର ଠାରୁ ଦୂରରେ ରହି ଅତ୍ୟଧିକ ମଦ ପିଇବା କାରଣ ରୁ ତାଙ୍କର ଲିଭର ନଷ୍ଟ ହୋଇ ଯାଇଥିଲା । ଆଉ ତାଙ୍କ ଅପରେସନ କରିବା ପାଇଁ ତାଙ୍କୁ ଦିଲ୍ଲୀ ପଠାଯାଇଥିଲା । ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା କରା ଯାଉଥିଲା । କିନ୍ତୁ ସେହି ହସ୍ପିଟାଲ୍ ର ରୁଲ୍ ଅନୁସାରେ କେବଳ ପରିବାର ସଦସ୍ୟ ହିଁ ଲିଭର ଦେଇ ପାରିବେ । ହେଲେ ଯାହାଙ୍କ ଲିଭର ମ୍ୟାଚ୍ ତାଙ୍କର ବ୍ଲଡ ଗ୍ରୁପ୍ ମ୍ୟାଚ୍ କଲା ନାହିଁ । ସେଥିପାଇଁ ତାଙ୍କୁ ହାଇଦ୍ରାବାଦ୍ ଯଶୋଦା ହସ୍ପିଟାଲ୍ କୁ ସ୍ଥାନାନ୍ତରିତ କରାଗଲା।
ଆଉ ସେଠୀ ଡୋନର ମିଳିବା କଷ୍ଟ ହୋଇ ପଡ଼ିଥିଲା । ଏପଟେ ତାଙ୍କ ଅପରେସନ ଏବଂ ହସ୍ପିଟାଲ୍ ମେଡ଼ିସିନ୍ ଖର୍ଚ୍ଚ ପାଇଁ ବହୁତ୍ ଟଙ୍କା ଦରକାର ହେଉଥିଲା । ଓଲିଉଡ଼ କଳାକାର ମାନେ ଏବଂ ସାଧାରଣ ଜନତା ମିଶି ତାଙ୍କୁ ଅନେକ ସାହାଯ୍ୟ କରିଛନ୍ତି କିନ୍ତୁ ଠିକ୍ ସମୟରେ ଲିଭର ଡୋନର ନ ମିଳିବା କାରଣରୁ ତାଙ୍କର ସ୍ବାସ୍ଥ୍ୟ ଅତ୍ୟନ୍ତ ଖରାପ ହୋଇ ପଡ଼ିଥିଲା ଆଉ ଗତ କାଲି ରାତିରେ ତାଙ୍କର ମୃତ୍ୟୁ ହୋଇଛି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।