ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏଭଳି କିଛି ଅଭିନେତା ଅଛନ୍ତି ଯିଏ ନିଜର ଦମଦାର ଅଭିନୟ ବଳରେ ଓଡ଼ିଆ ଦର୍ଶକ ମାନଙ୍କ ମଧ୍ୟରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଓଲିଉଡର ସେହିଭଳି ଜଣେ ଲୋକପ୍ରିୟ ଅଭିନେତା ହେଉଛନ୍ତି ଅନୁଭବ ମହାନ୍ତି। ଅନୁଭଵଙ୍କୁ କିଏ ବା ନଜାଣେ!! ଏକଦା ଆଲବମ୍ ଜଗତରେ ରାଜ୍ କରିଥିବା ଅନୁଭବ ଏବେ ଓଲିଉଡ ଜଗତର ଜଣେ ଅତି ପରିଚିତ ଚେହେରା।
ତାଙ୍କୁ ଓଡ଼ିଶାର ଜଣେ ଆଗଧାଡିର ଅଭିନେତା କହିଲେ ମଧ୍ୟ ଚଳେ। ଜଣେ ଅଭିନେତା ସହିତ ସେ ଜଣେ ରାଜନେତା ମଧ୍ୟ। ବର୍ତ୍ତମାନ ସେ କେନ୍ଦ୍ରପଡା ର ସାଂସଦ ଭାବେ କାର୍ଯ୍ୟ କରୁଛନ୍ତି । ଅଭିନୟ ଜୀବନକୁ ନେଇ ହେଉ କିମ୍ବା ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ କିଛି ନାଁ କିଛି କାରଣ ପାଇଁ ଅନୁଭଵ ଚର୍ଚ୍ଚାରେ ରହିଆସିଛନ୍ତି।
ବେଶ୍ କିଛି ମାସ ହେଇଯିବ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ସହିତ ପାରିବାରିକ ବିବାଦକୁ ନେଇ ସେ ଚର୍ଚ୍ଚାର ପରିସରରେ ଅଛନ୍ତି। ଏବେ ବି କୋର୍ଟ ରେ ଏହି ମାମଲା ଚାଲିଥିବା ବେଳେ ଏହାର କୌଣସି ଏକ ସ୍ଥାୟୀ ସମାଧାନ ର ବାଟ ମିଳିପାରିନାହିଁ। ତେବେ ଏହି ବିବାଦ ପରେ ବର୍ଷା ପ୍ରିୟଦର୍ଶିନୀ ନିଜ ଶାଶୁଘରେ ରହୁଥିବା ବେଳେ ଅନୁଭଵ ପରିବାର ସହ ଅନ୍ୟତ୍ର ରହୁଛନ୍ତି।
ତେବେ ଏହାରି ଭିତରେ ଅନୁଭଵ ଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳୁଛି ଅନୁଭଵଙ୍କ କୁନି ଝିଅ ଅନୁଭଵଙ୍କୁ ନିଜ ହାତରେ ଖୁଆଇ ଦେଉଛନ୍ତି। ଏହି ସୁନ୍ଦର ଭିଡିଓ ଟିକୁ ଅନୁଭଵ ନିଜେ ନିଜ ସୋସିଆଲ ମିଡିଆରେ ସେୟାର କରିଥିଲେ ଯାହା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି। ଏହି ଭିଡିଓ କୁ ଅନୁଭଵ ଙ୍କ ପ୍ରଶଂସକ ମାନେ ବେଶ୍ ପସନ୍ଦ କରିବା ସହିତ ଏଥିରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ରଖୁଛନ୍ତି।
ତେବେ ଏଠାରେ କହି ରଖିବାକୁ ଚାହିଁବୁ, ଭିଡିଓ ରେ ଅନୁଭଵ ଙ୍କ ସହ ଦେଖିବାକୁ ମିଳୁଥିବା କୁନି ଝିଅଟି ଅନୁଭଵ ଙ୍କ ବଡ଼ ଭାଇ ଙ୍କ ଝିଅ ଅଭିସାରିକା ମହାନ୍ତି। ଅଭିସାରିକା କୁ ଅନୁଭଵ ନିଜ ଝିଅ ଭଳି ଭଲ ପାଆନ୍ତି ଓ ତାକୁ ଝିଅ ବୋଲି ହିଁ କୁହନ୍ତି। ଆଉ ଅଭିସାରିକା ମଧ୍ୟ ଅନୁଭଵ ଙ୍କୁ ବାପା ବୋଲି ଡାକନ୍ତି।