Breaking News

ଅଭିଜିତ ମଜୁମଦାର (abhijit majumdar) ଙ୍କ ଜନ୍ମଦିନରେ ଏକା ସାଙ୍ଗରେ ନଜର ଆସିଲେ ଓଲିଉଡ ର ଲୋକପ୍ରିୟ …. ଦେଖନ୍ତୁ ଭିଡିଓ

ଓଡ଼ିଆ ଗୀତ ହେଉଛି ଓଡ଼ିଆ ସିନେମାର ହୃଦୟ। ଭଲ ଗୀତ ଟିଏ ହେଲେ ଫିଲ୍ମ ହିଟ୍ ହୁଏ। ଏହି ଓଡ଼ିଆ ଗୀତର ସ୍ୱର ସଂଯୋଜନା ରେ ମୁଖ୍ୟ ଭୂମିକା ନିର୍ବାହ କରିଥାନ୍ତି ସଙ୍ଗୀତ ନିର୍ଦ୍ଦେଶକ। ଓଡ଼ିଆ ଇଣ୍ଡଷ୍ଟ୍ରି ର ସେହିଭଳି ଜଣେ ସୁମାନଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ହେଉଛନ୍ତି ଅଭିଜିତ ମଜୁମଦାର। ଓଡ଼ିଶାର ଘରେ ଘରେ ସେ ଅଭିଜିତ୍ ଦା ଭାବରେ ବେଶ୍ ପରିଚିତ। ଅନେକ ଗୁଡ଼ିଏ ହିଟ୍ ଗୀତ ଭେଟି ଦେଇଛନ୍ତି ସେ ସଙ୍ଗୀତ ପ୍ରେମୀ ମାନଙ୍କୁ।

ଜଣେ ଭଲ ସଙ୍ଗୀତ ନିର୍ଦ୍ଦେଶକ ସାଙ୍ଗକୁ ସେ ଜଣେ ଭଲ ଗାୟକ ମଧ୍ୟ। ତାଙ୍କ କଣ୍ଠରୁ ଆପଣମାନେ ଅନେକ ଲୋକପ୍ରିୟ ଗୀତ ଶୁଣିବାକୁ ପାଇଥିବେ। ତେବେ ନିକଟରେ ସମସ୍ତଙ୍କର ଅତିପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଙ୍କ ଜନ୍ମଦିନ ଥିଲା। ନିଜ ଜନ୍ମଦିନ ଅବସରରେ ଅଭିଜିତ୍ ଦା ନିଜ ଘରେ ଏକ ଗ୍ରାଣ୍ଡ ପାର୍ଟି ଦେଇଥିଲେ। ଯେଉଁଥିରେ ଓଲିଉଡ ର ଅନେକ ନାମୀଦାମୀ କଣ୍ଠଶିଳ୍ପୀ ମାନଙ୍କୁ ଏକା ସାଙ୍ଗରେ ଦେଖିବାକୁ ମିଳିଥିଲା।

ତେବେ ଏମାନଙ୍କ ମଧ୍ୟରେ ତାରିଖ୍ ଅଜିଜ୍, ସ୍ଵୟଂ , ଅନ୍ତରା, ସତ୍ୟଜିତ ଓ ବିଷ୍ଣୁ ପ୍ରମୁଖ କଣ୍ଠଶିଳ୍ପୀ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ସମସ୍ତେ ନିଜ ନିଜ ସୁମଧୁର କଣ୍ଠରୁ ଗୀତ ଗାଇଥିଲେ। ଗୀତ ଆରମ୍ଭ ହୋଇଥିଲା ତାରିଖ ଅଜିଜ୍ ଙ୍କ ଲୋକପ୍ରିୟ ଗୀତ “ତୋ ପାଇଁ ଦିଲ ହୁଏ ନାଗିନ ନାଗିନ” ରୁ। ପରବର୍ତ୍ତି ସ୍ଵୟଂ, ଅନ୍ତରା , ସତ୍ୟଜିତ ପ୍ରମୁଖ ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତ ଗାଇଥିଲେ। ତେବେ ସମସ୍ତେ ମିଶି ଖୁବ୍ ମଜା ମସ୍ତି କରୁଥିବାର ନଜର ଆସିଥିଲେ।

ତେବେ କହିରଖୁଛୁ, ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ୧୯୭୧ ମସିହାରେ ସମ୍ବଲପୁର ଠାରେ ଜନ୍ମ ଗ୍ରହଣ କରିଥିଲେ। ଛୋଟ ବେଳୁ ସଙ୍ଗୀତ ପ୍ରତି ରୁଚି ରଖିଥିବା ଅଭିଜିତ ଦା ୧୯୯୧ ମସିହାରେ ପ୍ରଥମ କରି ସଙ୍ଗୀତ ଦୁନିଆରେ ପାଦ ଦେଇଥିଲେ। ପ୍ରଥମେ ସମ୍ବଲପୁରୀ ଗୀତରେ କାମ କରିବା ଆରମ୍ଭ କରିଥିଲେ ଅଭିଜିତ ଦା ପରବର୍ତ୍ତୀ ସମୟରେ ଓଡ଼ିଆ କଥାଚିତ୍ର ଜଗତରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ।

ସେବେ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ସେ ଦର୍ଶକ ମାନଙ୍କୁ ଅନେକ ସୁପରହିଟ ଗୀତ ଭେଟି ଦେଇଛନ୍ତି। ‘ତୁ ଥା ମୁଁ ଯାଉଛି ରୁଷି’ ଫିଲ୍ମ ର ଟାଇଟେଲ ଗୀତରେ ସ୍ୱର ସଂଜନାନ ଦେଇ ସେ ରାଜ୍ୟ ସ୍ତରରେ ପୁରସ୍କୃତ ହୋଇଥିଲେ। କେବଳ ଏତିକି ନୁହେଁ, ବେଷ୍ଟ ମ୍ୟୁଜିକ୍ ଡ଼ାଇରେକ୍ଟର ଭାବରେ ସେ ଅନେକ ଗୁଡ଼ିଏ ପୁରସ୍କାର ହାସଲ କରିଛନ୍ତି।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *