Breaking News

ଅଭିନେତ୍ରୀ ତଥା ବିଜେଡି ନେତ୍ରୀ ଏଲିନା(Elina) ଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ କଲେ … ଦେଖନ୍ତୁ

ଦିନକୁ ଦିନ ବଢ଼ିବାରେ ଲାଗିଛି ସାଇବର ଅପରାଧ। ପ୍ରତିଦିନ ଅନେକ ସାଧାରଣ ଲୋକ ସାଇବର ଠକେଇ ର ଶିକାର ହେଉଛନ୍ତି। କେବଳ ସାଧାରଣ ଲୋକ ମାନେ ନୁହଁନ୍ତି, ନେତା, ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ସାଇବର ଠକଙ୍କ ଶିକାର ହେଉଛନ୍ତି। ଆପଣ ମାନେ ଆଗରୁ ଏନେକ ଖବର ଦେଖିଥିବେ ଯେଉଁଠି ସାଇବର କ୍ରାଇମ ରେ ବଡ଼ ବଡ ପଦାଧିକାରୀ ନେତା, ନେତ୍ରୀ, ଅଭିନେତା ଓ ଅଭିନେତ୍ରୀ ମାନେ ଫସୁଛନ୍ତି।

ସେହିଭଳି ଗତକାଲି ରାଜଧାନୀ ଭୁବନେଶ୍ୱରରେ ପୁଣି ଏକ ସାଇବର୍ ଅପରାଧ ର ଘଟଣା ଦେଖିବାକୁ ମିଳିଛି। ବିଜେଡିର ଜଣେ ଆଗଧାଡିର ନେତ୍ରୀ ବା ଓଲିଉଡ ର ଜଣେ ଜଣାଶୁଣା ଅଭିନେତ୍ରୀ ଙ୍କ ଟୁଇଟର ଆକାଉଣ୍ଟ୍ କୁ କେହି ଜଣେ ହ୍ୟାକ କରିଦେଇଛି। ଏହି ବିଜେଡି ନେତ୍ରୀ ଜଣକ ହେଉଛନ୍ତି ଏଲିନା ଦାସ।

ଗତ ୮ ଦିନରୁ ଉର୍ଦ୍ଧ୍ବ ସମୟ ହେଲାଣି କେହି ଜଣେ ସାଇବର ଠକ ଏଲିନା ଙ୍କ ଟୁଇଟର ଆକାଉଣ୍ଟ୍ କୁ ହ୍ୟାକ୍ କରିଦେଇଛି। ଗତ ୧୦ ଦିନ ପୂର୍ବେ ଏଲିନା ଯେତେବେଳେ ନିଜ ଟୁଇଟର ଆକାଉଣ୍ଟ୍ କୁ ଲଗ୍ ଇନ୍ କରିବାକୁ ଚେଷ୍ଟା କରିଥିଲେ ସେ ଦେଖିଥିଲେ ତାଙ୍କ ଟୁଇଟର ଆକାଉଣ୍ଟ୍ ଆଉ ନଥିଲା। ତାଙ୍କ ଟୁଇଟର ଆକାଉଣ୍ଟ୍ ର ନାଁ ବଦଳି ମୁସ୍ତଫା ହୋଇଯାଇଥିଲା।

ଏହା ସହିତ ଆକାଉଣ୍ଟ୍ ରେ ଗୋଟିଏ ମେସେଜ ଥିଲା। ଯେଉଁଥିରେ ସାଇବର ଠକ ଲେଖିଥିଲେ ଯେ, ‘ଆମେ ଆପଣଙ୍କ ଆକାଉଣ୍ଟ୍ ହ୍ୟାକ୍ କରିଛୁ ଯଦି ଆପଣ ଆପଣଙ୍କ ଆକାଉଣ୍ଟ୍ କୁ ଫେରି ପାଇବା ପାଇଁ ଚାହୁଁଛନ୍ତି ତେବେ ଆମକୁ ଆମ ଟଙ୍କା ଦେଲେ ଆମେ ଆପଣଙ୍କ ଆକାଉଣ୍ଟ୍ ଫେରାଇ ଦେବୁ।’

ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ମଧ୍ୟ ଏଲିନା ଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟ୍ କୁ କେହି ଜଣେ ସାଇବର ଦୁର୍ବୃତ୍ତ ହ୍ୟାକ କରିଦେଇଥିଲା। ଆଉ ଏବେ ପୁଣି ଥରେ ତାଙ୍କର ଟୁଇଟର ଆକାଉଣ୍ଟ୍ ହ୍ୟାକ ହୋଇଛି। ଏହିଭଳି ବାରମ୍ବାର ଆକାଉଣ୍ଟ୍ ହ୍ୟାକ୍ ହେଉଥିବାରୁ ଏହି ଘଟଣାକୁ ଗୁରୁତର ସହ ନେଇ ଏବେ ଏଲିନା ସାଇବର ସେଲ ର ଦ୍ବାରସ୍ଥ ହୋଇଛନ୍ତି। ତେବେ ଦେଖିବା ବାକି ରହିଲା ସାଇବର ପୋଲିସ ସାଇବର ଠକ ଙ୍କୁ ଧରି ତାଙ୍କ ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *