ଓଡ଼ିଆ ସିନେମା ପରେ ଓଡ଼ିଶାର ଲୋକ ଯଦି ଆଉ କାହାକୁ ଦେଖିବାକୁ ଭଲ ପାଆନ୍ତି ତାହେଲେ ସେ ହେଉଛି ଯାତ୍ରା। ଆଜି ବି ମଧ୍ୟ ଲୋକ ମାନେ ନିଜର ପ୍ରିୟ ଯାତ୍ରା କଳାକାର ମାନଙ୍କୁ ଦେଖିବାକୁ ପେଣ୍ଡାଲକୁ ଯାଆନ୍ତି। ତେବେ ସେହି ଯାତ୍ରା ଜଗତର ଜଣେ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ମାମା। ମାମା ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ।
ସେ ସ୍ବାମୀ ମାନେ ସାବଧାନ, କାଲି ରାତିରେ କେଉଁଠି ଥିଲା? , କଣ୍ଢେଇନାଚ ଭଳି ଅନେକ ସୁପରହିଟ ଯାତ୍ରାରେ ଅଭିନୟ ଏହି ଅନେକ ଭଲପାଇବା ସାଉଁଟିଛନ୍ତି। ହେଲେ କଣ୍ଢେଇନାଚ ନାଟକରେ ତାଙ୍କର ଜବରଦସ୍ତ ଅଭିନୟ ତାଙ୍କୁ ଦର୍ଶକ ମହଲରେ ଏକ ନିଆରା ପରିଚୟ ଦେଇଥିଲା। ଏହି ଯାତ୍ରା ରାତାରାତି ତାଙ୍କୁ ଲୋକପ୍ରିୟ କରିଦେଇଥିଲା।
ମାମା ଙ୍କ ପ୍ରକୃତ ନାଁ ହେଉଛି ରଶ୍ମି ପ୍ରଭା ସାହୁ। ହେଲେ ଏହି ନାଁ ରେ ତାଙ୍କୁ ଯାତ୍ରା ଜଗତରେ କେହି ବି ଜାଣନ୍ତି ନାହିଁ। ସମସ୍ତେ ତାଙ୍କୁ ମାମା ନାମରେ ଜାଣନ୍ତି। ତେବେ ନିକଟରେ ମାମା ଏକ ସାକ୍ଷାତକାର ରେ ନିଜ ଜୀବନର ଅନେକ କଥା ଲୋକ ମାନଙ୍କ ସାମ୍ନାକୁ ଆଣିଛନ୍ତି। ଏହା ସହିତ ସେ କ୍ୟାମେରା ଆଗରେ ଯାତ୍ରା ଜଗତର ଗ୍ରୀନ ରୁମ୍ ର ଭିତିରି କଥା ଖୋଲି କହିଛନ୍ତି।
ରଙ୍ଗମଞ୍ଚ ର ନାୟକ ନାୟିକା ମାନଙ୍କ ନାମରେ ଏତେ ପରକ୍ରୀୟା ପ୍ରୀତି ଆସିବା ବିଷୟରେ ନିଜର ମତ ଦେଇ ମାମା କହିଥିଲେ, ସବୁଆଡେ ଏବେ ପାରକ୍ରୀୟା ପ୍ରୀତି ଚାଲିଛି। ହେଲେ ଯେହେତୁ ଆମେ ଯାତ୍ରା ଜଗତରେ ଅଛୁ ସମସ୍ତଙ୍କ ନଜର ପ୍ରଥମେ ଏହା ଉପରେ ପଡେ। ଆଉ ଯାତ୍ରା ପାର୍ଟି ରେ ପରପ୍ରୀୟା ପ୍ରୀତି ଟିକେ ଅଧିକ ହୁଏ।
ଏମିତିକି ମାମା ବିବାହ କରିବା ପରେ ମଧ୍ୟ ୬-୭ ଜଣ ସିନିୟର୍ ଯାତ୍ରା ଅଭିନେତା ତାଙ୍କୁ ପ୍ରେମ ନିବେଦନ କରିଥିବା ସେ ଖୁଲାଶା କରିଛନ୍ତି। ଯଦିଓ ସେ କାହାରି ନାଁ ନେଇନାହାନ୍ତି ହେଲେ ସେମାନେ ଯାତ୍ରା ଜଗତର ଖୁବ୍ ଜଣାଶୁଣା ଚେହେରା ବୋଲି କହିଛନ୍ତି ମାମା। ହେଲେ ମାମା ସେମାନଙ୍କ ପ୍ରସ୍ତାବକୁ ଆଡେଇ ଦେଇଛନ୍ତି। ତାଙ୍କ ସହ ସେଭଳି କିଛି ଘଟିନାହିଁ ବୋଲି କହିଛନ୍ତି ମାମା।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।