ଆପଣ ମାନେ ଜାଣିଥିବେ କିଛି ଦିନ ହେବ ଅଭିନେତା ଅମ୍ଳାନ ଦାସ୍ ଙ୍କ ସାନ ଭାଇ ଅକ୍ଲାନ୍ତ ଦାସ୍ ମୃତ୍ୟୁ ବରଣ କରିଛନ୍ତି।ସେ ହେଉଛନ୍ତି ଓଲିଉଡ଼ ର ବରିଷ୍ଠ ଅଭିନେତା ସ୍ବର୍ଗତ ମିହିର ଦାସ୍ ଙ୍କ ର ପୁତ୍ର।ତାଙ୍କ ମୃତ୍ୟୁ କୁ ନେଇ ସାରା ଓଡ଼ିଶା ବାସୀ ଦୁଃଖ ପ୍ରକାଶ କରିଛନ୍ତି। ଏକ ବର୍ଷ ପୂର୍ବରୁ ମହାନ୍ ଅଭିନେତା ମିହିର ଦାସ୍ ମୃ-ତ୍ୟୁ ବରଣ କରିଥିଲେ।
ଏବଂ ବାର ବର୍ଷ ପୂର୍ବରୁ ମିହିର ଦାସ୍ ଙ୍କ ପତ୍ନୀ ସଂଗୀତା ଦାସ ମୃତ୍ୟୁ ବରଣ କରିଥିଲେ।ଆଉ ଏବେ ତାଙ୍କ ସାନ ପୁଅ ଅକ୍ଲାନ୍ତ ଦାସ୍ ଙ୍କ ର ମୃତ୍ୟୁ ହୋଇଛି। ମିହିର ଦାସ ଙ୍କ ପରିବାର ରେ ଏକା ହୋଇ ରହିଗଲେ ଅମ୍ଳାନ ଦାସ୍। ବାପା ମାଆ ଛେଉଣ୍ଡ ହୋଇଥିଲେ ଅମ୍ଳାନ ଆଉ ଏବେ ତାଙ୍କ ସାନ ଭାଇ ମଧ୍ୟ ତାଙ୍କୁ ଛାଡି ତାଙ୍କ ବାପା ମାଆ ଙ୍କ ପାଖକୁ ଚାଲି ଯାଇଛନ୍ତି।
ଅମ୍ଳାନ ଙ୍କ ଘରେ ଗୋଟିଏ କୁକୁର ଅଛି।ତାଙ୍କୁ ଅକ୍ଲାନ୍ତ ଓ ଅମ୍ଳାନ ଦୁହେଁ ବହୁତ୍ ଭଲ ପାଉଥିଲେ।ସେଇ କୁକୁର କୁ ସେ ଛୋଟ ବେଳୁ ରଖିଥିଲେ।ତାରା ଯତ୍ନ ନେଉଥିଲେ ।ଆଜି ସେ ବଡ଼ ହୋଇଯାଇଛି ଏବଂ ଅକ୍ଲାନ୍ତ ଙ୍କୁ ମନେ ମନେ ବହୁତ୍ ଝୁରି ହେଉଛି। ଅକ୍ଲାନ୍ତ ଙ୍କ ଫୋଟୋ ପାଖରେ ଠିଆ ହୋଇ କାନ୍ଦୁଛି।ପଶୁ ହେଲେ ମଧ୍ୟ ତାର ହୃଦୟ ଅଛି।
ଅକ୍ଲାନ୍ତ ଙ୍କ ଅନୁପସ୍ଥିତି କୁ ସେ ଅନୁଭବ କରିପାରିଛି।ଅକ୍ଲାନ୍ତ ଙ୍କ ଭଲ ପାଇବା ରେ ସେ ବାନ୍ଧି ହୋଇଯାଇଛି। ଏବଂ କୁକୁର ଟି ଅକ୍ଲାନ୍ତ ଙ୍କ ଭଲ ପାଇବା କୁ ଝୁରି ହେଉଛି।ଅକ୍ଲାନ୍ତ ଙ୍କ ମୃତ୍ୟୁ ପରେ ଦୁଇ ଦିନ ହେବ କୁକୁର ଟି ଖାଇବା ପିଇବା ବନ୍ଦ କରି ଦେଇଛି।ସେ ତାର ମାଲିକ ଙ୍କୁ ମନେ ମନେ ବହୁତ୍ ଖୋଜୁଛି।ହେଲେ ତାକୁ କିଏ ବୁଝେଇବା ଯେ ଅକ୍ଲାନ୍ତ ଯେଉଁଠି କି ଯାଇଛନ୍ତି ସେ ଆଉ କେବେ ଫେରି କି ଆସିବେ ନାହିଁ।
ଅକ୍ଲାନ୍ତ ଙ୍କ ମୃତ୍ୟୁ ପରେ ଅମ୍ଳାନ ଓ ତାଙ୍କ ପତ୍ନୀ ଭୂମିକା ଏକା ହୋଇ ଯାଇଛନ୍ତି। ଏବଂ ତାଙ୍କ ଶେଷ ସାହାରା ଅକ୍ଲାନ୍ତ ଙ୍କୁ ଝୁରି ହେଉଛନ୍ତି।ଅକ୍ଲାନ୍ତ ଯକୃତ ଜନିତ ସମସ୍ୟା କୁ ନେଇ କିଛି ଦିନ ହେବ ହସ୍ପିଟାଲ୍ ରେ ଆଡମିଟ୍ ହୋଇଥିଲେ। ରିପୋର୍ଟ୍ ଆସିଥିଲା ଯେ ତାଙ୍କର ଯକୃତ ନଷ୍ଟ ହୋଇଯାଇଛି ଆଉ ଏହା ପରେ ଜାନୁୟାରୀ ମାସ ଚବିଶ ତାରିଖ ଦିନ ରାତିରେ ଡକ୍ଟର ଅକ୍ଲାନ୍ତ ଙ୍କୁ ମୃତ ଘୋଷଣା କରିଥିଲେ।ଅକ୍ଲାନ୍ତ ଙ୍କ ମୃତ୍ୟୁ ପରେ ଅଭିନେତା ଅମ୍ଳାନ ଦାସ୍ ଅତ୍ୟନ୍ତ ଭାଙ୍ଗି ପଡିଛନ୍ତି।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।