Breaking News

ଅର୍ଚ୍ଚିତାଙ୍କୁ ନେଇ ମତେ କହୁଥିଲେ ଲୋକେ ” ଆମେ ଦୁଇଜଣ ଭଲ ପାଉଛୁ ” : ଚନ୍ଦନ (chandan kar) … ଦେଖନ୍ତୁ ଭିଡିଓ

ଆମ ଓଲିଉଡ ଇଣ୍ଡଷ୍ଟ୍ରି ରେ ଏଭଳି କିଛି ଅଭିନେତା ଅଛନ୍ତି ଯିଏ ନିଜର ଜବରଦସ୍ତ ଅଭିନୟ ମାଧ୍ୟମରେ ଅନେକ ଲୋକପ୍ରିୟତା ହାସଲ କରିଛନ୍ତି। ତେବେ ଓଡ଼ିଆ ସିନେ ଜଗତର ସେହିଭଳି ଜଣେ ଲୋକପ୍ରିୟ ଅଭିନେତା ହେଉଛନ୍ତି ଚନ୍ଦନ କର। ଚନ୍ଦନ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ। ଅନେକ ଗୁଡ଼ିଏ ସିନେମାରେ ନାୟକ ଓ ଖଳନାୟକ ଭୂମିକାରେ ଜବରଦସ୍ତ ଅଭିନୟ କରି ବେଶ୍ ପ୍ରଶଂସା ସାଉଁଟିଛନ୍ତି ଚ ଚନ୍ଦନ।

ତେବେ କିଛି ସମୟର ବ୍ୟବଧାନ ପରେ ଏବେ ଦୁଇଟି ସଂପୂର୍ଣ୍ଣ ନୂଆ ଧରଣର କାହାଣୀ କୁ ନେଇ ଦର୍ଶକ ମାନଙ୍କ ସାମ୍ନା କୁ ଆସିବାକୁ ଯାଉଛନ୍ତି ଚନ୍ଦନ। ଖୁବ୍ ଶୀଘ୍ର ଚନ୍ଦନ ଙ୍କର ଦୁଇ ଦୁଇଟି ନୂଆ ଫିଲ୍ମ ରିଲିଜ୍ ହେବାକୁ ଯାଉଛି। ଯାହାର ନାଆଁ ରହିଛି “ମହର୍ଷି ” ଓ ଅନ୍ୟଟି ହେଉଛି “କଳା ପଥର”।। ମହର୍ଷି ଫିଲ୍ମ ଟି ପାଇକବୀର ଜୟୀ ରାଜଗୁରୁ ଙ୍କୁ ଜୀବନୀ କୁ ନେଇ ପ୍ରସ୍ତୁତ କରାଯାଇଛି।

ଯେଉଁଥିରେ ଜୟ ରାଜଗୁରୁ ଙ୍କ ଭୂମିକାରେ ଦର୍ଶକ ମାନେ ଚନ୍ଦନ ଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ପାଇବେ। ବର୍ତ୍ତମାନ ଏହି ଫିଲ୍ମ ର ଭିଏଫଏକ୍ସ ଉପରେ କାମ ଚାଲିଛି। ସେହିଭଳି କଳାପଥର ଫିଲ୍ମ ଟିକୁ ୫୦୦ ବର୍ଷ ତଳର ଓଡ଼ିଶାର ଇତିହାସକୁ ନେଇ ପ୍ରସ୍ତୁତ କରାଯାଇଛି। ନିକଟରେ ଏକ ସାକ୍ଷାତକାର ରେ ଯୋଗ ଦେଇ ଚନ୍ଦନ ଏହି ଫିଲ୍ମ ସମ୍ବନ୍ଧିତ ସମ୍ୟକ୍ ବିବରଣୀ ଦେଇଛନ୍ତି।

ତେବେ ଏହି ସମୟରେ ଯେତେବେଳେ ଚନ୍ଦନ ଙ୍କୁ ପଚରା ଯାଇଥିଲା ଯେ, ସେ ଯେତେବେଳେ ନୂଆ କରି ଇଣ୍ଡଷ୍ଟ୍ରି କୁ ଆସିଥିଲେ ସେତେବେଳେ ଅଭିନେତ୍ରୀ ଅର୍ଚ୍ଚିତା ଙ୍କ ସହିତ ତାଙ୍କ ସମ୍ପର୍କ କୁ ନେଇ ଅନେକ ଗୁଜବ ଉଠିଥିଲା। ସେ ବିଷୟରେ କଣ କହିବାକୁ ଚାହୁଛନ୍ତି? ଏହା ଉତ୍ତରରେ ଚନ୍ଦନ କହିଥିଲେ, ‘ଏ ସବୁ ସାଧାରଣ କଥା।’
‘ ଯେତେବେଳେ ବି ଦର୍ଶକ ମାନଙ୍କ ଆଗକୁ ଏକ ନୂଆ ଯୋଡ଼ି ଆସେ ସେତେବେଳେ ତାଙ୍କୁ ନେଇ ଅନେକ ଗୁଜବ ଉଠେ। କିଛି ଦିନ ପରେ ପୁଣି ଆଉ କାହା ବିଷୟରେ ଚର୍ଚ୍ଚା ଆରମ୍ଭ ହୁଏ।

ପରଦା ଉପରେ ଯେଉଁ ଯୋଡ଼ି ଲୋକ ମାନଙ୍କୁ ପସନ୍ଦ ଆସେ , ସେମାନେ ରୀୟଲ ଲାଇଫ ରେ ମଧ୍ୟ ଦୁହିଁଙ୍କ ସମ୍ପର୍କ ନେଇ। ଚର୍ଚ୍ଚା ଆରମ୍ଭ କରିଦିଅନ୍ତି। କିଛି ଦିନ ଏହି ଚର୍ଚ୍ଚା ଚାଲେ। ପୁଣି ଆଉ କେଉଁ କାହାଣୀ ମିଳିଲେ ଲୋକ ଏହାକୁ ଭୁଲି ଯାଆନ୍ତି’ ବୋଲି କହିଥିଲେ ଚନ୍ଦନ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *