ଦର୍ଶକ ବନ୍ଧୁ ନିଜ ଦୁସାହସିକତା ସାମ୍ବାଦିକତା ପାଇଁ ସେ ଘର୍ ଘରେ ପରିଚିତ । ସାମ୍ବାଦିକତା ପାଇଁ ସେ ସବୁକିଛି ଉତ୍ସର୍ଗ କରି ଦେଉଥିଲେ । ଅସମ୍ଭବ ତାଙ୍କ ସାମ୍ନା ରେ ହାର ମାନିଥିଲା । ଆମେ କହୁଛି ଲୋକ ପ୍ରିୟ ସାମ୍ବାଦିକ ଅରିନ୍ଦମ ଦାସ , ଗତ ବର୍ଷ ଆଜି ଏହି ଦିନ ରେ ଓଡିଆ ସାମ୍ବାଦିକତା ର ଉଜ୍ଜ୍ବଳ ତାରକାକୁ ହରାଇ ଥିଲା । ଏହି ଘଟଣା ଟି ସତେ ଯେମିତି କାଲି ଭଳି ଲାଗୁଛି କିନ୍ତୁ ଏହି ଘଟଣା ଟି ଘଟିବା ର ବର୍ଷେ ହୋଇ ଗଲାଣି ।
ହାତୀ କୁ ଉଦ୍ଧାର କରିବାକୁ ଯାଇଥିବା ବୋଟ ଟି ଓଲଟି ପଡିଥିଲା ଓ ଯାହା ଫଳରେ କି ଅରିନ୍ଦମ ଦାସ ଙ୍କ ପ୍ରାଣ ଚାଲି ଯାଇଥିଲା । ସେହିଦିନ ଏମିତି ଥିଲା କିଛି ଦୃଶ୍ୟ ଆଠଗଡ଼ ବନଖଣ୍ଡ ରୁ ଏକ ଜଂଗଲୀ ହାତୀ ପଲ ଖାଦ୍ୟ ଅନ୍ୱେଷଣ ପାଇଁ ଆସି ମଣ୍ଡଳୀ ଠାରେ ଫସି ଗଲେ , ସାଥୀ ହାତୀ ମାନେ ଚାଲି ଯାଇଥିଲେ ମଧ୍ୟ ଗୋଟିଏ ହାତୀ ରହି ଯାଇଥିଲା ତେବେ ବନ ବିଭାଗର ସମସ୍ତ ଚେଷ୍ଟା ପରେ ମଧ୍ୟ ହାତୀ ଟି ଉଦ୍ଧାର ପାଇ ନ ଥିଲା ।
ଏହା ପରେ ଓଡରାଫ ଟିମ୍ କୁ ନିୟୋଜିତ କରା ଯାଇଥିଲା ଓ ଏଥିରେ ସାମିଲ ହୋଇଥିଲେ ଅରିନ୍ଦମ ଦାସ । ଅନେକ ବନ୍ୟା ଓ ବାତ୍ୟା ସମୟ ରେ ଓଡ୍ରାଫ ଟିମ୍ ସହିତ ବୁଲୁ ଖବର ସଂଗ୍ରହ କରିବା ତାଙ୍କର ଥିଲା ତାଙ୍କର ସମସ୍ୟା । ସେହିଦିନ ମୁଣ୍ଡଳି ବ୍ରିଜ ପାଣି ଭିତର କୁ ଯାଇଥିଲେ ଓଡ୍ରାଫ୍ ଟିମ୍ ସହିତ ହେଲେ କିଏ ଜାଣିଥିଲା ଯାହାକୁ ସେ ଉଦ୍ଧାର କରିବାକୁ ଯାଇଥିଲେ ସେ ସେମାନ ଙ୍କ କାଳ ହେବ ବୋଲି ।
ବୋଟ ଟି ଓଲଟି ପଡିବାରୁ ସମସ୍ତେ ସେହି ଗଭୀର ପାଣି ରେ ନିଜ କୁ ବଞ୍ଚାଇବାକୁ ବହୁତ୍ ଚେଷ୍ଟା କରିଥିଲେ , ଅରିନ୍ଦମ ଦାସ ମଧ୍ୟ ନିଜ କୁ ବଞ୍ଚାଇବା ପାଇଁ ଅନେକ ପରିଶ୍ରମ କରି ଥିଲେ । କିନ୍ତୁ ତାଙ୍କୁ ପାଣି ଭିତରେ ଯମ ଟାଣି ଧରିଥିଲା , ଅରିନ୍ଦମ ଙ୍କ ସହଯୋଗୀ ପ୍ରବାସୀ ଜଟିଳ ପରିସ୍ଥିତି ରେ ରହି ମଧ୍ଯ ନିଜ କୁ ବଞ୍ଚାଇ ପାରିଥିଲେ କିନ୍ତୁ ଅରିନ୍ଦମ ସେହି ପାଣି ସୁଅ ରେ ପ୍ରାଣ ତ୍ୟାଗ କରିଥିଲେ ଓ ଓଡ଼୍ରାଫ ଟିମ୍ ର ଡ୍ରାଇଭର ସୀତାରାମ ମଧ୍ୟ ପ୍ରାଣ ହରାଇ ଥିଲେ ।
ସେଦିନ କଥା ମନ ଭିତର କୁ ଆସିବା ଗୋଡ ହାତ ଥରୁଛି । ଅରିନ୍ଦମ ଦାସ ଙ୍କ ଅତୀତ ର କିଛି କଥା କୁ ମନେ ପକାଇ ଓଟିଭି ର କର୍ମଚାରୀ ମାନେ ଓ ତାଙ୍କ ସାଙ୍ଗ ସାଥି ମାନେ କାନ୍ଦି ଥିଲେ । ଅରିନ୍ଦମ ମୃତ୍ୟୁ କରିଥିଲେ ମଧ୍ୟ ଯେବେ ବି ବନ୍ୟା ବାତ୍ୟା ଆସିଛି ସର୍ଵ ପ୍ରଥମେ ସେହି ଲୋକ ମୁହଁ ମନ୍ ଭିତର କୁ ଆସିଥାଏ । ପରିବାର ରେ ମା , ପତ୍ନୀ ଓ କୁନି ପୁଅ ରହିଛି । ଆମେ ଭଗବାନ୍ ଙ୍କ ନିକଟ ରେ ପ୍ରାର୍ଥନା କରୁଛୁ ଯେ ବର୍ତ୍ତମାନ୍ ସମୟ ରେ ଅରିନ୍ଦମ ଦାସ ଯେଉଁଠି ଅଛନ୍ତି ଭଲ ରେ ରୁହନ୍ତୁ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।