ବିଦେଶୀ ପାଣିପାଗ ର ଆକଳନ କୁ ନେଇ ଦ୍ଵନ୍ଦ , ଆମେରିକା ର ଜିଏଫଏସ କହୁଛି ବାତ୍ୟା ହେବ , ବର୍ତ୍ତମାନ୍ ସମୟ ରେ imd କହିଛି ଗୁଜବ କୁ ବିଶ୍ୱାସ ନ କରିବା ପାଇଁ । ଆମେରିକାର ର ପାଣିପାଗ ପୂର୍ବାନୁମାନ ସଂସ୍ଥା ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ ବା ଜିଏଫଏସ ମହାବାତ୍ୟା ହେବା ନେଇ ସୂଚନା ଦେବା ପରେ ଆଜି ର ପୂର୍ବାନୁମାନ ରେ କିଛି ଟା ପରିବର୍ତ୍ତନ କରିଛି ।
ସୁପର ସାଇକ୍ଲୋନ ବା ମହାବାତ୍ୟା କୁ ନେଇ ପୂର୍ବ କହିଥିଲା ଏବେ ଭୀଷଣ ସାମୁଦ୍ରିକ ଝଡ ହେବ ବୋଲି ଆକଳନ କରୁଛି । ଏହି ଭଳି ଆକଳନ କୁ ନେଇ ଓଡ଼ିଶା ର ଉପକୂଳ ରେ ବାତ୍ୟା ହେବ କି ନାହିଁ ସେ ନେଇ ଅନିଶ୍ଚତତା ଲାଗି ରହିଛି । ବାତ୍ୟା ଚର୍ଚ୍ଚା ଚାଲି ଥିବା ସମୟ ରେ ଗୁଜବ କୁ ବିଶ୍ୱାସ ନ କରିବା ପାଇଁ ପରାମର୍ଶ ଦେଇଛି ଭାରତୀୟ ପାଣିପାଗ ବିଭାଗ ।
ଏପଟେ ପାଣିପାଗ ବିଭାଗ ସଂସ୍ଥା ସ୍କାଏମେଟ୍ କହିଛି , ଯେ ଓଡ଼ିଶା ରେ ବାତ୍ୟା ହେବ ବୋଲି ଏ ପର୍ଯ୍ୟନ୍ତ କୌଣସି ପୂର୍ବାନୁମାନ ନାହିଁ । ହେଲେ ଘୁର୍ଣୀ ବଳୟ ହେବା ପରେ ସୁଦୃଶ୍ ଲଘୁଚାପ ଓ ଗଭୀର ଅବପାତ ହୋଇପାରେ । ୨୦ ରୁ ୨୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା , ବିଶେଷ କରି ଉପକୂଳ ଓଡ଼ିଶା ରେ ଅଧିକ ବର୍ଷା ହେବ ବୋଲି ଆକଳନ କରା ଯାଇଛି ।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଲକ୍ କହିଛନ୍ତି ଯେ ଓଡ଼ିଶା ରେ ବାତ୍ୟା ହେବା ର ପୂର୍ବାନୁମାନ କରା ଯାଇ ନାହିଁ । ସମୁଦ୍ର ପତ୍ତନ ର ତାପମାତ୍ରା ଅଧିକ ରହିଛି । ଲଘୁଚାପ କେନ୍ଦ୍ର ରୁ ପବନ ଉପର କୁ। ଯିବା ଆଶଙ୍କା କମ୍ ବାୟୁ ମଣ୍ଡଳ ଆଦ୍ରତା କମ୍ ରହିଛି , ବାତ୍ୟା ପାଇଁ ଅନୁକୂଳ ବାତାବରଣ ନାହିଁ , ପାଣିପାଗ ବିଜ୍ଞାନୀ ଶରତ ସାହୁ ବାତ୍ୟା ଏତେ ଦିନ ହେବା ପୂର୍ବ ରୁ ବାତ୍ୟା ଆକଳନ କରିବା ସମ୍ଭବ ନୁହେଁ ।
ସୃଷ୍ଟି ହେବା କୁ ଥିବା ଲଘୁଚାପ ଗଭୀର ଅବପାତ ର ରୂପ ନେଇପାରେ , ବାତ୍ୟା ଗୁଜବ ଖବର କୁ ନେଇ ଭୟବିତ ହେବା ଦରକାର ନାହିଁ । ବାତ୍ୟା କୁ ହେବା କୁ ନେଇ କୌଣସି ପୂର୍ବାନୁମାନ ନାହିଁ ସେଥିପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ । ବାତ୍ୟା ହେବ କି ନାହିଁ ତାହା ଆଗାମୀ ଦିନ ମାନ ଙ୍କ ରେ ଜଣା ପଡି ଯିବ , ଦେଖାଯାଉ ଆଗାମୀ ଦିନ ମାନ ଙ୍କ ରେ ପାଣିପାଗ କୁ ନେଇ କଣ ଖବର ଆସୁଛି ।
ଲୋକ ମାନେ ଭୟବିତ ମୁଖ୍ୟ କାରଣ ହେଲା ଯେ ଅକ୍ଟୋବର ମାସ ରେ ଅନେକ ବାତ୍ୟା ଆସିଛି ଓ ଲୋକ ମାନ ଙ୍କ ମନ ରେ ଭୟ ପଶି ଯାଇଛି । ବର୍ତ୍ତମାନ୍ ସମୟ ରେ ଅକ୍ଟୋବର ମାସ ଚାଲିଛି ଓ ବାତ୍ୟା କୁ ନେଇ ଗୁଜବ ଖବର ଆସିଛି ଓ ଯେଉଁଥି ପାଇଁ ଉପକୂଳ ଓଡ଼ିଶା ର ଲୋକ ମାନେ ଭୟବିତ ଅଛନ୍ତି , ଏହାରି ଭିତରେ ଆମେରିକାର ର ପାଣିପାଗ ପୂର୍ବାନୁମାନ ସଂସ୍ଥା ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ ବା ଜିଏଫଏସ ଦୁଇ ଟି ମତ ଦେଇଛି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।