ଓଡିଆ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତ୍ରୀ ଅନୁ ଚୌଧୁରୀ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ। ପରଦା ଉପରେ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ଆପଣମାନେ ଦେଖିବାକୁ ପାଉଥିବେ। ତେବେ ନିକଟରେ ନିଜର ସୋସିଆଲ ମିଡିଆରେ ଲାଇଭ ଆସି ଏକ ଖୁସିର ଖବର ନିଜ ଫ୍ୟାନ୍ସ୍ ମାନଙ୍କ ସହ ସେୟାର କରିଛନ୍ତି ଅନୁ। ତେବେ କଣ ରହିଛି ଏହାର ସଂପୂର୍ଣ୍ଣ ଖବର ଆସନ୍ତୁ ଜାଣିବା।
ତେବେ ଓଡ଼ିଆ ଚଳଚ୍ଚିତ୍ର ଦୁନିଆର ଜଣେ ପରିଚିତ ନାମ ହେଉଛନ୍ତି ଅନୁ ଚୌଧୁରୀ। ନବେ ଦଶକରୁ ଆରମ୍ଭ କରି ଅଦ୍ୟାବଧି ସେ ଦର୍ଶକ ମାନଙ୍କୁ ମନୋରଞ୍ଜନ ର ଖୋରାକ ଯୋଗାଇ ଆସୁଛନ୍ତି। ଦୁଇ ଦଶନ୍ଧି ଧରି ଅନ୍ୟୂନ ୬୫ଟି ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଅନୁ। ତାଙ୍କ ସୁନ୍ଦର ଅଭିନୟ ଓ ନୃତ୍ୟରେ ଦର୍ଶକ ମନ୍ତ୍ରମୁଗ୍ଧ ହେଇଛନ୍ତି। ସେ କେବଳ ଓଲିଉଡ୍ରେ ଅଭିନୟ କରିନାହାନ୍ତି, ବଙ୍ଗାଳୀ, ତେଲୁଗୁ ଏବଂ ହିନ୍ଦୀ ଫିଲ୍ମରେ ମଧ୍ୟ ଦର୍ଶକ ତାଙ୍କ ଅଭିନୟ ଦେଖିଛନ୍ତି।
ଗ୍ଲାମର ଶିଳ୍ପରେ ବେଶ୍ ସୁନାମ ଅର୍ଜନ କରିଥିବା ଅନୁଙ୍କୁ ୨୦୦୫ ମସିହାରେ ‘ଶାଶୂଘର ଚାଲିଯିବି’ ଚଳଚ୍ଚିତ୍ରରେ ଆକର୍ଷଣୀୟ ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା। ଅନୁ ଏବେ ଜୀ ସାର୍ଥକର ମେଗା ଧାରାବାହିକ ‘ସର୍ବଜିତା ଅନୁ’ ରେ ମୁଖ୍ୟ ଭୂମିକାରେ ଜବରଦସ୍ତ ଅଭିନୟ କରୁଥିବାର ନଜର ଆସୁଛନ୍ତି। ତେବେ ଏହା ବ୍ୟତୀତ ନିକଟରେ ଅନୁ ନିଜେ ଏକ ଫିଲ୍ମ ର ପ୍ରଯୋଜନା ଭାର ସମ୍ଭାଳିଛନ୍ତି।
ନିକଟରେ ଏହି ନୂତନ ଫିଲ୍ମ ରିଲିଜ୍ ହୋଇସାରିଛି। ଯାହାର ନାଆଁ ରହିଛି ଏଡିୟୁ ଗୋଦାର। ଏହି ଫିଲ୍ମ ଟି ଏକ ସଂପୂର୍ଣ୍ଣ ନୂତନ କାହାଣୀ ଉପରେ ପରିବେଷିତ। ନୂଆ କାହାଣୀ ସାଙ୍ଗକୁ ଭଲ ସ୍କ୍ରିନ ପ୍ଲେ ପାଇଁ ଏହି ସିନେମା ଏବେ ହାଉସଫୁଲ ରେ ଚାଲିଛି। ଏଭଳି ସମୟରେ ଯେଉଁଠି ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅଧିକାଂଶ ଓଡ଼ିଆ ସିନେମା ଚାଲୁନାହି ସେଭଳି ସମୟରେ ଏହି ଫିଲ୍ମ ଟି ଏବେ ଭଲ ରେକର୍ଡ କରୁଛି।
ତେବେ ନିକଟରେ ସୋସିଆଲ ମିଡିଆରେ ଲାଇଭ ଆସି ଅନୁ ଚୌଧୁରୀ ନିଜ ଫିଲ୍ମ ର ସଫଳତା ପାଇଁ ନିଜ ଫ୍ୟାନ୍ସ ମାନଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି। ଏହା ସହିତ ସେ କହିଛନ୍ତି, ଏମିତି ସମୟରେ ଯେଉଁଠି ଓଡ଼ିଆ ସିନେମାର ସ୍ଥିତି ସେତେ ଭଲ ନାହିଁ ସେଭଳି ସମୟରେ କିଭଳି ଗୋଟିଏ ଫିଲ୍ମ କୁ ପରଦା ଉପରକୁ ଆଣିବା ଏକ ଚିନ୍ତାର ବିଷୟ ଥିଲା। ହେଲେ ଯାହା ହେଉ ଲୋକ ମାନେ ଏହି ଫିଲ୍ମ କୁ ଭଲ ପାଇବା ଦେଉଛନ୍ତି। ଯେଉଁମାନେ ବି ଏହି ସିନେମା ଦେଖି ନାହାନ୍ତି ସେମାନେ ହଲ କୁ ଯାଇ ସିନେମା ଦେଖନ୍ତୁ ବୋଲି କହିଛନ୍ତି ଅନୁ।