ଆଜିକା ସମୟରେ ଓଡ଼ିଆ ଇଣ୍ଡଷ୍ଟ୍ରି ଆଉ ରେ ଓଡ଼ିଆ ଫିଲ୍ମ ଚାଲୁନାହିଁ। ଦର୍ଶକ ମାନେ ଓଡ଼ିଆ ସିନେମା ଦେଖିବାକୁ ଆଗ ଭଳି ଆଗ୍ରହ ପ୍ରକାଶ କରୁନାହାନ୍ତି। ସିନେମା ହଲ ମାଲିକ ମାନେ ବି ହଲ ରେ ଓଡ଼ିଆ ଫିଲ୍ମ ପକେଇବାକୁ ରାଜି ହେଉନାହାନ୍ତି ବୋଲି କିଛି ନିର୍ଦ୍ଦେଶକ ଅଭିଯୋଗ ଆଣିଛନ୍ତି। ଓଡ଼ିଆ ଇଣ୍ଡଷ୍ଟ୍ରି ର ଏଭଳି ପରିସ୍ଥିତି ହେବା ପଛରେ ଅନେକ କାରଣ ରହିଛି।
ପୂର୍ବରୁ ଓଡ଼ିଆ ଫିଲ୍ମର ଭଲ ଚାହିଦା ଥିଲା। ପ୍ରଥମେ ହଲ ରେ ଓଡ଼ିଆ ଫିଲ୍ମ ରିଲିଜ୍ କରାଯାଉଥିଲା। ଆଉ ଅଧିକାଂଶ ଫିଲ୍ମ ଭଲ ରେକର୍ଡ କରୁଥିଲା। ହେଲେ ଓଡ଼ିଆ ଚଳଚ୍ଚିତ୍ର ର ସ୍ଥିତି ଏବେ କଣ ପାଇଁ ଏଭଳି। କଣ ପାଇଁ ଦର୍ଶକ ମାନେ ଆଉ ହଲ ରେ ଓଡ଼ିଆ ଫିଲ୍ମ ଦେଖି ଯିବାକୁ ପସନ୍ଦ କରିନାହାନ୍ତି? ତେବେ ନିକଟରେ ଏହି ପ୍ରଶ୍ନରେ ନିଜର ପ୍ରତିକ୍ରିୟା ରଖିଛନ୍ତି ସୁପରହିଟ ଓଡ଼ିଆ ଫିଲ୍ମ ଅଗସ୍ତ୍ୟ ର ଏକ ମୁଖ୍ୟ ଚରିତ୍ର ରେ ଅଭିନୟ କରିଥିବା କଳାକାର।
ସେ କହିଛନ୍ତି, ଆଜିକା ସମୟରେ ଓଡ଼ିଆ ଫିଲ୍ମ ନ ଚାଲିବାର ଏକ ମୁଖ୍ୟ କାରଣ ହେଉଛି କପି। କାରଣ ଅନ୍ୟ ଇଣ୍ଡଷ୍ଟ୍ରି ତୁଳନାରେ ଆମ ଇଣ୍ଡଷ୍ଟ୍ରି ସେତେଟା ଅଗ୍ରଗତି କରିପାରିନାହିଁ। ଆଜି କାଲି ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ୍। ସେମାନେ ଫୋନ୍ ରେ ହଲିଉଡ୍, ଟଲିଉଡ୍ ର ଫିଲ୍ମ ଦେଖିବା ପରେ ଜାଣି ପାରୁଛନ୍ତି ଓଡ଼ିଆ ଫିଲ୍ମ ଏବେ କେତେ ପଛରେ ଅଛି। ତେଣୁକରି ସେମାନେ ବାହାର ଫିଲ୍ମ କୁ ଅଗ୍ରାଧିକାର ଦେଉଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ଆଗରୁ ଫିଲ୍ମ କପି ହେଉଥିଲେ ବି ସେଥିରେ ଓଡ଼ିଆ ଘରର ଛୁଙ୍କ ଥିଲା। ହେଲେ ଏବେ ଆଉ ସିନେମାରେ ତାହା ଦେଖିବାକୁ ମିଳୁନାହିଁ। ଓଡ଼ିଆ ଫିଲ୍ମ ନ ଚାଲିବାର ଆଉ ଏକ ମୁଖ୍ୟ କାରଣ ହେଉଛି ଭଲ ଅଭିନେତା ନ ରଖିବା। ଆଜିକାଲି ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅଧିକାଂଶ ଅଭିନେତା ଫିଟ୍ ନାହାଁନ୍ତି। ପ୍ରଥମେ ଏହା ଦେଖିବା ଦରକାର ଯେ ହିରୋ ର ଫିଯିକ୍ କଣ। ଡ଼ାଇଲାଗ ଦେଲିଭେରି କେମିତି ସେ କେମିତି କରିପାରୁଛି। ହେଲେ ଆଜି କାଲି ପ୍ରଯୋଜକ ମାନେ ସେ ସବୁ ନଦେଖି ହିରୋ ମାନଙ୍କୁ ଫିଲ୍ମ ଦେଉଛନ୍ତି।
ଫିଲ୍ମ ନ ଚାଲିବାର ଆଉ ଏକ କାରଣ ହେଉଛି ଇଗୋ। ଆଜିକାଲି ହିରୋ ମାନଙ୍କର ଇଗୋ ହୋଇଗଲାଣି। ଆଗ ଫିଲ୍ମ ରେ ଗୋଟିଏ ଫିଲ୍ମ ରେ ୩-୪ ଜଣ ହିରୋ ରହୁଥିଲେ। ପ୍ରଯୋଜକ ମାନେ ତାଙ୍କୁ ନେଇ ପାରିବାରିକ କାହାଣୀ ନେଇ ସିନେମା ପ୍ରସ୍ତୁତ କରୁଥିଲେ। ହେଲେ ଆଜି କାଲି ଗୋଟିଏ ଫିଲ୍ମ ରେ ଦୁଇଟି ହିରୋ ରହିବାକୁ ନାରାଜ। ଏ ସବୁକୁ ଧ୍ୟାନ ଦେଲେ ପୁଣି ଥରେ ଓଡ଼ିଆ ଚଳଚ୍ଚିତ୍ର ଚାଲିବ ବୋଲି ସେ କହିଛନ୍ତି।