Breaking News

ଆସିଲା ପ୍ରଧାନ ମନ୍ତ୍ରୀ ଙ୍କ ବଡ ଯୋଜନା : ମାତ୍ର 2 ଟଙ୍କା ଜମା କରି ବର୍ଷ କୁ ପାଇବେ ୩୬ ହଜାର ଟଙ୍କା … ଜାଣନ୍ତୁ କେମିତି କରିବେ ?

ଶର ଗରିବ ତଥା ମଧ୍ୟବିତ୍ତ ଶ୍ରେଣୀ ଲୋକମାନଙ୍କର ଭବିଷ୍ୟତକୁ ଦୃଷ୍ଟି ରେ ରଖି ମୋଦି ସରକାର ଆରମ୍ଭ କରିଛନ୍ତି ଏକ ନୂଆ ଯୋଜନା। ଏହି ଯୋଜନା ରେ ଗରିବ ତଥା ମଧ୍ୟବିତ୍ତ ଶ୍ରେଣୀ ଲୋକମାନେ ମାତ୍ର ୨ ଟଙ୍କା ସଞ୍ଚୟ କରି ପାଇପାରିବେ ମୋଟା ଅଙ୍କର ଟଙ୍କା। ହଜାର କିମ୍ବା ଦୁଇ ହଜାର ନୁହେଁ। ଏକାବେଳେ ପାଇପାରିବେ ୩୬ ହଜାର ଟଙ୍କା। ନିଜ ଭବିଷ୍ୟତ କୁ ନେଇ ଚିନ୍ତା କରୁଥିବା ଲୋକ ମାନଙ୍କ ପାଇଁ କେନ୍ଦ୍ର ସରକାର ଙ୍କର ଏହି ଯୋଜନା ବେଶ୍ ଲାଭପ୍ରଦ। ତେବେ ଆସନ୍ତୁ ଜାଣିବା ଆପଣ ମାନେ କିଭଳି ଏହି ଯୋଜନାର ଲାଭ ଉଠାଇ ପାରିବେ। ଆଉ ଏଥିପାଇଁ କଣ କରିବାକୁ ହେବ।

ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ସର୍ବଦା ନିଜ ଭବିଷ୍ୟତ କୁ ନେଇ ଚିନ୍ତା ରେ ଥାନ୍ତି। ଦିନ ରାତି ଖଟି ଯାହା ବି କିଛି ରୋଜଗାର କରିଥାନ୍ତି ସେଥିରେ ତାଙ୍କର ପରିବାର ଚଳିଥାଏ। ଟଙ୍କା ଟିଏ ସଞ୍ଚୟ କରିବା ସମ୍ଭବପର ହେଉନଥିବାରୁ ଭବିଷ୍ୟତ ର ସ୍ବପ୍ନ ଧୂଳିସାତ ହୋଇଯାଏ। ତେବେ ଏହାକୁ ହୃଦୟଙ୍ଗମ କରି କେନ୍ଦ୍ର ସରକାର ଆଣିଛନ୍ତି ବଡ଼ ଯୋଜନା। ଯାହାର ନାଆଁ ରହିଛି ପିଏମ୍ ଶ୍ରମଯୋଗୀ ମନଧନ ପେନସନ ଯୋଜନା।

ମୋଦି ସରକାର ଙ୍କର ଏହି ଯୋଜନାରେ ସାମିଲ ହେବାକୁ ହେଲେ ଜଣଙ୍କର ବୟସ ୧୮ ରୁ ୪୦ ବର୍ଷ ଭିତରେ ହୋଇଥିବା ଦରକାର। ଯଦି ଆପଣଙ୍କର ବୟସ ୧୮ ବର୍ଷ ତେବେ ଆପଣ ଏହି ଯୋଜନାରେ ସାମିଲ ହୋଇପାରିବେ ଆଉ ମାସକୁ ମାତ୍ର ୫୫ ଟଙ୍କା ଜମା କରି ଏହି ଯୋଜନାର ଲାଭ ଉଠାଇପାରିବେ। ମାସକୁ ୫୫ ଟଙ୍କା ହିସାବରେ ନେଲେ ଦିନକୁ ଆପଣଙ୍କୁ ୨ ଟଙ୍କା ରୁ ବି କମ୍ ସଂଚୟ କରିବାକୁ ପଡ଼ିବ।

ସେହିଭଳି ୨୯ ବର୍ଷ ବୟସର ବ୍ୟକ୍ତି ଏହି ଯୋଜନାରେ ସାମିଲ ହେବାକୁ ଚାହିଁଲେ ତାଙ୍କୁ ମାସକୁ ୧୦୦ ଟଙ୍କା ଦେବାକୁ ହେବ। ଆଉ ୪୦ ବର୍ଷ ବୟସର ବ୍ୟକ୍ତି ଙ୍କୁ ମାସକୁ ୨୦୦ ଟଙ୍କା ଜମା କରିବାକୁ ହେବ। ତେବେ ଏହି ଯୋଜନାରେ ସାମିଲ ହେବାକୁ ଚାହୁଁଥିବା ବ୍ୟକ୍ତି ଙ୍କ ରୋଜଗାର ମାସକୁ ୧୫ ହଜାର ରୁ କମ ହୋଇଥିବା ଆବଶ୍ୟକ।

ଏହା ସହିତ ୧୮ ରୁ ୪୦ ବର୍ଷ ବୟସର ଶ୍ରମିକ, ଡ଼୍ରାଇଭର, ଇଲେକ୍ଟ୍ରିସିଆନ କିମ୍ବା ଝାଡୁଦାର ଶ୍ରେଣୀର ବ୍ୟକ୍ତି ମାନେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ। ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବାକୁ ଚାହୁଁଥିବା ବ୍ୟକ୍ତି ମାନଙ୍କୁ ପାଖରେ ଥିବା ଜନସେବା କେନ୍ଦ୍ର କୁ ଯାଇ ଆଧାର କାର୍ଡ ଓ ଜନଧନ ଯୋଜନାରେ ଥିବା ବ୍ୟାଙ୍କ ଆଇଏଫସି କୋଡ ରେଜିଷ୍ଟର କରିବାକୁ ପଡ଼ିବ। ଆପଣଙ୍କ ଦସ୍ତାବିଜ୍ ଅନଲାଇନ ରେ ସବମିଟ ହେବାପରେ ତାଙ୍କୁ ଶ୍ରମଯୋଗି କାର୍ଡ ମିଳିଯିବ।

About admin

Check Also

ଅମ୍ଳାନ ବହୁତ ରାଗି ! ମୁଁ ଯେତେବେଳେ ହସେ ସେ ମୋ ଉପରେ ଚିଡନ୍ତି: ଏଲିନା | Elina Samantray |

ନିକଟରେ ଏକ ସିନେମା ର ସୁଟିଂ ସରି ଯାଇଛି । ସିନେମା ର ନାଁ ରହିଛି ପ୍ରିୟେ ମୁଁ ତୁମ …

Leave a Reply

Your email address will not be published. Required fields are marked *