Breaking News

ଆସୁଛି ପ୍ରକୃତି ମିଶ୍ର(Prakuti mishra) ଙ୍କ ଓଡିଆ ଫିଲ୍ମ “ଦ୍ରୌପଦୀ ” ,ସେୟାର କରି ଏମିତି କହି ଜଣାଇଲେ ପ୍ରକୃତି – ଦେଖନ୍ତୁ

ଯେପରିକି ସମସ୍ତେ ଜାଣିଥିବେ କିଛି ଦିନ ହୋଇଯିବ ଅଭିନେତ୍ରୀ ପ୍ରକୃତି ମିଶ୍ର ଘରୋଇ ବିବାଦକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଅଭିନେତା ବାବୁଶାନ୍ ଓ ପ୍ରକୃତି ଙ୍କ ସମ୍ପର୍କ କୁ ନେଇ ଦେଖା ଦେଇଛି ନାନା ବାଦ ବିବାଦ। କିଛି ଦିନ ତଳେ ସୋସିଆଲ ମିଡିଆରେ ପ୍ରକୃତି ଙ୍କର ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଥିଲା। ଯେଉଁଥିରେ ପ୍ରକୃତି ମିଶ୍ର ନିର୍ଯ୍ୟାତିତ ହେଉଥିବା ଦେଖିବାକୁ ମିଳିଥିଲା।

ତେବେ ବର୍ତ୍ତମାନ ପ୍ରକୃତି ଙ୍କର ସେହିଭଳି ନିର୍ଯ୍ୟାତିତ ହେବା ଭଳି ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ସେ କେଶ ଖୋଲା କରି ଧଳା ଶାଢ଼ୀ ପିନ୍ଧି ବସିଥିବା ବେଳେ ତାଙ୍କ ଦେହ ଓ ମୁହଁରେ କ୍ଷତ ଚିହ୍ନ ରହିଥିବା ଦେଖିବାକୁ ମିଳିଛି। ତେବେ ଏହି ଫଟୋ ଟି ପ୍ରକୃତି ଙ୍କ ଆଗାମୀ ଚଳଚ୍ଚିତ୍ର ର ପୋଷ୍ଟର। ଏହି ଚଳଚ୍ଚିତ୍ର ର ନାଁ ରହିଛି “ଦୌପଦୀ”।

ପ୍ରକୃତି ମିଶ୍ର ଏହି ଫିଲ୍ମ ର ପୋଷ୍ଟର କୁ ନିଜ ସୋସିଆଲ ମିଡିଆରେ ସେୟାର କରିବା ସହିତ ତଳେ କ୍ୟାପସନ୍ ରେ ଲେଖିଛନ୍ତି, ‘ଗୋଟିଏ ନାରୀ ହିଁ ଗୋଟିଏ ନାରୀର ଶତ୍ରୁ । ନାରୀ କେତେବେଳେ ଯୁଦ୍ଧର କାରଣ ହୋଇଥାଏ ଆଉ କେତେବେଳେ ନାରୀ ଟିଏ ଅଗ୍ନି ପରୀକ୍ଷା ଦେବାକୁ ମଧ୍ୟ ହୋଇଥାଏ। ଯୁଗ ବଦଳି ଗଲାଣି ହେଲେ ନାରୀର ଜୀବନ କାହାଣୀ ବଦଳିନି। ଯେଉଁଠି ଥିଲେ ସେଇଠି ହିଁ ରହିଯାଇଛନ୍ତି।’

ଦୌପଦୀ ସବୁ ନାରୀଙ୍କ କାହାଣୀ ବୋଲି କହିଛନ୍ତି ପ୍ରକୃତି ମିଶ୍ର। ସମାଜରେ କିଛି ବି ଘଟିଲେ ପ୍ରଥମେ ନା-ରୀ ପ୍ରତି ଆଙ୍ଗୁଳି ଉଠାଯାଏ। ଜୀବନରେ ସଂଘର୍ଷ କରି ସଫଳତା ପାଇଥିବା ଏକ ନାରୀର କାହାଣୀ ହେଉଛି ଦୌପଦୀ। ସିନେମା ଜରିଆରେ ସମାଜକୁ ଏକ ବାର୍ତ୍ତା ଦେବାର ପ୍ରୟାସ କରାଯାଇଛି।

କହିବାକୁ ଗଲେ ଏହି ଫିଲ୍ମ ଟି ନାରୀର ଭୂମିକା ଉପରେ ଆଧାରିତ। ଏହି ଫିଲ୍ମ ର ନିର୍ଦ୍ଦେଶନା ଦେଇଛନ୍ତି ଅନନ୍ୟା ପଟ୍ଟନାୟକ ଓ ପ୍ରଯୋଜନାର ଭାର ସମ୍ଭାଳିଛନ୍ତି ସସ୍ମିତା ତିଆଡି ଓ ଆକାସ ଦୀପ ସିଂହ। ଆଗାମୀ ବର୍ଷରେ ଏହି ଫିଲ୍ମ ଟି ରିଲିଜ୍ ହେବାକୁ ଯାଉଛି। ଏହି ଫିଲ୍ମ ଟି ଓଡ଼ିଆ o ହିନ୍ଦୀ ଭାଷା ରେ ରିଲିଜ୍ ହେବାର ଯୋଜନା ରହିଛି। ତେବେ ପ୍ରକୃତି ଙ୍କ ଏହି ଫିଲ୍ମ ଟି ଦର୍ଶକ ମାନଙ୍କୁ କେତେ ମାତ୍ରାରେ ପସନ୍ଦ ଆସୁଛି ତାହା ଦେଖିବା ବାକି ରହିଛି।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *