ହଠାତ୍ ବଦଳିଗଲା ଆକାଶର ରଙ୍ଗ। ଅନେକ ଥର ଆକାଶରେ ଲାଲ କିମ୍ବା ଗୋଲାପି ରଙ୍ଗ ଦେଖିବାକୁ ମିଳିଛି ହେଲେ ନିକଟରେ ଆମେରିକା ର ସାଉଥ୍ ଡାକୋଟା ର ସିଓକ୍ସଫଲ ର ଆକାଶ ଏଭଳି ରଙ୍ଗରେ ଆଦୃତ ହେଲା ଯେ ଲୋକମାନେ ଭୟରେ ଘର ଭିତରକୁ ପଶି ଗଲେ। ହଠାତ୍ ଆକାଶର ରଙ୍ଗ ସବୁଜ ହୋଇଗଲା। ସିନେମାରେ ଯେଭଳି ଭୂତର ଛାୟା ଆକାଶରେ ଛାଇ ଯାଏ ଏହି ସବୁଜ ରଙ୍ଗ ଠିକ୍ ସେହିଭଳି ଭ୍ରମ ସୃଷ୍ଟି କଲା।
ଆକାଶର ରଙ୍ଗ ଦେଖି ଲୋକେ ସିନା ଡରିଗଲେ ହେଲେ ସୋସିଆଲ ମିଡିଆରେ ଏହି ବିରଳ ଦୃଶ୍ୟର ଫଟୋ ଖୁବ୍ ଭାଇରାଲ୍ ହେଲା। ଏଭଳି ଘଟଣା ଥିଲା ଅଦ୍ଭୁତ ଓ ବିରଳ। ଲୋକ ମାନେ ଏହି ଫଟୋ କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ହେଲେ ଏହା ପଛରେ କଣ ବିଜ୍ଞାନ ରହିଛି ତାହା ଆମକୁ ବୁଝିବାକୁ ହେବ।
ଆକାଶରେ ଏଭଳି ସବୁଜ ରଙ୍ଗ ବରଫରୁ ନିର୍ଗତ ହେଉଥିବା ସବୁଜ ରଙ୍ଗ କାରଣରୁ ହୋଇଥିଲା। ଏ ନେଇ ଆମେରିକାର ଜାତୀୟ ଜଳବାୟୁ ସେବାର ବୈଜ୍ଞାନିକ କୋରି ମାର୍ଟିନ ପ୍ରକୃତିର ଏଭଳି ଦୁର୍ଲଭ ବୈଜ୍ଞାନିକ ପ୍ରକ୍ରିୟା ବିଷୟରେ ଲୋକଙ୍କୁ ବୁଝାଇଥିଲେ। ଏଥିପାଇଁ ସେ ଇନ୍ ପ୍ରୋଗ୍ରଫିକ୍ ର ସାହାଯ୍ୟ ନେଇଥିଲେ।
ସେ କହିଥିଲେ, ଝଡ଼ ସମୟରେ ପ୍ରଚୁର ପାଣି ଓ ଗଭୀରତା ଥିବା ଜଳ କଣା ଓ ବରଫ ରୁ ଏକ ପ୍ରକାର ନୀଳ ଆଲୋକ ବାହାରିଥାଏ। ଏହି ନୀଳ ଆଲୋକ ଆକାଶରେ ଛାଇ ଯାଇଥିବା ଲାଲ ଆଲୋକ ସହ ମିଶିବା ପରେ ଏଭଳି ସବୁଜ ରଙ୍ଗର ହୋଇଯାଏ। ବାଦଲ ଭିତରେ ଅଧିକ ମାତ୍ରାରେ ବରଫ ପାଣି ଥିଲେ ଏଭଳି ରଙ୍ଗ ଦେଖାଯାଏ।
ମାର୍ଟିନ ଙ୍କ କହିବା କଥା , ଯଦି ଆକାଶରେ ରଙ୍ଗ ଏପରି ହୋଇଯାଏ ତେବେ ବହୁ ମାତ୍ରାରେ ବରଫପାତ ହେବାରେ ସମ୍ଭାବନା ରହିଛି। ଦୁଇ ମାସ ପୂର୍ବରୁ ଚୀନ୍ ର ଝୋଲସନ୍ ସହରର ଆକାଶ ଲାଲ ରଙ୍ଗର ହୋଇଯାଇଥିଲା। ଏହା ପଛର ବି ବୈଜ୍ଞାନିକ କାରଣ ଲୋକଙ୍କୁ ବୁଝାଇଥିଲେ ବୈଜ୍ଞାନିକ ମାନେ।