Breaking News

ଏକ ସଂପୂର୍ଣ୍ଣ ଭିନ୍ନ ଓ ନୂଆ କାହାଣୀ ନେଇ ଆସୁଛି ଓଲିଉଡ଼ ନାୟିକା ଅନୁ ଚୌଧରୀ(Anu Chaudhury) ଫିଲ୍ମ ଏ ଡି ୟୁ ଗୋଦାର

ଓଡିଆ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତ୍ରୀ ଅନୁ ଚୌଧୁରୀ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ। ନବେ ଦଶକରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ସେ ଦର୍ଶକ ମାନଙ୍କୁ ଭରପୁର ମନୋରଞ୍ଜନ ଯୋଗାଇ ଆସୁଛନ୍ତି। ପରଦା ଉପରେ ତାଙ୍କର ଜବରଦସ୍ତ ଅଭିନୟ ଆପଣମାନେ ଦେଖିବାକୁ ପାଉଥିବେ। ଦୁଇ ଦଶନ୍ଧି ଧରି ଅନ୍ୟୂନ ୬୫ଟି ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଅନୁ। ସେ କେବଳ ଓଲିଉଡ୍‌ରେ ଅଭିନୟ କରିନାହାନ୍ତି, ବଙ୍ଗାଳୀ, ତେଲୁଗୁ ଏବଂ ହିନ୍ଦୀ ଫିଲ୍ମରେ ମଧ୍ୟ ଦର୍ଶକ ତାଙ୍କ ଅଭିନୟ ଦେଖିଛନ୍ତି।

ତେବେ ଅଭିନୟରେ ଖୁବ୍ ସୁନାମ ଅର୍ଜନ କରିଥିବା ଅନୁ ନିକଟରେ ଏକ ନୂଆ ଫିଲ୍ମ ତିଆରି କରିଛନ୍ତି। ଯାହାକି ଗତ ସେପ୍ଟେମ୍ବର ୨ ତାରିଖରେ ଭୁବନେଶ୍ବର ଓ କଟକର କିଛି ସିନେମା ହଲ ମୁକ୍ତିଲାଭ କରିଛି। ଏହି ଫିଲ୍ମ ଟିର ନାଁ ରହିଛି ଏଡିୟୁ ଗୋଦାର। ସଂପୂର୍ଣ୍ଣ ନୂଆ ଧରଣର କାହାଣୀ କୁ ନେଇ ଏହି ଫିଲ୍ମ ଟି ତିଆରି କରାଯାଇଛି।
ତେବେ ରିଲିଜ୍ ତାରିଖ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଏହି ଫିଲ୍ମ କୁ ଖୁବ୍ ଭଲ ପାଇବା ମିଳିଛି। କେବଳ କଟକ, ଭୁବନେଶ୍ଵର ନୁହେଁ, ନିକଟରେ କଲିକତା ଓ ମୁମ୍ବାଇରେ ମଧ୍ୟ ଏହି ଫିଲ୍ମ ଟି ରିଲିଜ କରାଯାଇଛି। ଏହି ଫିଲ୍ମ ର ନିର୍ଦ୍ଦେଶନା ଦେଇଛନ୍ତି

ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ। ଏହି ଫିଲ୍ମ ଟି ଦର୍ଶକଙ୍କ ପସନ୍ଦ ମୁତାବକ ଓଡ଼ିଆ ସିନେମାର ଅତି ଉଚ୍ଚକୋଟି ର ବିଷୟବସ୍ତୁ କୁ ନେଇ ତିଆରି କରାଯାଇଛି।
ତେବେ ଏହି ଫିଲ୍ମ ଟି ବକ୍ସ ଅଫିସ୍ ରେ ଭଲ ରେକର୍ଡ କରିବା ପରେ ଏହାକୁ ନେଇ ଖୁବ୍ ଖୁସି ଅଛନ୍ତି ଅନୁ ଚୌଧୁରୀ।

ନିକଟରେ ଏକ ସାକ୍ଷତକାରରେ ସେ ଫିଲ୍ମ ର ସଫଳତା ପାଇଁ ଦର୍ଶକ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ସହିତ ଏହି ସାକ୍ଷାତକାର ସମୟରେ ସେ ଦିବଂଗତ ଅଭିନେତା ମିହିର ଦାସ ଙ୍କ ସହ ନିଜ ପୁରୁଣା ଦିନର ସ୍ମୃତି କୁ ମନେ ପକାଇଥିଲେ ଓ କହିଥିଲେ, ” ସବୁବେଳେ ମିହିର ଭାଇ ମୋର ମନେ ପଡ଼ନ୍ତି “.

ତେବେ ସୂଚନା ଯୋଗ୍ୟ, ବଡ଼ ପରଦାରେ ଜବରଦସ୍ତ ଅଭିନୟ କରି ଖୁବ୍ ଲୋକପ୍ରିୟତା ହାସଲ କରିଥିବା ଅନୁ ଚୌଧୁରୀ ବର୍ତ୍ତମାନ ଜୀ ସାର୍ଥକର ମେଗା ଧାରାବାହିକ ‘ସର୍ବଜିତା ଅନୁ’ ରେ ମୁଖ୍ୟ ଭୂମିକାରେ ଖୁବ୍ ସୁନ୍ଦର ଅଭିନୟ କରୁଥିବାର ନଜର ଆସୁଛନ୍ତି। ଏହି ଧାରାବାହିକ ରେ ତାଙ୍କର ଜବରଦସ୍ତ୍ ଅଭିନୟ ଧାରାବାହିକ ଟିକୁ ଖୁବ୍ ସଫଳତା ଆଣି ଦେଇଛି।

About admin

Check Also

ବାନ୍ଧବୀଙ୍କ ସତ ଧରିବାକୁ ଡିଜେ ଆଜେକ୍ସ କରିଥିଲେ ଭିଡିଓ ସୁଟିଂ। ଦେଖନ୍ତୁ ଭିଡିଓ…

ଡିଜେ ଆଜେକ୍ସ୍ ଙ୍କ ମୃତ୍ୟୁ ପରେ ତାଙ୍କ ମୋବାଇଲ୍ ର କିଛି ଭିଡ଼ିଓ ଏବେ ଚର୍ଚ୍ଚାରେ । ଭିଡ଼ିଓ ନିଜେ …

Leave a Reply

Your email address will not be published. Required fields are marked *