ଓଲିଉଡ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ବାବୁଶାନ୍ ମହାନ୍ତି ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ। ତେବେ ହସ୍ପିଟାଲ୍ ରୁ ସୁସ୍ଥ ହୋଇ ଫେରିବା ପରେ ଚଳିତ ବର୍ଷ ଦଶହରା ରେ ଏକ ଭିଡିଓ ଜାରି କରି ନିଜ ଫ୍ୟାନ୍ସ୍ ମାନଙ୍କୁ ଦଶହରାର ଶୁଭେଚ୍ଛା ଜଣାଇଛନ୍ତି ବାବୁଶାନ୍ ମହାନ୍ତି। ଏହା ସହିତ ସେ ନିଜ କରିବାର ସହ ଦଶହରା ପାଳନ କରିଛନ୍ତି। ତେବେ କଣ ରହିଛି ସଂପୂର୍ଣ୍ଣ ଖବର ଆସନ୍ତୁ ଜାଣିବା।
ତେବେ ନିଜର ଜବରଦସ୍ତ ଅଭିନୟ ପାଇଁ ବାବୁଶାନ୍ ଅନେକ ଲୋକପ୍ରିୟତା ହାସଲ କରିପାରିଛନ୍ତି। ଖୁବ୍ କମ୍ ବୟସରେ ଅଭିନୟ ଦୁନିଆରେ ପାଦ ଦେଇଥିବା ବାବୁଶାନ୍ ବର୍ତ୍ତମାନ ଓଲିଉଡ ଇଣ୍ଡଷ୍ଟ୍ରି ର ଜଣେ ସଫଳ ନାୟକ। ନିଜ ବାପା ଉତ୍ତମ ମହାନ୍ତି ଓ ମା ଅପରାଜିତା ଙ୍କ ଭଳି ସେ ମଧ୍ୟ ନିଜକୁ ସୁପ୍ରତିଷ୍ଠିତ କରିପାରିଛନ୍ତି।
ଆପଣ ମାନେ ଜାଣିଥିବେ ଗତ ମାସ ତଳେ ଘରୋଇ ବିବାଦରେ ଛନ୍ଦି ହୋଇପଡ଼ିଥିଲେ ବାବୁଶାନ୍। ପତ୍ନୀ ତୃପ୍ତି ଙ୍କ ସହ ତାଙ୍କର ଘୋରୋଇ କଳି ରାସ୍ତାରେ ପଡ଼ି ହାଟରେ ଗଡୁଥିଲା। ଏହା ତାଙ୍କର ଫ୍ୟାନ୍ସ ମାନଙ୍କୁ ଖୁବ୍ ଦୁଃଖିତ କରିଥିଲା। ତେବେ କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ସବୁକିଛି ଠିକ୍ ହୋଇଥିଲା। ଗତ କିଛି ଦିନ ତଳେ ବାବୁଶାନ୍ ଯେତେବେଳେ ଅସୁସ୍ଥ ହୋଇ ହସ୍ପିଟାଲ୍ ରେ ପଡ଼ିଥିଲେ ସେତେବେଳେ ତାଙ୍କୁ ଦେଖା କରିବାକୁ ଆସିଥିଲେ ତୃପ୍ତି।
ଏମିତିକି ହସ୍ପିଟାଲ୍ ରୁ ବାବୁଶାନ୍ ଡିସଚାର୍ଜ ହେବା ଦିନ ତୃପ୍ତି ତାଙ୍କୁ ସାଙ୍ଗରେ ନେଇ ଯାଇଥିଲେ। ତେବେ ଏହା ପରେ ଦୁହିଁଙ୍କ ଭିତରେ ପୁଣିଥରେ ସବୁ କିଛି ଠିକ୍ ହୋଇଯାଇଛି ବୋଲି ଚର୍ଚ୍ଚା ହେଉଛି। ଏମିତିକି ପତ୍ନୀ ତୃପ୍ତି ଓ ପୁଅ ସହ ମିଶି ବାବୁଶାନ୍ ଦଶହରା ପାଳିଥିବା ମଧ୍ୟ ଶୁଣିବାକୁ ମିଳିଛି। ତେବେ ଏହି ଦଶହରା ଉପଲକ୍ଷେ ବାବୁଶାନ୍ ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି।
ଏହି ଭିଡିଓ ମାଧ୍ୟମରେ ସେ ନିଜର ଅଗଣିତ ଫ୍ୟାନ୍ସ ମାନଙ୍କୁ ଦଶହରା ର ଶୁଭେଚ୍ଛା ଜଣାଇଥିଲେ। ତେବେ ବାବୁଶାନ୍ ଙ୍କ ଏହି ଭିଡିଓ ଦେଖିବା ପରେ ବାବୁଶାନ୍ ଙ୍କ ଫ୍ୟାନ୍ସ ମାନଙ୍କୁ ଆଶ୍ୱସ୍ତି ମିଳିଛି। ବାବୁଶାନ୍ ବର୍ତ୍ତମାନ ସଂପୂର୍ଣ୍ଣ ଭାବରେ ସୁସ୍ଥ ଥିବା ଜଣାପଡିଛି। ତେବେ କହିରଖୁଛୁ, ଖୁବ୍ ଶୀଘ୍ର ଆସିବାକୁ ଯାଉଛି ବାବୁଶାନ୍ ମହାନ୍ତି ଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ଦମନ। ଏହି ଫିଲ୍ମ କୁ ନିଶ୍ଚୟ ଭାବରେ ଲୋକ ମାନଙ୍କର ଭଲ ପାଇବା ମିଳିବ ବୋଲି ଆଶା ରଖିଛନ୍ତି ବାବୁଶାନ୍।