Breaking News

ଏବେ ବି ମତେ ଅଭିନେତା ପ୍ରପୋଜ କରୁଛନ୍ତି : ଏମିତି କହିଲେ ଚର୍ଚିତ ଅଭିନେତ୍ରୀ ଦେବଶ୍ରୀ ରାଜଗୁରୁ (Debashri Rajguru) … ଦେଖନ୍ତୁ

ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏଭଳି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜର ଜବରଦସ୍ତ ଅଭିନୟ ମାଧ୍ୟମରେ ଅଭିନୟ ଜଗତରେ ନିଜର ଏକ ନିଆରା ପରିଚୟ ସୃଷ୍ଟି କରିପାରିଛନ୍ତି। ଓଲିଉଡ଼ ତା ସେହିଭଳି ଜଣେ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଦେବଶ୍ରୀ ରାଜଗୁରୁ। ଦେବଶ୍ରୀ ଙ୍କୁ ଆପଣ ମାନେ ନିଶ୍ଚୟ ଭାବରେ ଜାଣିଥିବେ। ଡିଡି ନ୍ୟାସନାଲ ଚ୍ୟାନେଲ ରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ଆକାଶ କଇଁଆ ଚିଲିକା ମାଛ ରେ ସେ ଲିଡ଼ ଭୂମିକାରେ ନଜର ଆସୁଥିଲେ।

ଏହି ଧାରାବାହିକ ତାଙ୍କୁ ରାତାରାତି ଲୋକପ୍ରିୟ କରିଦେଇଥିଲା। ଏହାପରେ ଦେବଶ୍ରୀ ଆହୁରି ଅନେକ ଧାରାବାହିକ ସହିତ ମ୍ୟୁଜିକ ଭିଡିଓ ରେ ମଧ୍ୟ ଅଭିନୟ କରିଥିଲେ। ଦେବଶ୍ରୀ ଜଣେ ଭଲ ଅଭିନେତ୍ରୀ ସହିତ ଜଣେ ଭଲ ନୃତ୍ୟ ଶିଳ୍ପୀ ମଧ୍ୟ। ଅନେକ ଆଲବମ୍ ରେ ସେ ନିଜ ଜଲବା ଦେଖାଇଛନ୍ତି।

ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଖୁବ୍ ନାଁ କମାଇଥିବା ଦେବଶ୍ରି କିଛି ହିନ୍ଦୀ ଧାରାବାହିକ ରେ ନଜର ଆସିସାରିଛନ୍ତି। କେବଳ ଏତିକି ନୁହେଁ ଭୋଜପୁରୀ ଫିଲ୍ମ ଜଗତର ମଧ୍ୟ ସେ ଜଣେ ଜଣାଶୁଣା ଚେହେରା। ତେବେ ଅନ୍ୟ ଇଣ୍ଡଷ୍ଟ୍ରି ରେ କାମ କରିସାରିଥିବା ଦେବଶ୍ରୀ ଓଡ଼ିଆ ଇଣ୍ଡଷ୍ଟ୍ରି ଠାରୁ ଅନ୍ୟ ସବୁ ଫିଲ୍ମ ଇଣ୍ଡଷ୍ଟ୍ରି କଣ ପାଇଁ ଭିନ୍ନ ସେ ବିଷୟରେ ଏକ ସାକ୍ଷାତକାର ରେ କହିଛନ୍ତି।
ସେ କହିଛନ୍ତି, ଓଡ଼ିଆ ଇଣ୍ଡଷ୍ଟ୍ରି ତୁଳନାରେ ଅନ୍ୟ ଇଣ୍ଡଷ୍ଟ୍ରି ଭିନ୍ନ। କାରଣ ଓଡ଼ିଆ ଫିଲ୍ମ ନିର୍ମାତା ମାନେ ଫିଲ୍ମ ଗୁଡ଼ିକୁ କପି କରନ୍ତି ହେଲେ ଅନ୍ୟ ଇଣ୍ଡଷ୍ଟ୍ରି ରେ ସେ ସବୁ ନାହିଁ।

ସେମାନେ ସବୁବେଳେ କିଛି ନୂଆ କରିବାକୁ ପସନ୍ଦ କରିଥାନ୍ତି। ଓଡ଼ିଆ ଇଣ୍ଡଷ୍ଟ୍ରି ଧୀରେ ଧୀରେ ଅଗ୍ରଗତି କରିବ।ତେବେ ଅଭିନୟରେ ଅନେକ ସଫଳତା ପାଇଥିବା ଦେବଶ୍ରୀ ଆଗକୁ ଏକ ଡାନ୍ସ ଏକାଡେମୀ ଖୋଲିବାକୁ ଲକ୍ଷ ରଖିଥିବା ସାକ୍ଷାତକାର ରେ କହିଛନ୍ତି। ତେବେ ଆଗକୁ ଦେବଶ୍ରୀ ଙ୍କର ଗୋଟିଏ ଓଡ଼ିଆ ସିନେମା ଓ ଗୋଟିଏ ଭୋଜପୁରୀ ସିନେମା ଆସିବାକୁ ଯାଉଛି। ଯାହାକି ବଡ଼ ପରଦାରେ ରିଲିଜ୍ ହେବ। ବର୍ତ୍ତମାନ ଏହି ଫିଲ୍ମ ର ଷ୍ଟୋରି କାମ ଜାରି ରହିଛି।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *