Breaking News

ଏହି ହେରୋଇନ ଙ୍କୁ ବିବାହ କରିବେ ସାହୁ ଭେରାଇଟି ଷ୍ଟୋର ର ଲୋକପ୍ରିୟ ଅଭିନେତା ରାଜୁ ଦାସ – ଦେଖନ୍ତୁ

ଆମ ଓଡ଼ିଶାରେ ଏଭଳି ଅନେକ କଳାକାର ଅଛନ୍ତି ଯେଉଁମାନେ ନିଜର ପରିଶ୍ରମ ଓ ଦକ୍ଷତା ବଳରେ ଅନେକ ଲୋକପ୍ରିୟତା ହାସଲ କରିପାରିଛନ୍ତି। ଓଡ଼ିଶାର ସେହିଭଳି ଜଣେ ଲୋକପ୍ରିୟ ହାସ୍ୟ ଅଭିନେତା ହେଉଛନ୍ତି ରାଜୁ ଦାସ। ୟୁଟ୍ୟୁବ୍ ରେ ସାହୁ ବାବୁ ଭାବରେ ସେ ବେଶ୍ ପରିଚିତ। ୟୁ ଟ୍ୟୁବ୍ ରେ ସାହୁ ଭେରାଇଟି ଷ୍ଟୋର କମେଡି ସିରିଜ୍ କରି ନିଜର ଦବ ଦବା ଜାରି ରଖିଛନ୍ତି ରାଜୁ। ବର୍ତ୍ତମାନ ସମୟରେ ଓଡ଼ିଶାର ସେ ଜଣେ ଅତି ପରିଚିତ ଚେହେରା।

ସାହୁ ବାବୁ ଚରିତ୍ର ରେ ନିଜର ଜବରଦସ୍ତ ଅଭିନୟ ଓ କମେଡି ଦ୍ଵାରା ରାଜୁ ଦାସ ଲୋକ ମାନଙ୍କୁ ହସାଇ ହସାଇ ବେଦମ୍ କରିଦିଅନ୍ତି । ରାଜୁ ଦାସ ଙ୍କର ଏକ ୟୁ ଟ୍ୟୁବ୍ ଚ୍ୟାନେଲ ରହିଛି ଯାହାର ନାଆଁ ହେଉଛି ରାଜୁ ଦାସ କମେଡି। ଏହି ଚ୍ୟାନେଲ୍ ରେ ରାଜୁ ଅନେକ ମଜାଳିଆ ଭିଡିଓ କରି ପୋଷ୍ଟ କରିଥାନ୍ତି। ଯାହାକୁ ଛୋଟ ପିଲା ମାନଙ୍କ ଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ଖୁବ୍ ଭଲ ପାଇବା ଦିଅନ୍ତି।

ୟୁ ଟ୍ୟୁବ୍ ରେ ଖୁବ୍ ଟ୍ରେଣ୍ଡ ରେ ଅଛି ସାହୁ ଭରାଇଟି ଷ୍ଟୋର ଶିରିଜ୍। ଲୋକ ମାନଙ୍କ ଭଲ ପାଇବା ଦେଖି ରାଜୁ ଅନେକ ନୂଆ ନୂଆ ଧରଣର ଭିଡିଓ ଲୋକ ମାନଙ୍କୁ ଭେଟି ଦେଉଛନ୍ତି। ବର୍ତ୍ତମାନ ଏହି ୟୁଟ୍ୟୁବ ଚ୍ୟାନେଲକୁ ୭ ଲକ୍ଷରୁ ଅଧିକ ଲୋକ ସସ୍କ୍ରାଇବ କରିଛନ୍ତି। ଏହି ୟୁଟ୍ୟୁବ୍ ଜରିଆରେ ହିଁ ରାଜୁ ଦାସ ନିଜର ପ୍ରତିଭା କୁ ଲୋକ ମାନଙ୍କ ସାମ୍ନାକୁ ଆଣି ପାରିଛନ୍ତି ।

ସାହୁ ଭେରାଇଟି ଷ୍ଟୋର ରେ ଭାଉଜ ଚରିତ୍ର ରେ ନଜର ଆସୁଥିବା ଅଭିନେତ୍ରୀ ଶ୍ରୀ ମଧ୍ୟ ଲୋକ ମାନଙ୍କର ଏକ ପ୍ରିୟ ଚରିତ୍ର। ସାହୁ ବାବୁ ଙ୍କ ସହିତ ଭାଉଜ ଙ୍କ କମେଡି କୁ ଅନେକ ଭଲ ପାଇବା ଦିଅନ୍ତି ଲୋକେ। ପ୍ରକୃତ ଜୀବନରେ ଶ୍ରୀ ଓ ରାଜୁ ଦୁହେଁ ଭଲ ବନ୍ଧୁ। ତେବେ ଏହି ଚ୍ୟାନେଲ ରେ ଯେ କୌଣସି ନୂଆ ଭିଡିଓ ପୋଷ୍ଟ ହେଲେ ତାହାକୁ ଗୋଟିଏ ଦିନରେ ୧ ମିଲିୟନ କୁ ଅଧିକ ଲୋକ ଦେଖନ୍ତି।


ଏକ ସାକ୍ଷାତକାର ରେ ରାଜୁ ବାବୁ କହିଥିଲେ, ‘ଛୋଟ ବେଳୁ ଅଭିନୟ କରିବାକୁ ଲୋକଙ୍କୁ ହସେଇବାକୁ ମତେ ଭଲ ଲାଗେ। ସବୁବେଳେ ଗୋଟିଏ ମଂଚର ଖୋଜ ରେ ଥିଲି। ଶେଷରେ ୟୁଟ୍ୟୁବ୍ ପ୍ଲାଟଫର୍ମ ପାଇଲି। ଏଥିରେ ଭିଡିଓ କରିବା ଆରମ୍ଭ କଲି। ଆଉ ଏବେ ଲୋକ ମାନେ ମୋ ଭିଡିଓ କୁ ଏତେ ଭଲ ପାଇବା ଦେଉଛନ୍ତି ସେଥିପାଇଁ ମୁଁ ବହୁତ ଖୁସି। ଜୀବନର ଶେଷ ନିଃଶ୍ୱାସ ଯାଏଁ ଆମେ ଆପଣଙ୍କ ମୁହଁରେ ହସ ଫୁଟେଇବୁ।’

About admin

Check Also

ଅମ୍ଳାନ ବହୁତ ରାଗି ! ମୁଁ ଯେତେବେଳେ ହସେ ସେ ମୋ ଉପରେ ଚିଡନ୍ତି: ଏଲିନା | Elina Samantray |

ନିକଟରେ ଏକ ସିନେମା ର ସୁଟିଂ ସରି ଯାଇଛି । ସିନେମା ର ନାଁ ରହିଛି ପ୍ରିୟେ ମୁଁ ତୁମ …

Leave a Reply

Your email address will not be published. Required fields are marked *