Breaking News

ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ଲିକୁନ(Linkun Chaudhry) ସେୟାର କଲେ ଦୁଃଖ ଖବର : କହିଲେ ଏମିତି କାମ କରନ୍ତୁ ନାହିଁ …

ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ଲିକୁନଙ୍କୁ ତ ସମସ୍ତେ ନିଶ୍ଚୟ ଭାବରେ ଜାଣିଥିବେ। ନିଜର ଜବରଦସ୍ତ ଅଭିନୟ ଦ୍ୱାରା ସେ ଏବେ ଓଡ଼ିଶାର ଘରେ ଘରେ ପରିଚିତ। ବର୍ତ୍ତମାନ ଲିକୁନ ସିନ୍ଦୁରର ଅଧିକାର ଧାରାବାହିକରେ ମିଠୁ ଭୂମିକାରେ ଜବରଦସ୍ତ ଅଭିନୟ କରୁଛନ୍ତି।

ତେବେ ନିକଟରେ ଲିକୁନ୍ ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏହି ଭିଡିଓ ରେ ଲିକୁନ ବର୍ତ୍ତମାନର ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଲୋକ ମାନଙ୍କ ସହ କିଛି ନିଜ ମନର କଥା ସେୟାର କରିଛନ୍ତି।

ଏହି ଭିଡିଓ ରେ ଲିକୁନ କହିଛନ୍ତି, ‘ ଗତ କିଛି ଦିନ ହେବ ନ୍ୟୁଜ୍ ଚ୍ୟାନେଲ ଗୁଡିକରେ ଏକ ଭିଡିଓ ପ୍ରସାରଣ ହେଉଛି ଯେଉଁଥିରେ ଦେଖିବାକୁ ମିଳୁଛି ମୁଣ୍ଡୁଳୀ ବ୍ରିଜ ଉପରେ ଥାଇ ଲୋକ ମାନେ କିଭଳି ବନ୍ୟା ଜଳକୁ ଦେଖି ମଜା ନେଉଛନ୍ତି। ଗଣମାଧ୍ୟମ ପ୍ରତିନିଧି ମାନେ ମଧ୍ୟ ରୁଣ୍ଡ ହୋଇ ବନ୍ୟା ଜଳର ଭିଡିଓ କରୁଛନ୍ତି ଓ ଲୋକ ମାନଙ୍କ ପ୍ରତିକ୍ରିୟା ନେଉଛନ୍ତି। ହେଲେ ଏହି ବନ୍ୟା ପାଣି ର ମଜା କେତେ ଲୋକ ଙ୍କର ଯେ ଘର ଦ୍ଵାର ଉଜାଡ଼ିଦେବ, ସେମାନେ କେତେ ଯେ ଟେନସନ୍ ରେ ଥିବା ସେ ବିଷୟରେ କାହାର ଚିନ୍ତା ନାହିଁ।’

‘ ଯଦି ମଣିଷ ହିସାବରେ ଆମେ ଅନ୍ୟ ଜଣେ ମଣିଷର ଦୁଃଖ କଷ୍ଟ କୁ ବୁଝି ପାରିବାନି ତେବେ ଆମ ମଣିଷତ୍ଵ ର କିଛି ମୂଲ୍ୟ ନାହିଁ।’ ମୁଣ୍ଡୁଳି ବ୍ରିଜ ଉପରେ ଯେଉଁ ଲୋକ ମାନେ ଛିଡ଼ା ହୋଇ ବନ୍ୟା ପାଣି ର ମଜା ନେଉଛନ୍ତି ସେମାନେ ଦୟା କରି ସେଠାରୁ ହଟି ଯାଆନ୍ତୁ ବୋଲି କହିଛନ୍ତି ଲିକୁନ।
ଲିକୁନ ଆହୁରି ମଧ୍ୟ କହିଛନ୍ତି, ଯେଉଁ ଲୋକ ମାନେ ନଦୀ ପାର୍ଶ୍ୱରେ ବସବାସ କରୁଛନ୍ତି , ଯେଉଁମାନେ ଚାଷ କରୁଛନ୍ତି, ବନ୍ୟା ହେଲେ ଚାଷ ନଷ୍ଟ ହୋଇଯିବ। ଯାହା ଫଳରେ ଆମେ ସମସ୍ତେ ହଇରାଣ ହେବା। ତେଣୁକରି ଏମିତି ଜିନିଷର ମଜା ନିଅନ୍ତୁ ନାହିଁ ଯାହା ଅନ୍ୟ ପାଇଁ ସଜ୍ଜା ହେବ।

About admin

Check Also

Exclusive: ମେଡିକାଲ୍ ରେ ପିଣ୍ଟୁ ନନ୍ଦ ଓ ସ୍ତ୍ରୀ ଶିଳ୍ପାଙ୍କ କଥାବାର୍ତ୍ତା ଆସିଲା ସାମ୍ନାକୁ … ଦେଖନ୍ତୁ

ଓଲିଉଡ଼ ଅଭିନେତା ସ୍ବର୍ଗତ ପିଣ୍ଟୁ ନନ୍ଦ ଙ୍କୁ ନେଇ ପୁଣି ଏକ ବଡ଼ ଖବର ସାମ୍ନା କୁ ଆସିଛି । …

Leave a Reply

Your email address will not be published. Required fields are marked *