Breaking News

ଓଡ଼ିଶା ଫେରିବା ପରେ ପ୍ରକୃତି ମିଶ୍ର (Prakruti mishra) ନିଜ ସାଙ୍ଗ ମାନଙ୍କ ସହ ମିଶି ମଜା ମସ୍ତି କରୁଥିବାର ଭିଡିଓ ହେଲା ଭାଇରାଲ … ଦେଖନ୍ତୁ

ଆମ ଓଡ଼ିଆ ସିନେମା ଜଗତ ର ଲୋକପ୍ରିୟ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ। ଅନେକ ଗୁଡ଼ିଏ ସିନେମାରେ ଆପଣ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ଦେଖିବାକୁ ପାଇଥିବେ। ତେବେ କିଛି ଦିନର ବ୍ୟବଧାନ ପରେ ଏବେ ଓଡ଼ିଶା ଫେରିଛନ୍ତି ପ୍ରକୃତି। ତେବେ ଏହି ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ପ୍ରକୃତି ମିଶ୍ର ଙ୍କ ଏକ ଭିଡିଓ। ତେବେ କଣ ରହିଛି ସଂପୂର୍ଣ୍ଣ ଖବର ଆସନ୍ତୁ ଜାଣିବା ।

 

ତେବେ ଓଲିଉଡ ଇଣ୍ଡଷ୍ଟ୍ରି ର ଜଣେ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ପ୍ରକୃତି ମିଶ୍ର। ଜଣେ ଶିଶୁ କଳାକାର ଭାବରେ ଅଭିନୟ ଦୁନିଆରେ ପାଦ ଦେଇଥିବା ପ୍ରକୃତି ଏବେ ସିନେ ଜଗତର ଜଣେ ଆଗଧାଡିର ନାୟିକା। ଓଲିଉଡ ରେ ଅଳ୍ପ କିଛି ସିନେମାରେ ନଜର ଆସିଥିଲେ ବି ସେ ସବୁବେଳେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାର ପରିସରରେ ଥାଆନ୍ତି।

ଓଲିଉଡ ବ୍ୟତୀତ ପ୍ରକୃତି ନ୍ୟାସନାଲ ଟେଲିଭିଜନ ଦୁନିଆରେ ଜଣେ ପରିଚିତ ଚେହେରା। କିଛି ହିନ୍ଦୀ ଧାରାବାହିକ ସହିତ ଚର୍ଚ୍ଚିତ ରିଆଲିଟି ଶୋ ମାନଙ୍କରେ ପ୍ରକୃତି ନଜର ଆସିଛନ୍ତି। କେବଳ ଏତିକି ନୁହେଁ, ଆଗକୁ ସେ କିଛି ହିନ୍ଦୀ ସିନେମାରେ ମଧ୍ୟ ନଜର ଆସିବାକୁ ଯାଉଛନ୍ତି। ଯାହାର ସୁଟିଂ ବର୍ତ୍ତମାନ ସମୟରେ ଜାରି ରହିଛି।

ଏତଦବ୍ୟତୀତ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସେ ଅନେକ ସମୟରେ ବେଶ୍ ଚର୍ଚ୍ଚାରେ ଥାନ୍ତି। ଆପଣ ଜାଣିଥିବେ ଗତ ଦିନ ମାନଙ୍କରେ ଅଭିନେତା ବାବୁଶାନ୍ ମହାନ୍ତି ଙ୍କ ପତ୍ନୀ ଙ୍କ ସହ ପ୍ରକୃତି ଙ୍କ ବିବାଦ ଓଡ଼ିଶାରେ ହଇଚଇ ସୃଷ୍ଟି କରିଥିଲା। କେବଳ ଓଡ଼ିଶା ନୁହେଁ , ଏକ ଲୋକପ୍ରିୟ ଜାତୀୟ ଗଣମାଧ୍ୟମ ରେ ମଧ୍ୟ ଏହି ଖବର ପ୍ରକାଶିତ ହୋଇଥିଲା।

ତେବେ ଏହି ବିବାଦ ପରେ ପ୍ରକୃତି ମୁମ୍ବାଇ ଫେରି ଯାଇଥିଲେ। ତେବେ ସେଠାରେ କିଛି ଦିନ ରହିବା ପରେ ଏବେ ପୁଣି ଥରେ ଓଡ଼ିଶା ଫେରିଛନ୍ତି ପ୍ରକୃତି। ତେବେ ଏହି ସମୟରେ ସେ ନିଜ ସାଙ୍ଗ ମାନଙ୍କ ସହ ମିଶି ବେଶ୍ ମଜା ମସ୍ତି କରୁଥିବାର ନଜର ଆସୁଛନ୍ତି। ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ପ୍ରକୃତି ମିଶ୍ର ବେଶ୍ ଖୁସି ଥିବା ନଜର ଆସୁଛନ୍ତି। ତେବେ ଏହି ଭାଇରାଓ ଭିଡିଓ ରେ ସୋସିଆଲ ମିଡ଼ିଆ ୟୁଜର ବିଭିନ୍ନ କମେଣ୍ଟ କରୁଥିବାର ଦେଖିବାକୁ ମିଳିଛି।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *