Breaking News

ଓଡିଆ ଅଭିନେତ୍ରୀ ରଚନା ବାନାର୍ଜୀ (Rachana banerjee) ଆଜି ତାଙ୍କର ୩୮ ତମ ଜନ୍ମଦିନ ଏମିତି ପାଳନ କରିଲେ … ଦେଖନ୍ତୁ ଭିଡିଓ

ଏକଦା ଓଡ଼ିଆ ଚଳଚ୍ଚିତ୍ର ଜଗତରେ ରାଜ୍ କରୁଥିବା ଲୋକପ୍ରିୟ ଅଭିନେତ୍ରୀ ରଚନା ବାନାର୍ଜୀ ଙ୍କୁ ତ ଆପଣ ମାନେ ନିଶ୍ଚୟ ଭାବରେ ଜାଣିଥିବେ। ନିଜର ସୌନ୍ଦର୍ଯ୍ୟକୁ ନେଇ ସେ ଯେତିକି ପରିଚିତ ସେତିକି ପରିଚିତ ନିଜର ଜବରଦସ୍ତ ଅଭିନୟ କୁ ନେଇ। ଜଣେ ଅଣଓଡିଆ ହୋଇ ମଧ୍ୟ ସେ ଓଡ଼ିଶାର ପ୍ରତିଟି ଦର୍ଶକ ମାନଙ୍କ ହୃଦୟ ଜିତିବାରେ ସଫଳ ହୋଇଛନ୍ତି।

ଆଜି ରଚନା ବାନାର୍ଜୀଙ୍କର ଜନ୍ମଦିନ ଥିଲା ସମସ୍ତଙ୍କ ତରଫରୁ ଖୁବ ଶୁଭେତ୍ସା ଓ ଶୁଭକାମନା ପାଇଥିଲେ ଏହି ସୁନ୍ଦରୀ ଲୋକପ୍ରିୟ ଅଭିନେତ୍ରୀ । ଦିନେ ଓଡ଼ିଆ ଇଣ୍ଡଷ୍ଟ୍ରିରେ ଏକାଧିକ ଫିଲ୍ମରେ ମନଲୋଭା କାମ କରି ଦର୍ଶକଙ୍କ ହୃଦୟରେ ସୁନ୍ଦର ସ୍ମରଣୀୟ ଚିତ୍ର ତିଆରି କରିଥିବା ରଚନା ତାଙ୍କ ଫେସବୁକ ଆକାଉଂଟରେ ଜନ୍ମଦିନର ଏକ ଭିଡ଼ିଓ ଶେୟାର କରିଛନ୍ତି ।

ତେବେ ଆପଣମାନେ ଓଲିଉଡର ଜବରଦସ୍ତ ଯୋଡି ରଚନା ଓ ସିଦ୍ଧାନ୍ତ ମହାପାତ୍ରଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ ୯୦ ଦଶକରେ ଦୁହେଁ ଏକାଠି ଅନେକ ସିନେମାରେ ଅଭିନୟ କରି ସାରା ଓଡ଼ିଶାର ଲୋକମାନଙ୍କ ମନକୁ ଜିତିବାରେ ସଫଳ ହୋଇଥିଲେ |ଏହାପରେ ସେ ସେ ନାରୀ ନୁହେଁ ତୁ ନାରାୟଣୀ, ସିନ୍ଦୂର ନୁହେଁ ଖେଳଘର, ମୋ କୋଳ ତୋ ଝୁଲଣା ,କଳ୍କୀ ଅବତାର, ସୁନା ହରିଣୀ, ରାକ୍ଷୀ ଭିଜିଗଲା ଆଖି ଲୁହରେ, ସିଂହବାହିନୀ ,ସନ୍ତାନ, ଗଙ୍ଗା ଯମୁନା ,ଯଶୋଦା, ଲକ୍ଷେ ଶିବ ପୂଜି ପାଇଛି ପୁଅ, ଭାଇ ହେଲା ଭଗାରୀ , ସୁଭଦ୍ରା, ନାରୀ ବି ପିନ୍ଧି ପାରେ ରକ୍ତ ସିନ୍ଦୂର ଭଳି ଫିଲ୍ମରେ ଅଭିନୟ କରିଥିଲେ। ‘ସକଳ ତୀର୍ଥ ତୋ ଚରଣେ’ ଚଳଚ୍ଚିତ୍ରରେ ଉତ୍ତମ ମହାନ୍ତିଙ୍କ ସହ ନଜର ଆସି ଦର୍ଶକଙ୍କୁ ବିମୋହିତ କରିଥିଲେ ଏହି ବଙ୍ଗଳା ସୁନ୍ଦରୀ।

ତେବେ ବର୍ତ୍ତମାନ ରଚନା ବାନାର୍ଜୀ ଓଡ଼ିଶା ଛାଡି ବଙ୍ଗଳାକୁ ଚାଲି ଯାଇଛନ୍ତି ଆଉ ବଙ୍ଗଳା ଇଣ୍ଡଷ୍ଟ୍ରିରେ କାମ କରୁଥିବାର ଦେଖା ଦେଇଛନ୍ତି ତାହେଲେ ୯୦ ଦଶକରେ ଏକାଠି ଅଭିନୟ କରୁଥିବା ରଚନା ଓ ସିଦ୍ଧାନ୍ତ ମହାପାତ୍ର ପରସ୍ପରକୁ ସୁଟିଂ ସେଟ୍ ରୁ ଭଲପାଇ ୨୦୦୧ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ କିନ୍ତୁ ତାଙ୍କ ବାହାଘର ବେଶୀ ଦିନ ପର୍ଯ୍ୟନ୍ତ ଚାଲି ନଥିଲା ଆଉ ୨୦୦୨ ମସିହାରେ ସେମାନଙ୍କର ଛାଡ଼ପତ୍ର ହୋଇଥିଲା।

ତେବେ ଛାଡ଼ପତ୍ର ପରେ ରଚନା ବାନାର୍ଜୀ ବଙ୍ଗଳା ଇଣ୍ଡଷ୍ଟ୍ରିକୁ ଚାଲି ଯାଇଥିଲେ ଆଉ ତାପରେ ଠାରୁ ସେ କେବେବି ହେଲେ ଓଡ଼ିଆ ଇଣ୍ଡଷ୍ଟ୍ରିକୁ ଆସିନଥିଲେ କିନ୍ତୁ ଗତ ବର୍ଷ ରଚନା ବାନାର୍ଜୀ ଗୋଟିଏ ଇଭେଣ୍ଟରେ ଯୋଗ ଦେବା ପାଇଁ ଓଡ଼ିଶାକୁ ଆସିଥିଲେ ଆଉ ସେଠାରେ ସେ ସିଦ୍ଧାନ୍ତ ମହାପାତ୍ରଙ୍କ ସହିତ ମଧ୍ୟ ଭେଟ ହୋଇଥିଲେ ତାହେଲେ ଦୀର୍ଘଦିନ ପରେ ରଚନା ଓ ସିଦ୍ଧାନ୍ତ ମହାପାତ୍ରଙ୍କୁ ଏକାଠି ପୁଣିଥରେ ଓଲିଉଡ ଜଗତରେ ଦେଖିବା ପାଇଁ ମିଳିଥିଲା |

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *