ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ଦିନ କୁ ଦିନ ଦୁର୍ବଳ ହେବା ରେ ଲାଗିଛି । ସବୁ ଦର୍ଶକ ମାନେ କହୁଛନ୍ତି ଓଡିଆ ଇଣ୍ଡଷ୍ଟ୍ରି ରେ ତିଆରି କରା ଯାଉଥିବା ଚଳଚ୍ଚିତ୍ର ବାହାର୍ ଇଣ୍ଡଷ୍ଟ୍ରି ର ଚଳଚ୍ଚିତ୍ର ର କପି ବୋଲି , ଏହି କଥା ଟି ସତ୍ୟ ଅଟେ ଏହିଭଳି ଭାବେ ଅନେକ ଚଳଚ୍ଚିତ୍ର ରହିଛି ଯାହାକି କପି ହୋଇ ଆସିଛି ।
ସେତେବେଳେ ଅପେକ୍ଷା ବର୍ତ୍ତମାନ ସମୟ ରେ ଓଡ଼ିଆ ଇଣ୍ଡଷ୍ଟ୍ରି ଲୋକ ପ୍ରୀୟତା କମି କମି ଆସୁଛି କାରଣ ଲୋକ ମାନେ ଜାଣି ପାରୁଛନ୍ତି କେଉଁ ଚଳଚ୍ଚିତ୍ର ଟି କେଉଁ ଇଣ୍ଡଷ୍ଟ୍ରି ରୁ କପି ହୋଇଛି ବୋଲି ।ବର୍ତ୍ତମାନ୍ ସମୟ ରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଶ୍ରୀତମ ଦାସ ।
ସେ କହିଛନ୍ତି ସେତେବେଳେ ଯେମିତି ଲୋକ ମାନେ ଚଳଚ୍ଚିତ୍ର ଦେଖିବା ପାଇଁ ଟ୍ରାକ୍ଟର ଚାଲି ଆସୁଥିଲେ । ସେ କହିଛନ୍ତି ଯେ ବାହାର୍ ଇଣ୍ଡଷ୍ଟ୍ରି ଯେତିକି ଟଙ୍କା ଖର୍ଚ୍ଚ କରୁଛନ୍ତି ସେତିକି ଟଙ୍କା ଆମେ ଖର୍ଚ୍ଚ କରି ପାରିବା ନାହିଁ କାରଣ ଆମ ଦର୍ଶକ ବହୁତ୍ କମ୍ ଓ ସିନେମା ହଲ ମଧ୍ୟ ବହୁତ୍ କମ୍ ।
ବର୍ତ୍ତମାନ୍ ସମୟ ରେ ବାହାର୍ ଇଣ୍ଡଷ୍ଟ୍ରି ରୁ ନିର୍ଦ୍ଦେଶକ ଆସି କପି କରି ଓଡିଆ ଚଳଚ୍ଚିତ୍ର କରୁଛନ୍ତି ଓ ଯାହା ଫଳ ରେ ଆମ ଦର୍ଶକ ମାନେ ଆମ ପାଖ ରୁ ଦୂରେଇ ହୋଇ ଯାଉଛନ୍ତି , ଏହି ଭଳି ଭାବେ ଅନେକ କିଛି କହିଛନ୍ତି ଶ୍ରୀତମ ଦାସ । ତାହେଲେ ଆଗାମୀ ଦିନ ମାନ ଙ୍କ ରେ ଶ୍ରୀତମ ଦାସ ଏକ ଚଳଚ୍ଚିତ୍ର ନେଇ ଆସୁଛନ୍ତି ଓ ଯାହାର ନାମ ହେଉଛି ମହାବାହୁ ।
ଏହି ଚଳଚ୍ଚିତ୍ର ରେ ଆପଣ ସବୁ କିଛି ଦେଖିବାକୁ ପାଇବେ , ଆମ ମହା ପ୍ରଭୁ ଙ୍କ ବିଷୟ ରେ କିଛି ରହିଛି ଆମ ପରମ୍ପରା କୁ ନେଇ ଚଳଚ୍ଚିତ୍ର ଟି ହୋଇଛି ଓ ଏହା ଖୁବ୍ ଶୀଘ୍ର ଆପଣ ଙ୍କ ପାଖ କୁ ଆସିବାକୁ ଯାଉଛି । ଏହି ଚଳଚ୍ଚିତ୍ର ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ନଜର ଆସିବେ ।
ସବୁଠାରୁ ବଡ଼ କଥା ହେଲା ଯେ ଏହି ଚଳଚ୍ଚିତ୍ର ରେ ଶ୍ରୀତମ ଦାସ ଙ୍କ ଝିଅ ପ୍ରଥମ ଥର ପାଇଁ ନଜର ଆସିବାକୁ ଯାଉଛନ୍ତି । ବର୍ତ୍ତମାନ୍ ବି ସମୟ ଅଛି ଆମ ପରମ୍ପରା ଓ ସଂସ୍କୃତିକୁ ନେଇ ଚଳଚ୍ଚିତ୍ର କଲେ ପୁଣି ଦର୍ଷକ ମାନେ ଦେଖିବା ପାଇଁ ଆସିବେ ଓ ପୂର୍ବ ରେ ଯେମିତି ହେଉଥିଲା ଠିକ ସେମିତି ହେବ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।