ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏଭଳି କିଛି ଅଭିନେତା ଅଛନ୍ତି ଯିଏ ନିଜର ଦମଦାର ଅଭିନୟ ବଳରେ ଓଡ଼ିଆ ଦର୍ଶକ ମାନଙ୍କ ମଧ୍ୟରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଓଲିଉଡର ସେହିଭଳି ଜଣେ ଲୋକପ୍ରିୟ ଅଭିନେତା ହେଉଛନ୍ତି ଅନୁଭବ ମହାନ୍ତି। ଅନୁଭଵଙ୍କୁ କିଏ ବା ନଜାଣେ!! ଏକଦା ଆଲବମ୍ ଜଗତରେ ରାଜ୍ କରିଥିବା ଅନୁଭବ ଏବେ ଓଲିଉଡ ଜଗତର ଜଣେ ଅତି ପରିଚିତ ଚେହେରା।
ଅନୁଭବ ଙ୍କର ଅନେକ ଫ୍ୟାନ ଫଲୋଇଙ୍ଗ ରହିଛି। ହେଲେ ଦିନେ ସଫଳତାର ଶୀର୍ଷରେ ଥିବା ଅନୁଭବ ଏବେ ଗୋଟିଏ ଫିଲ୍ମ ରେ ବି ନଜର ଆସୁନାହାଁନ୍ତି। । ହେଲେ ମଧ୍ୟ ତାଙ୍କର ଲୋକପ୍ରିୟତା କମି ନାହିଁ। ଦୀର୍ଘ ଦିନ ହେବ ଘରୋଇ ବିବାଦରେ ଛନ୍ଦି ହୋଇପଡିଥିଲେ ମଧ୍ୟ ଆଜି ବି ତାଙ୍କର ଫ୍ୟାନ୍ସ ମାନେ ତାଙ୍କୁ ପରଦା ଉପରେ ଦେଖିବାକୁ ଚାହିଁ ରହିଛନ୍ତି।
ନିକଟରେ ତାଙ୍କର ଜଣେ ଫ୍ୟାନ କହିଛନ୍ତି, ଅନୁଭଵ ହିଁ ଏକମାତ୍ର ଅଭିନେତା ଯିଏ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି କୁ ଆଗକୁ ନେଇପାରିବ। ଓଡ଼ିଆ ସିନେମା ଶେଷ ହୋଇନାହିଁ। ଅନୁଭଵ ରାଜନୀତି ଛାଡ଼ି ପୁଣି ଅଭିନୟକୁ ଫେରି ଆସନ୍ତୁ ସବୁ କିଛି ପୁଣି ଆଗ ଭଳି ଚାଲିବ। ଗଣମାଧ୍ୟମ ମାଧ୍ୟମରେ ଅନୁଭଵ ପୁଣିଥରେ ଅଭିନୟ ଦୁନିଆକୁ ଫେରି ଆସନ୍ତୁ ବୋଲି ଅନୁଭବଙ୍କୁ ଅନୁରୋଧ କରିଛନ୍ତି ତାଙ୍କ ଫ୍ୟାନ ଜଣକ।
ତେବେ କହି ରଖୁଛୁ, ଅଭିନେତା ଅନୁଭବ ମହାନ୍ତି ଓଡ଼ିଆ ଚଳଚ୍ଚିତ୍ର ଆଇ ଲଭ୍ ୟୁ ଜରିଆରେ ସିନେମା ଜଗତରେ ପାଦ ଦେଇଥିଲେ।ଏହି ଚଳଚ୍ଚିତ୍ର ତାଙ୍କୁ ରାତାରାତି ଲୋକପ୍ରିୟ କରାଇ ଦେଇଥିଲା। ଏହାପରେ ସେ ଗୋଟିଏ ପରେ ଗୋଟିଏ ହିଟ୍ ଚଳଚ୍ଚିତ୍ର ଲୋକ ମାନଙ୍କୁ ଭେଟି ଦେଇଚାଲିଲେ।
ହେଲେ ଗତ କିଛି ବର୍ଷ ହେଲା ତାଙ୍କର କୌଣସି ଫିଲ୍ମ ଆସିନାହିଁ। ତାଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ଥିଲା ‘ବିଜୁ ବାବୁ ‘। ତେବେ ଅନୁଭଵ ପୁଣି ଥରେ ଅଭିନୟ ଦୁନିଆକୁ ଫେରି ଆସନ୍ତୁ ଆଉ ନିଜ ଫ୍ୟାନ ମାନଙ୍କୁ ଆହୁରି ଭଲ ଭଲ ସିନେମା ଭେଟି ଦିଅନ୍ତୁ ବୋଲି ସମସ୍ତେ ଆଶା ରଖିଛନ୍ତି।