Breaking News

କଣ୍ଟ୍ରାକ୍ଟର ରୁ ହୋଇଗଲେ ଓଡିଆ ଅଭିନେତା ବବି ମିଶ୍ର (babi mishra) ,ରାତାରାତି ହୋଇଗଲେ ଆଲବମ ବାଦଶାହ ॥ ଦେଖନ୍ତୁ

ଓଡ଼ିଆ ସିନେମା ଜଗତର ଲୋକପ୍ରିୟ ଅଭିନେତା ବବି ମିଶ୍ର ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ। ପ୍ରଥମ କରି ଆଲବମ୍ ରୁ ନିଜର ଅଭିନୟ ଆରମ୍ଭ କରିଥିବା ବବି ବର୍ତ୍ତମାନ ସମୟରେ ଓଲିଉଡ ର ଜଣେ ସଫଳ ଅଭିନେତା। ଆପଣ ମାନେ ସିନେମାରେ ତାଙ୍କୁ ବିଭିନ୍ନ ଚରିତ୍ର ରେ ଜବରଦସ୍ତ ଅଭିନୟ କରିଥିବାର ଦେଖିଥିବେ। ନିଜର ନିଖୁଣ ଅଭିନୟ ପାଇଁ ସେ ଦର୍ଶକ ମାନଙ୍କ ଠାରୁ ଖୁବ୍ ଭଲ ପାଇବା ବି ପାଇଛନ୍ତି।

ତେବେ ବବି ମିଶ୍ର କେନ୍ଦ୍ରାପଡ଼ା ଜିଲ୍ଲା ଆଳୀ ଶାସନ ଅନ୍ତର୍ଗତ ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ଛୋଟ ବେଳୁ ବେଶ୍ ଖୁସ ମିଯାଜ୍ ର ଥିଲେ ବବି। ସବୁବେଳେ ସେ ସ୍ଵାଧୀନ ଭାବରେ ବଞ୍ଚିବାକୁ ଚାହୁଁଥିଲେ। ପରିବାର ଲୋକ ମାନେ ମଧ୍ୟ ତାଙ୍କୁ ପୂର୍ଣ୍ଣ ସ୍ଵାଧୀନତା ଦେଉଥିଲେ। ଅଭିନୟ କିମ୍ବା ସିନେମା ପ୍ରତି ତାଙ୍କର ଟିକେ ବି ଆଗ୍ରହ ନଥିଲା ହେଲେ ସମୟର ଚକ୍ରରେ ସେ ବନିଗଲେ ଆଲବମ୍ ଜଗତର ବାଦଶାହ।

ନିଜର ପଢା ସମାପ୍ତ କରିବା ପରେ ବବି ଚାଲି ଆସିଥିଲେ ଭୁବନେଶ୍ୱର। ଇଚ୍ଛା ଥିଲା କିଛି କରିବାର। ଭୁବନେଶ୍ୱର ଆସିବା ପରେ ସେ ଠିକାଦାର ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ। ଥରେ ବବି ଫରେଷ୍ଟ ପାର୍କ ରେ କୌଣସି ଏକ ଠିକା କାର୍ଯ୍ୟ ଜାରି ରଖିଥିବା ସମୟରେ ସେଠାରେ କୌଣସି ଏକ ଫିଲ୍ମ ର ସୁଟିଂ ଆରମ୍ଭ ହୋଇଥିଲା। ବବି ସେଠାରେ ଛିଡ଼ା ହୋଇ ଫିଲ୍ମ ସୁଟିଂ ଦେଖୁଥିବା ସମୟରେ କେହି ଜଣେ ତାଙ୍କୁ ସେଠାରୁ ଉଠିବା ପାଇଁ କହିଥିଲେ।

ଉତ୍ତରରେ ବବି ତାଙ୍କୁ କହିଥିଲେ, ଏଠାରେ କଣ ସୁଟିଂ ଚାଲିଛି ମୁଁ ବୁଝି ପାରୁନାହିଁ। ଯଦି ବୁଝିଥାନ୍ତି ଆଜି ମୁଁ ଗୋଟିଏ ହିରୋ ହୋଇଥାନ୍ତି। ହେଲେ ପ୍ରତିଉତ୍ତର ରେ ତାଙ୍କୁ ଶୁଣିବାକୁ ମିଳିଥିଲା, ହିରୋ ହେବା କଣ ପଡ଼ିଛି ଯେ ଯିଏ ନାହିଁ ସିଏ ଆସି ହିରୋ ହୋଇଯିବ। ଏହି ପଦ କଥା ଶୁଣି ସେହିଦିନ ବବି ମନସ୍ଥ କରିଥିଲେ ଯେ ସେ ଜଣେ ହିରୋ ହେବେ।

ହିରୋ ହେବା ପାଇଁ ସେ ଯାହା ସମ୍ଭବ ସବୁ କିଛି କରିଥିଲେ। ଶେଷରେ ଅନେକ ଚେଷ୍ଟା ପରେ ତାଙ୍କୁ ଆଲବମ୍ କରିବାର ସୁଯୋଗ ମିଳିଥିଲା। ଏହାପରେ ବବି ଦର୍ଶକ ମାନଙ୍କୁ ଗୋଟିଏ ପରେ ଗୋଟିଏ ହିଟ୍ ଆଲବମ୍ ଭେଟି ଦେଇ ଚାଲିଲେ। କେବଳ ଆଲବମ୍ ନୁହେଁ, ଏହାପରେ ସେ ସିନେମାରେ ମୁଖ୍ୟ ନାୟକ ଓ ଖଳନାୟକ ଭୂମିକାରେ ମଧ୍ୟ ଅଭିନୟ କରି ବେଶ୍ ଲୋକପ୍ରିୟତା ସାଉଁଟିଲେ।

About admin

Check Also

Exclusive: ମେଡିକାଲ୍ ରେ ପିଣ୍ଟୁ ନନ୍ଦ ଓ ସ୍ତ୍ରୀ ଶିଳ୍ପାଙ୍କ କଥାବାର୍ତ୍ତା ଆସିଲା ସାମ୍ନାକୁ … ଦେଖନ୍ତୁ

ଓଲିଉଡ଼ ଅଭିନେତା ସ୍ବର୍ଗତ ପିଣ୍ଟୁ ନନ୍ଦ ଙ୍କୁ ନେଇ ପୁଣି ଏକ ବଡ଼ ଖବର ସାମ୍ନା କୁ ଆସିଛି । …

Leave a Reply

Your email address will not be published. Required fields are marked *