Breaking News

କଥା ଦେଉଛି ଭଉଣୀ ତୋ ସାଙ୍ଗରେ ସବୁବେଳେ ଅଛି ଆଉ ରହିଥିବି : ହାସ୍ୟ ଅଭିନେତା ସୁମନ

ଗତକାଲି ଓଡ଼ିଶାର ଘରେ ଘରେ ପାଳନ ହୋଇଛି ରାକ୍ଷୀ ପୂର୍ଣ୍ଣିମା। ନିଜର ସୁରକ୍ଷା କାମନା କରି ସବୁ ଭଉଣୀ ନିଜ ଭାଇ ମାନଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି। ତେବେ ଏଥିରୁ ବାଦ୍ ପଡ଼ିନାହାନ୍ତି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର କଳାକାର ମାନେ। ସେମାନେ ବି ଅତି ହସ ଖୁସିର ସହ ଏହି ଦିନ ଟିକୁ ପାଳିଛନ୍ତି।

ତେବେ ନିଜ ଭଉଣୀ ସହ ଏହି ଦିନଟିକୁ ଅତି ଖୁସିର ସହ ପାଳନ କରିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ହାସ୍ୟ ଅଭିନେତା ସୁମନ। ସୁମନ ଙ୍କୁ ତ ଆପଣ ମାନେ ନିଶ୍ଚୟ ଭାବରେ ଜାଣିଥିବେ। ଅନେକ ଗୁଡ଼ିଏ ଓଡ଼ିଆ ସିନେମାରେ ଆପଣମାନେ ସୁମନ ଙ୍କ ଜବରଦସ୍ତ ଅଭିନୟ ବି ଦେଖିବାକୁ ପାଇଥିବା। ନିଜ କମେଡି ଦ୍ଵାରା ସୁମନ ଓଡ଼ିଆ ସିନେମା ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।

ତେବେ ଗତକାଲି ପବିତ୍ର ରାକ୍ଷୀ ପୂର୍ଣ୍ଣିମା କୁ ନିଜ ଭଉଣୀ ସହ ମିଶି ଖୁବ୍ ସୁନ୍ଦର ଭାବରେ ପାଳନ କରିଛନ୍ତି ସୁମନ। ଏହି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁମନ ଙ୍କ ଭଉଣୀ ସୁମନ ଙ୍କ ହାତରେ ରାକ୍ଷୀ ବାନ୍ଧି, ବନ୍ଦେଇ ତାଙ୍କୁ ମିଠା ଖୁଆଇଥିଲେ। ହେଲେ ବଦଳରେ ତାଙ୍କ ଠାରୁ କୌଣସି ଉପହାର ନେଇନଥିଲେ।


ସୁମନଙ୍କ ଭଉଣୀ କହିଥିଲେ, ଉପହାର ବଡ଼ କଥା ନୁହେଁ। ରାକ୍ଷୀ ବାନ୍ଧିବାର ମାନେ ହେଉଛି ଗୋଟିଏ ଭଉଣୀ ର ବିପଦ ଆପଦରେ ତା ଭାଇ ସବୁବେଳେ ତା ପାଖରେ ଛିଡା ହେବ। ଏଇଟା ହେଉଛି ଗୋଟିଏ ଭଉଣୀ ପାଇଁ ସବୁଠୁ ବଡ଼ ଉପହାର।

ସୁମନ କହିଥିଲେ, ରାକ୍ଷୀ ହେଉଛି ଗୋଟିଏ ଭାଇ ଭଉଣୀ ର ପବିତ୍ର ବନ୍ଧନ। ଦୁହିଁଙ୍କ ଭଲ ପାଇବା, ପ୍ରେମ , ଶ୍ରଦ୍ଧା ସବୁବେଳ ପାଇଁ ସେମିତି ଥାଏ। ଏଠି ପଇସାର ମୂଲ୍ୟ କିଛି ନାହିଁ। ଏଠି ଯଦି କିଛି ମୂଲ୍ୟ ରହୁଛି ତେବେ ସେଇଟା ହେଉଛି ଭଲ ପାଇବା, ସ୍ନେହ ସମ୍ପର୍କ।ସବୁବେଳେ ନିଜ ଭଉଣୀ ଙ୍କୁ ଖୁସିରେ ରଖନ୍ତୁ। କେବେ ବି ତାଙ୍କ ଆଖିରେ ଲୁହ ଦିଅନ୍ତୁନି। ସବୁବେଳେ ନିଜ ଭଉଣୀ ର ବିପଦ ଆପଦରେ ଛିଡ଼ା ହୁଅନ୍ତୁ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *