ଦୂରଦର୍ଶନ କେନ୍ଦ୍ର ପାଖରେ ଥିବା କିଶୋର ଭାଇନାଙ୍କ ମଟନ ଦୋକାନକୁ ବିଏମସି ଧୂଳିସାତ କରିଦେବା ପରେ ଏବେ ଏହାକୁ ନେଇ ଅନେକ କଥା ଚର୍ଚ୍ଚା ହେଉଛି। କୁହାଯାଉଛି କିଶୋର ଭାଇନା କୁଆଡେ ଗୁଣି ଗାରେଡ଼ି କରି ତାଙ୍କର ହୋଟେଲ ର ବେପାର କୁ ଢେର୍ ଗୁଣା ବଢ଼ାଇଥିଲେ। ଏଭଳି କରି ସେ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ ଏହି ହୋଟେଲ ରୁ। ଏଭଳି ଆମେ କହୁନୁ ଏବେ କିଶୋର ମଟନ କୁ ନେଇ ଏକ ଗୀତ ରିଲିଜ୍ ହୋଇଛି।
ଏହି ଗୀତରେ କୁହା ଯାଇଛି, କିଶୋର ମଟନ ହୋଟେଲ ରେ ଯେଉଁ ଲମ୍ବା ଲାଇନ୍ ଲାଗୁଥିଲା , ଗାଡି ପଛକୁ ଗାଡି ଧାଡ଼ି ହୋଇ ଲାଗୁଥିଲା ଏବଂ ମଟନ ସାଙ୍ଗକୁ ଯେଉଁ କଷୀ କାକୁଡି ଦେଉଥିଲେ ଏ ସବୁ କୁଆଡେ ଗୁଣି ଗାରେଡ଼ି କରିଥିଲେ କିଶୋର ଭାଇ। ଗୀତରେ ଆହୁରି ମଧ୍ୟ କୁହାଯାଇଛି,’ ଘରଣୀ କହେ କିଶୋର ମଟନ ଖାଇବା ପାଇଁ, ଶାଳୀ ବି କୁହେ ମଟନ ଦବ କିଶୋର ଭାଇ, ଭୋକ ହେଉଛି ତାକୁ ଘଡିକି ଘଡି। କିଶୋର ଭାଇନା ଆଉ ଥରେ ଖୋଲ ମଟନ ଭାଡି।’
ଅର୍ଥାତ୍ ଗୀତ ମାଧ୍ୟମରେ ଆଉ ଥରେ କିଶୋର ଭାଇନା ମଟନ ହୋଟେଲ ଖୋଲନ୍ତୁ ବୋଲି ସଙ୍ଗୀତ ନିର୍ଦେଶକ ଚାହିଁଛନ୍ତି। ଗୀତରେ ଆହୁରି ମଧ୍ୟ କୁହାଯାଇଛି, ‘ପତର ଖିଆ ଖାସି ମାଉଁସ, ରୋଷେଇ ବେଳେ ଆହା କି ବାସ। ମିଳୁନି ଆଜି ଗରାଖ, କିଶୋର ଭାଇ ହୁଏ ନିରାଶ। ପଡ଼ିଲା କାହା ନଜର। ମିଡିଆ ବାଲା ଖେଳେଇ ଦେଲେ ପୁରା ଫୁଲ ଖବର।’
କିଶୋର ମଟନ କୁ ନେଇ ଏବେ ଏଭଳି ଏକ ଗୀତ ରିଲିଜ୍ ହୋଇଛି। ଯାହା ରିଲିଜ୍ ହେବାର ଅଳ୍ପ କିଛି ଦିନ ଭିତରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଲୋକ ମାନେ ମଧ୍ୟ ଏହି ଗୀତକୁ ବେଶ୍ ପସନ୍ଦ କରୁଛନ୍ତି। ଆଉ ଏଥିରେ ଖୁବ୍ ମଜାଦାର କମେଣ୍ଟ୍ ମଧ୍ୟ କରୁଛନ୍ତି।
ତେବେ ଏଠାରେ କହିରଖୁଛୁ, କିଛି ଦିନ ତଳେ ଖାଦ୍ୟର ମାନ ପରଖିବା ପାଇଁ କିଶୋର ଭାଇନାଙ୍କ ମଟନ ଦୋକାନ ଉପରେ ବିଏମସି ଚଢାଉ କରିଥିଲା । ଅସ୍ୱାସ୍ଥ୍ୟକର ପରିବେଶରେ ରୋଷେଇ ହେଉଥିବା ଦର୍ଶାଇ ବିଏମସିର ଫୁଡ ସେଫଟି ଟିମ ହୋଟେଲ ମାଲିକ କିଶୋରଙ୍କୁ ତାଗିଦ କରିଥିଲେ । ହେଲେ ବିଏମସି ର ତାଗିଦ୍ ସତ୍ତ୍ବେ କିଶୋର ଭାଇନା ହୋଟେଲ ଖୋଲିଥିଲେ। ଯାହା ପରେ ବିଏମସି କିଶୋର ଭାଇନା ମଟନ ଦୋକାନ କୁ ଭାଙ୍ଗି ଦେଇଥିଲେ।