ଆମ ଓଲିଉଡ ଇଣ୍ଡଷ୍ଟ୍ରି ରେ ଏଭଳି କିଛି କଣ୍ଠଶିଳ୍ପୀ ଅଛନ୍ତି ଯିଏ ନିଜର ସୁମଧୁର କଣ୍ଠ ବଳରେ ଓଡ଼ିଆ ଶ୍ରୋତା ମାନଙ୍କ ହୃଦୟରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିଛନ୍ତି। ତେବେ ଆମ ଓଲିଉଡ ଇଣ୍ଡଷ୍ଟ୍ରି ର ସେହିଭଳି ଜଣେ ଲୋକପ୍ରିୟ ଗାୟକ ହେଉଛନ୍ତି ସ୍ଵୟଂ ପାଢ଼ୀ। ସ୍ଵୟଂ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ। ନିଜର କଣ୍ଠରେ ଯାଦୁ ରେ ସେ ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି।
ଅନେକ ଗୁଡ଼ିଏ ଗୀତରେ ନିଜର କଣ୍ଠଦାନ କରି ବେଶ୍ ଲୋକପ୍ରିୟତା ହାସଲ କରିପାରିଛନ୍ତି ସ୍ଵୟଂ। ତାଙ୍କ ଗୀତ ସବୁକୁ ଶୁଣିବାକୁ ଶ୍ରୋତା ମାନେ ବେଶ୍ ପସନ୍ଦ କରନ୍ତି। ବର୍ତ୍ତମାନ ଓଲିଉଡ ଇଣ୍ଡଷ୍ଟ୍ରି ର ସେ ଜଣେ ଆଗଧାଡିର ଗାୟକ। ସେ କଣ୍ଠଦାନ କରିଥିବା ତୁ ନୂଆ ସାୟରୀ ଗୀତ ଟି ତାଙ୍କୁ ରାତାରାତି ଲୋକପ୍ରିୟତା ଆଣିଦେଇଥିଲା। ତେବେ ନିକଟରେ ଏକ ସାକ୍ଷାତକାର ରେ ଯୋଗ ଦେବା ସମୟରେ ନିଜ ଜୀବନର ଅନେକ କଥା ଖୋଲି କହିଛନ୍ତି ସ୍ଵୟଂ।
ଏହି ସମୟରେ ଯେତେବେଳେ ତାଙ୍କୁ ପଚରା ଯାଇଥିଲା ସେ ତାଙ୍କ ଧର୍ମପତ୍ନୀ ଙ୍କ ସହିତ ତାଙ୍କର କେବେ ଦେଖା ହୋଇଥିଲା। ଏହା ଉତ୍ତରରେ ସ୍ଵୟଂ କହିଥିଲେ ଯେ, ପ୍ରଥମେ କଲେଜ୍ ରେ ତାଙ୍କର ତାଙ୍କ ପତ୍ନୀ ଙ୍କ ସହ ଦେଖା ହୋଇଥିଲା। +୨ ପଢିବା ସମୟରେ ଦୁହେଁ ଗୋଟିଏ ଟ୍ୟୁସନ୍ ରେ ମଧ୍ୟ ପାଠ ପଢୁଥିଲେ।ସେଠାରୁ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ। ଆଉ ପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।
ଏହା ସହିତ ଯେତେବେଳେ ସ୍ଵୟଂ ଙ୍କୁ ପଚରା ଯାଇଥିଲା ଯେ ତାଙ୍କୁ କଣ ଖାଇବାକୁ ଭଲ ଲାଗେ। ସ୍ଵୟଂ କହିଥିଲେ ଯେ ତାଙ୍କୁ ‘କାଞ୍ଜି ଓ ମାଣ୍ଡିଆ ଭଳି ଦେଶୀ ଖାଦ୍ୟ ଖାଇବାକୁ ବେଶ୍ ଭଲ ଲାଗେ’।ଭବିଷ୍ୟତରେ ଓଡ଼ିଆ ସଙ୍ଗୀତ ବ୍ୟତୀତ ଆଉ କଣ କରିବାକୁ ଇଚ୍ଛା ଅଛି ପ୍ରଶ୍ନରେ ସ୍ଵୟଂ କହିଥିଲେ ଯେ, ସେ ଆଗକୁ ଓଡ଼ିଆ ବ୍ୟତୀତ ଅନ୍ୟ ଭାଷାଭାଷୀ ରେ ଗୀତ ଗାଇବାକୁ ଚାହୁଁଛନ୍ତି।
ଆପଣ ଜାଣିଥିବେ ତାଙ୍କର ଏକ ୟୁଟ୍ୟୁବ୍ ଚ୍ୟାନେଲ ରହିଛି। ଯାହାର ନାଆଁ ରହିଛି ସ୍ଵୟଂ ପାଢ଼ୀ। ଏହି ଚ୍ୟାନେଲ ରେ ସ୍ଵୟଂ ଓଡ଼ିଆ ବ୍ୟତିତ ଅନ୍ୟ ଭାଷା ରେ ମଧ୍ୟ ଗୀତ ଗାଇ ସେୟାର କରିଛନ୍ତି। ଯାହାକୁ ଲୋକ ମାନଙ୍କ ଠାରୁ ବେଶ୍ ଭଲ ପାଇବା ମିଳୁଛି। ତେବେ ଭବିଷ୍ୟତରେ ଅନ୍ୟ ଭାଷାଭାଷୀ ସିନେମା ରେ ସେ କଣ୍ଠଦାନ କରିବାକୁ ବେଶ୍ ଇଚ୍ଛୁକ ଥିବା କହିଛନ୍ତି।