ବହୁର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ମାମଲାକୁ ନେଇ ରାଜ୍ୟ ଉଠୁଥିବା, ପଡ଼ୁଥିବା ବେଳେ ତାଙ୍କୁ ବାନ୍ଧି ଦେଇ ଚୁପ୍ ବସିରହିଛି ପୁଲିସ୍। ଅର୍ଚ୍ଚନାଙ୍କ ଗିରଫଦାରୀଙ୍କୁ ୧୦ ଦିନରୁ ଊର୍ଦ୍ଧ୍ୱ ସମୟ ବିତିଥିଲେ ବି ତାଙ୍କୁ ରିମାଣ୍ଡରେ ଆଣିବା ନାଁ ଧରୁନି ପୁଲିସ୍। ଏହି ମାମଲାରେ ବହୁ ବଡ଼ବଡ଼ିଆ ସମ୍ପୃକ୍ତ ଥିବା ଅଭିଯୋଗ ହେବା ପରେ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ପଛଘୁଞ୍ଚା ଦେଉଛି ପୁଲିସ୍।
ମାୟାବିନୀ ବ୍ଲାକମେଲର ଅର୍ଚ୍ଚନା ନାଗ ଙ୍କ ସମ୍ପର୍କ ରେ ଦିନକୁ ଦିନ ଅନେକ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି।ସବୁ ରାଜନୈତିକ ଦଳର ନେତା, ବିଲଡର, ବ୍ୟବସାୟୀ ଓ ଫିଲ୍ମ କଳାକାର ଙ୍କ ନାଁ ଏବେ ଅର୍ଚ୍ଚନା ଙ୍କ ମାମଲାରେ ସାମ୍ନାକୁ ଆସିବାରେ ଲାଗିଛି। ଅନେକ ନେତା ଙ୍କ ସହ ଅର୍ଚ୍ଚନା ଙ୍କ ଫଟୋ ସୋସିଆଲ ମିଡିଆରେ ଘୁରୁଥିବା ବେଳେ ପୂର୍ବତନ ମନ୍ତ୍ରୀ ଙ୍କ ସହ ଅର୍ଚ୍ଚନା ଙ୍କ ସମ୍ପର୍କ ଥିବା ଏବେ ଜଣାପଡୁଛି।
ବ୍ଲାକମେଲ୍ କୁଇନ୍ ଅର୍ଚ୍ଚନାଙ୍କ ସେ-କ୍ସ ରା-କେ-ଟ୍ ଘଟଣା ପଦାକୁ ଆସିବା ପରେ ତାଙ୍କ ଅଜସ୍ର ସମ୍ପତ୍ତି ଠାବ ହୋଇଛି। ଅର୍ଚ୍ଚନାର ଆଖି ଝଲସିବା ପରି ବଡ଼ ବଡ଼ ବଙ୍ଗଳା, ଦାମୀ କାର୍ ତଥା କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି। ମନି ଲଣ୍ଡରିଂ ଘଟଣା ବି ସାମନାକୁ ଆସିଛି। ଏଥିରେ କେନ୍ଦ୍ର, ରାଜ୍ୟ ସରକାର, ଇଡି, ମୁଖ୍ୟ, ଡିଜି ପୁଲିସ୍, ଭୁବନେଶ୍ୱରର ଖଣ୍ଡଗିରି ଥାନାର IICଙ୍କୁ ପକ୍ଷଭୁକ୍ତ କରାଯାଇଛି।
ଅର୍ଚ୍ଚନା କଳା ସାମ୍ରାଜ୍ୟ ପଛରେ ରହିଛି ବଡ଼ ବଡିଆ ଙ୍କ ହାତ । ପୁର୍ବତନ ମନ୍ତ୍ରି ଦାମ ରାଉତ ଙ୍କ ଆଜି ଚାଂଚଲ୍ୟକର ବୟାନ ରେ କହିଛନ୍ତି କଳାହାଣ୍ଡି ରୁ ଆସି ଭୁବନେଶ୍ୱର ରେ ରାଜପ୍ରସାଦ ତିଆରି କରିବା ଏତେ ସହଜ କଥା ନୁହେଁ । ଯିଏ ଏହି ରାଜ ପ୍ରସାଦ କାମରେ ସାହାଯ୍ୟ କରିଛି ତାଙ୍କୁ ଖୋଜି ବାହାର କରିବା ଦରକାର ।ସିଏ ଯଦି ଧରପଡ଼ିବ ସତ ପଦାକୁ ଆସିବ । ତାକୁ ଖୋଜି ବାହାର କରିବା ବଡ଼ କାମ ।
ପାପ କୁଣ୍ଡ ରେ ଗୋଡ଼ ଧୋଇବା ସମସ୍ତଙ୍କ ଇଚ୍ଛା ଥିଲା , ପାପ ର ଉଆସ ସେଇ ମାନେ ତିଆରି କରିଛନ୍ତି ବୋଲି ଖୋଦ୍ ଦାମ ରାଉତ କହିଛନ୍ତି । କ୍ରିକେଟ ଖେଳ ରେ ଲୋକ ଙ୍କୁ ଟିକେଟ ମିଳୁନି ହେଲେ ଅର୍ଚ୍ଚନା ୫୦ ଟି କିଏ ତାଙ୍କୁ ଦେଲା ବୋଲି ଦାମ ପ୍ରଶ୍ନ କରିଛନ୍ତି ।ଏହି ପରି କାମ ଓଡ଼ିଆ ଜାତି ପାଇଁ କଳଙ୍କ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି ।