ସତରେ ବଡ଼ ବିଚିତ୍ର ଏ ସଂସାର। ଏଠି ଥିଲା ବାଲା ଲୋକ ପାଖରେ ଅଜସ୍ର ଧନ ଥାଏ ତ ଆଉ କେଉଁଠି ଅଭାବୀ ଲୋକଟିକୁ ନିଜର ପେଟ ପୋଷିବାକୁ କରିବାକୁ ପଡେ ଅନେକ ସଂଘର୍ଷ। ଆଜି ଆମେ ଆପଣଙ୍କୁ ଏଭଳି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବୁ ଯାହା ଙ୍କ ଜୀବନ ସଂଘର୍ଷ ଶୁଣିଲା ପରେ ଆପଣଙ୍କ ହୃଦୟ ବି କାନ୍ଦି ଉଠିବ।
ଏହି ବ୍ୟକ୍ତି ଜଣକ ହେଉଛନ୍ତି ଲିପୁନ ପ୍ରତିହାରୀ। ଲିପୁନ ଙ୍କ ଘର ବଡ଼ମ୍ବା ନରସିଂହପୁର ର ବାସେଳିହତା ଗ୍ରାମରେ। ପରିବାର କହିଲେ ସ୍ତ୍ରୀ ଆଉ ଛୋଟ ପୁଅ ଟିଏ। ଦୁଇ ପ୍ରାଣୀ ପେଟ ରେ ଦାନା ଦେବାକୁ ଲିପୁନ ପ୍ରତିଦିନ ରାଜଧାନୀ ଭୁବନେଶ୍ୱର ରେ ଭିକ୍ଷା ବୃତ୍ତି କରନ୍ତି। ଆଉ କରିବେ ବା କଣ!!
ଭଗବାନ ତାଙ୍କୁ ଗରିବ ପରିବାରରେ ଜନ୍ମ ଦେଲେ। ଆଉ ଜନ୍ମର ଦୁଇ ମାସରେ ତାଙ୍କ ଗୋଡ଼ ନଷ୍ଟ ହୋଇଯିବାରୁ ତାଙ୍କ ଗୋଟିଏ ଗୋଡ କା-ଟି-ବା-କୁ ପଡ଼ିଲା। ଗୋଟିଏ ଗୋଡରେ ଲିପୁନ୍ ବଡ଼ ହେଲେ। ହେଲେ ପେଟ ପୋଷିବାକୁ କିଛି ତ କାମ କରିବାକୁ ପଡ଼ିବ। ସେ ଯାହା ପାଖକୁ ବି କାମ ପାଇଁ ଗଲେ ସେମାନେ ଲିପୁନ ଙ୍କ ଗୋ-ଡ଼ ନଥିବା ଦେଖି ତାଙ୍କୁ କାମ ଦେଲେନାହିଁ। ଶେଷରେ ସେ ବାଧ୍ୟ ହୋଇ ନିଜ ସ୍ତ୍ରୀ ଓ ପିଲା ପେଟରେ ଦାନା ଦେବାକୁ ଭିକ ମାଗିଲେ।
ଗତକାଲି ଜଣେ ଗଣମାଧ୍ୟମ ପ୍ରତିନିଧି ଙ୍କୁ ନିଜ ଜୀବନର ସଙ୍ଘର୍ଷ ବିଷୟରେ କହୁ କହୁ ନିଜ କୋହ ସମ୍ଭାଳି ପାରିନଥିଲେ ଲିପୁନ। ଆଖିରୁ ତାଙ୍କର ଝରି ଆସିଥିଲା ଲୁହ। କାନ୍ଦି କାନ୍ଦି ଲିପୁନ କହିଥିଲେ ,’ଭଗବାନ ମତେ ଗୋଡ଼ ନଦେଲେ ବି ହାତ ଦେଇଛନ୍ତି । ମୁଁ କାହା ଘରେ ବାସନ ତ ମାଜି ପାରିବି, କାହା ବିଲରେ ଘାସ କାଟି ମୋ ପରିବାର ପୋଷି ପାରିବି ହେଲେ ଲୋକ ମତେ ଗୋଡ଼ ନଥିବା ଦେଖି କାମ ଦେଉନାହାନ୍ତି। ଶେଷରେ ବାଧ୍ୟ ହୋଇ ମୋ ପରିବାର ପାଇଁ ମୁଁ ଭିକ ମାଗୁଛି।’
‘ଘରକୁ ଗଲା ପରେ ପୁଅ ଯେତେବେଳେ ପଚାରୁଛି ବାପା ତମେ କଣ କରୁଛ?, ତମେ ଏ ଦଶ ଟଙ୍କିଆ କେଉଁଠୁ ଆଣୁଛ। ତାକୁ ମିଛରେ କହୁଛି , ଏ ପଇସା ଆଳୁ ଦୋକାନି ମତେ ଦେଇଛି। ପୁଅକୁ ଆଉ କେତେ ମିଛ କହିବି।’
ନିଜେ କାମ କରି ଦୁଇ ପଇସା ରୋଜଗାର କରିବା ଆଶାରେ ଲିପୁନ ଅନେକ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କୁ ଦେଖା କରି ତାଙ୍କୁ କିଛି ସାହାଯ୍ୟ ପାଇଁ ଗୁହାରି କରିଛନ୍ତି। ହେଲେ ସମସ୍ତେ ପ୍ରତିଶ୍ରୁତି ଦେଇ ଭୁଲି ଯାଇଛନ୍ତି। ଜୀବନରେ ଭିକ ନ ମାଗି କିଛି କାମ କରି ଚଳିବାକୁ ଆଶା ଥିଲେ ବି ଆର୍ଥିକ ଅନଟନ ଆଗରେ ସେ ହାର ମାନି ଯାଇଛନ୍ତି। ତେବେ ସରକାର କେବେ ଲିପୁନ ଙ୍କ ଗୁହାରି ଶୁଣୁଛନ୍ତି ତାହା ଦେଖିବା ବାକି ରହିଲା।