କାଳି ଅର୍ଚ୍ଚନା କୁ ପଚାରେ କିଏ । କିଏ ବା କାହିଁକି ପଚାରିବ ଏ ସାବନି ରଙ୍ଗ ର ଝିଅ କୁ । ସେଥି ପାଇଁ ବହୁତ ମନ ଉଣା କରନ୍ତି ଅର୍ଚ୍ଚନା । ବନ୍ଧୁଗଣ ଏକଥା ଆମେ କହୁ ନାହୁଁ । ଏ କଥା ତାଙ୍କ ର ସାଙ୍ଗ ସାଥି ମାନେ ହିଁ କହୁଛନ୍ତି । ଅର୍ଚ୍ଚନା କୁଆଡେ ସୁନ୍ଦର ହେବା ପାଇଁ ବହୁତ ଚେଷ୍ଟା କରୁଥିଲେ । 10ମ ରେ ପାଠ ପଢୁ ଥିବା ବେଳେ ଘରୁ ରାଗି କି ପଳେଇ ଆସିଥିଲେ । ନିଜ ଗୋଡ଼ ରେ ଛିଡା ହେବା ପାଇଁ ଏକ ବିୟୁଟିପାର୍ଲର ରେ କାମ କରୁଥିଲେ । ଆଉ ବିୟୁଟିପାର୍ଲର କୁ ଆସୁଥିବା ସବୁ ଧଳା ରଙ୍ଗର ଚେହେରା କୁ ଦେଖି ନିଜେ ଧଳା ହେବେ ବୋଲି ବହୁତ ଚେଷ୍ଟା କରୁଥିଲେ ଅର୍ଚ୍ଚନା । କିନ୍ତୁ ଏଇଠି ପାଇଁ ବହୁତ ଟଙ୍କା ଦରକାର ।
ଏତେ ପଇସା ଆଣିବେ କଉଠୁ । ଲାଗି ପଡି ଏକ ପ୍ରଜୋଜକ୍ କୁ ପଟାଇଲେ । ଆଉ ତା ସହ ମୁମ୍ବାଇ ଗଲେ । ଲେଜର୍ ଚିକିତ୍ସା କଲେ ମେଡ଼ିସିନ ଖାଇଲେ କାଳି ରୁ ଗୋରୀ ହୋଇ ଓଡିଶା ଫେରିଲେ ଆଉ ତା ପରେ ଓଡିଶା ମାର୍କେଟ ଫିଟି ଗଲା ତାଙ୍କ୍ ଡିମାଣ୍ଡ । ଯେଉଁ ଅଫିସ ରେ ତାଙ୍କୁ କାମ ମିଳୁ ନଥିଲା ସେହି ଅଫିସ ର ମାଲିକ ମାନେ ତାଙ୍କ ଘର କୁ ଲାଇନ ଲଗାଇଲେ । କାରଣ ଅର୍ଚ୍ଚନା ଆଉ କାଳି ହୋଇ ନଥିଲେ ସେ ପୁରା ଗୋରୀ ହୋଇ ଯାଇଥିଲେ । ଅର୍ଚ୍ଚନା ଆଉ ଏକା ହୋଇ ନଥିଲେ ହୋଇ ଯାଇଥିଲେ ରାଣୀ ମହୁ ମାଛି ।
ଅନେକ ଯୁବତୀ କୁ ନେଇ ଏକ ସେକ୍ସ ରାକେଟ୍ ଚଳାଉ ଥିଲେ । ଛୋଟ ମୋଟ ସେକ୍ସ ରକେଟ ନୁହଁ ପୁରା ଦାମିକିଆ ସେକ୍ସ ରାକେଟ୍ ଚଳାଉଥିଲେ । ଯେଉଁଥି କି ବଡ଼ ବଡ଼ ବିଲ୍ଡର୍ ବଡ଼ ବଡ଼ ନେତା ବଡ଼ ବଡ଼ ଅଫିସର୍ ମାନେ ଆସୁଥିଲେ । ସବୁ କିଛି ବଡ଼ ଥିଲା ଆଉ ସବୁ ବଡ଼ ବାବୁ ମାନେ ଏଠାକୁ ରାତି ରଙ୍ଗୀନ କରିବାକୁ ଆସୁଥିଲେ । ଏଠି ମଦ ମିଳୁ ଥିଲା ଆଉ ରାତି କୁ ରଙ୍ଗୀନ ବି କରା ଯାଉ ଥିଲା ତାପରେ ମୋଟା ଅଙ୍କର ଟଙ୍କା ଅର୍ଚ୍ଚନା କୁ ଦେଇ ବାହୁଡ଼ି ଯାଉ ଥିଲେ ।
ଆଉ ତାପରେ ସେହି ମିଛ ଟଙ୍କା ରେ ଗୋଟି ଗୋଟି କରି ଇଟା ଯୋଡି ହୋଇ ତିଆରି ହେଲା ମିଛ ସାମ୍ରାଜ୍ୟ । ଯେଉଁଥି ପ୍ରତିଦିନ ସିନେମା ଓ ସିରିଏଲ ସୁଟିଂ ହେଉ ଥିଲା ଆଉ ରାତି ହେଲେ ସେହି ଘରେ ଦେହ ଯିବି ମାନଙ୍କ ର ସୁଅ ଫିଟୁ ଥିଲା ବଡ଼ ବଡ଼ ଗାଡି ଲାଗୁଥିଲା ଆଉ ନେତା ମନ୍ତ୍ରୀ ମାନେ ଆସି ସେଠାରେ ଦେହ ସୁଖ ନେଉ ଥିଲେ । ସେଦିନ ଠାରୁ ଅର୍ଚ୍ଚନା ଭଲ ଭାବରେ ବୁଝି ଯାଇଥିଲେ କାଳି ଅର୍ଚ୍ଚନା କୁ କିଏ ବା ପଚାରେ ।
ଗୋରୀ ହେଲେ ବୋଲି ଏତେ ସମ୍ପତି ର ମାଲେକେଣି ହୋଇ ପାରିଲେ । ସେ ତାଙ୍କ ର ଅତୀତ କୁ ଭୁଲି ଗଲେ । କାଳି ଅର୍ଚ୍ଚନା କୁ କିଏ ପଚାରୁ କି ନପଚାରୁ ଗୋରୀ ଅର୍ଚ୍ଚନା କୁ ସମସ୍ତେ ପଚାରିଲେ । କିଏ ବା ନେତା ମନ୍ତ୍ରୀ ବା ବଡ଼ ଅଫିସର ସମସ୍ତେ ଙ୍କ ଅତି ଜଣା ଅଟନ୍ତି ପ୍ରିୟ ଅର୍ଚ୍ଚନା ।