Breaking News

“କିଛି ଝିଅ ଟଙ୍କା ପାଇଁ ପପୁ ପମପମ୍ ଙ୍କ ଭଳି ଲୋକଙ୍କୁ ବଦନାମ କରନ୍ତି” , ପପୁ ହେଉଛନ୍ତି ଜଣେ ହାସ୍ୟ ଅଭିନେତା ! ହେଲେ…

ଆପଣ ଜାଣିଥିବେ ବହୁ ଚର୍ଚ୍ଚିତ କା-ଷ୍ଟିଂ କା-ଉ-ଚ୍ ମାମଲାରେ ହାସ୍ୟ ଅଭିନେତା ପପୁ ପମପମ୍ ଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛି କୋର୍ଟ। ଗତ ୬ ବର୍ଷ ତଳେ ପପୁ ପମପମ୍ ଙ୍କ ବିରୁଦ୍ଧରେ ଦୁ-ର୍ବ୍ୟ-ବ-ହା-ର ର ଅଭିଯୋଗ ଆଣିଥିବା ନାବାଳକ ଜଣକ ଏବେ ନିଜର ବୟାନ ବଦଳେଇ ପପୁ ଙ୍କ ବିରୁଧରେ ସେ ମିଥ୍ୟା ଅଭିଯୋଗ ଆଣିଥିଲେ ବୋଲି କହିବା ପରେ ପପୁ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି। ତେବେ ଏହି ଖବରକୁ ନେଇ ଏବେ ପୁଣିଥରେ ଚର୍ଚ୍ଚା ଜୋର୍ ଧରିଛି। ଏହି ଘଟଣାକୁ ନେଇ ଅନେକ ଲୋକ ଗଣମାଧ୍ୟମ ଆଗରେ ନିଜ ନିଜର ପ୍ରତିକ୍ରିୟା ରଖୁଛନ୍ତି।

ତେବେ ଏ ବିଷୟରେ ଜଣେ ସମାଜସେବୀ କହିଛନ୍ତି, ‘ କିଛି ଝିଅ ଟଙ୍କା ପାଇଁ ପପୁ ପମପମ୍ ଙ୍କ ଭଳି ଲୋକଙ୍କୁ ବଦନାମ କରନ୍ତି। ପପୁ ହେଉଛନ୍ତି ଜଣେ ହାସ୍ୟ ଅଭିନେତା। ସେ ଲୋକ ମାନଙ୍କୁ ହସାନ୍ତି। ମୁଁ ଦେଖିଛି ଯେଉଁମାନେ ଲୋକ ମାନଙ୍କୁ ହସାନ୍ତି ତାଙ୍କ ଚରିତ୍ର ପ୍ରାୟ ଖରାପ ନଥାଏ। କିନ୍ତୁ ଯେତେବେଳେ ନ୍ୟୁଜ୍ ମିଡିଆ ଏଭଳି ଖବର ପ୍ରସାର କଲେ ସେତେବେଳେ ସାଧାରଣ ଲୋକ ଭାବିଲେ ଏହା ସତ ହୋଇଥିବ।

କିନ୍ତୁ ପପୁ ଆରମ୍ଭ ରୁ ଗୋଟିଏ କଥା କହିଥିଲେ ଯେ, ଧର୍ମର ଜୟ ହେବ। ଆଉ ଶେଷରେ ସେଇଆ ହିଁ ହେଲା।’
‘ହେଲେ ଯିଏ ଏହି କେସ ଦେଇଥିଲା ସିଏ କାହା ପ୍ରରଞ୍ଚନା ରେ ଦେଇଛନ୍ତି ନାଁ ନିଜେ ଦେଇଛନ୍ତି ତାହାର ଆଗ ତଦନ୍ତ ହେବା ଦରକାର। କାରଣ ସେ ଝିଅ ସହ ଯଦି ସତରେ ଦୁ-ର୍ବ୍ୟ-ବ-ହା-ର ହୋଇଥିଲା ତେବେ ସେ ଝିଅ ଶେଷ ସମୟରେ କଣ ପାଇଁ କଥା ବଦଳେଇଲା। ସେ ପଇସା ପାଇଁ ଏଭଳି କରିଛି ନାଁ କାହା କଥାରେ ପଡି ଏମିତି କରିଛି ତାହାର ତଦନ୍ତ ହେବା ନିହାତି ଦରକାର।’


‘ ଯଦି ସତରେ ସେଭଳି କିଛି ହୋଇଥାନ୍ତା ତାହାଲେ ପପୁ ଆଜି କଣ ପାଇଁ ନିର୍ଦ୍ଦୋଷରେ ଖଲାସ ହୋଇଥାନ୍ତେ। ନିଶ୍ଚିତ ଭାବରେ ପପୁ ଙ୍କର ଏଥିରେ କିଛି ଦୋଷ ନାହିଁ। ତେଣୁ ସେ ଝିଅକୁ ଆଗ ଧରାଯାଉ। ତା ପାଇଁ ଆଜି ପପୁଙ୍କର ଯେତିକି ସମ୍ମାନ ହାନୀ ହୋଇଛି ଏବେ ସେ ଝିଅ ବିରୁଦ୍ଧରେ ମାନହାନି ମାମଲା ରୁଜୁ କରାଯିବା ଦରକାର।’

‘ଆଜି କାଲି ସମୟରେ ନିଜ ସ୍ବାର୍ଥ ପାଇଁ ଅନେକ ଲୋକ ତଳକୁ ଖସି ଯାଉଛନ୍ତି। କେହି ନାଁ କରିଦେଲେ ତାଙ୍କୁ ବଦନାମ କରିବା ପାଇଁ ହେଉ କିମ୍ବା ପଇସା ପାଇଁ ହେଉ ଲୋକମାନେ ଅନ୍ୟର ଖୁବ୍ କ୍ଷତି କରୁଛନ୍ତି ତେଣୁ ସେମାନେ ଏଥିରୁ ନିବୃତ୍ତ ହେବା ଦରକାର। ଯଦି ଏଥିରୁ ନିର୍ବୁତ୍ତ ନ ହୁଅନ୍ତି ତାହାଲେ କେତେବେଳେ ଅନ୍ୟ ପାଇଁ ଖୋଳିଥିବା ଖାଲ ରେ ନିଜେ ପଡ଼ିଯିବେ।’

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *