Breaking News

କୁମାର ପୁର୍ଣିମା ରେ ଓଡିଆ ଅଭିନେତ୍ରୀ ଭୂମିକା(Bhoomika) ସୁନ୍ଦର ବର ପାଇବାକୁ କଲେ ଚାନ୍ଦ ପୂଜା … ଦେଖନ୍ତୁ ଭିଡିଓ

ଆମ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ଏଭଳି କିଛି ଅଭିନେତ୍ରୀ ଅଛନ୍ତି ଯିଏ ନିଜର ଜବରଦସ୍ତ ଅଭିନୟ ମାଧ୍ୟମରେ ଅନେକ ଲୋକପ୍ରିୟତା ହାସଲ କରିପାରିଛନ୍ତି । ତେବେ ଓଲିଉଡ ର ସେହିଭଳି ଜଣେ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଭୂମିକା ଦାସ। ଭୂମିକା ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ। ବର୍ତ୍ତମାନ ଓଲିଉଡ ଇଣ୍ଡଷ୍ଟ୍ରି ର ସେ ଜଣେ ଆଗଧାଡ଼ି ର ନାୟିକା।ତେବେ ଗତକାଲି କୁମାର ପୂର୍ଣ୍ଣିମା ଅବସରରେ ନିଜ ସୋସିଆଲ ମିଡ଼ିଆରେ ଏକ ଭିଡିଓ ସେୟାର କରିଛନ୍ତି ଭୂମିକା। ଯାହାକୁ ନେଇ ସେ ଏବେ ଚର୍ଚ୍ଚାରେ। ତେବେ କଣ ରହିଛି ସଂପୂର୍ଣ୍ଣ ଖବର ଆସନ୍ତୁ ଜାଣିବା।

ଶିଶୁ କଳାକାର ଭାବରେ ଅଭିନୟ ଦୁନିଆରେ ପାଦ ଦେଇଥିବା ଭୂମିକା ଏବେ ଓଲିଉଡ ର ଜଣେ ଆଗ ଧାଡିର ନାୟିକା। ଅନେକ ଗୁଡ଼ିଏ ସିନେମା ରେ ଆପଣ ତାଙ୍କୁ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଦେଖିବାକୁ ପାଉଥିବେ। ନିଜର ଜବରଦସ୍ତ ଅଭିନୟ ପାଇଁ ସେ ଅନେକ ଗୁଡ଼ିଏ ପୁରସ୍କାର ପାଇଛନ୍ତି। ଦର୍ଶକ ମାନଙ୍କ ଠାରୁ ମଧ୍ୟ ତାଙ୍କୁ ଅନେକ ଭଲ ପାଇବା ମିଳୁଛି।

ତେବେ ଯେପରିକି ସମସ୍ତେ ଜାଣିଥିବେ ଗତକାଲି ଓଡ଼ିଶାର ପୁର ପଲ୍ଲୀ ରେ ପାଳିତ ହୋଇଯାଇଛି କୁମାର ପୂର୍ଣ୍ଣିମା। ଯୁବତୀ ମାନେ ଭଲ ବର ପାଇବା କାମନା କରି ଚାନ୍ଦ ପୂଜା କରିଛନ୍ତି। ତେବେ ଏଥିରୁ ବାଦ୍ ପଡ଼ିନାହାନ୍ତି ଆମ ଓଲିଉଡ ଇଣ୍ଡଷ୍ଟ୍ରି ର ଜଣାଶୁଣା ନାୟିକା ଭୂମିକା। ଭୂମିକା ନିଜ ସାଙ୍ଗ ମାନଙ୍କ ସହ ମିଶି କୁମାର ପୂର୍ଣ୍ଣିମା କୁ ଅତି ଧୁମ୍ ଧାମରେ ପାଳନ କରିଛନ୍ତି ।

ଚାନ୍ଦ ପୂଜା କରିବା ସମୟର ଏକ ଭିଡିଓ ଓ କିଛି ଫଟୋ ମଧ୍ୟ ସେ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଫଟୋ ରେ ସେ ବେଶ୍ ଖୁସି ଥିବା ନଜର ଆସୁଛନ୍ତି। ଏହା ସହିତ ସେ ଏହି ଭିଡିଓ ମାଧ୍ୟମରେ ନିଜ ଫ୍ୟାନ୍ସ୍ ମାନଙ୍କୁ କୁମାର ପୂର୍ଣ୍ଣିମା ର ଶୁଭେଚ୍ଛା ଜଣାଇଛନ୍ତି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ। ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ଭିଡିଓ ମାଧ୍ୟମରେ ଭୂମିକା ଙ୍କୁ କୁମାର ପୂର୍ଣ୍ଣିମା ର ଶୁଭେଚ୍ଛା ଜଣାଇଛନ୍ତି।

ତେବେ ସୂଚନା ଯୋଗ୍ୟ ଯେ, ଖୁବ୍ ଶୀଘ୍ର ଆସିବାକୁ ଯାଉଛି ଭୂମିକା ଙ୍କର ଏକ ନୂଆ ଚଳଚ୍ଚିତ୍ର। ଯାହାର ନାଆଁ ରହିଛି ଟିକେ ଟିକେ ଅଚିହ୍ନା ତୁ। ବର୍ତ୍ତମାନ ଏହି ଫିଲ୍ମ ର ସୁଟିଂ ଜାରି ରହିଛି। ଏହି ଫିଲ୍ମ ରେ ଆପଣ ମାନେ ଭୂମିକା ଙ୍କ ସହିତ ହିରୋ ସ୍ବରାଜ ଙ୍କୁ ନାୟକ ଭାବରେ ଦେଖିବାକୁ ପାଇବେ। ତେବେ ଆଗାମୀ ଦିନରେ ଏହି ଫିଲ୍ମ ଟି ରିଲିଜ୍ ହେବାକୁ ଯାଉଛି।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *