ଆଜିର ଏହି ଯୁଗରେ ସତରେ ମଣିଷ କେତେ ନିଷ୍ଠୁର ହୋଇ ଯାଇଛି ।ମଣିଷ ମାନଙ୍କ ଭିତରେ ମଣିଷ ପଣିଆ ହିଁ ହଜି ଯାଇଛି।ସାମାନ୍ୟ କିଛି ଟଙ୍କା ପାଇଁ ଆଜି ଗୋଟିଏ ଛୋଟ ଝିଅ କୁ ସର୍ବ ସାଧାରଣ ଙ୍କ ଆଗରେ ହିନସ୍ଥା କରା ଯାଇଛି।ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ସତ୍ୟ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଜାଣିବା ମାତ୍ରେ ଆପଣ ମାନଙ୍କୁ ନିଶ୍ଚିତ ଭାବରେ ଲାଗିବ ଯେ ସତରେ ଆଜି ମଣିଷ ମାନଙ୍କ ଭିତରୁ ମଣିଷ ପଣିଆ ମରିଯାଇଛି।
ଉମରକୋଟ ର ତରଙ୍ଗ ପୁରୀ ନୂଆ ପରା ଗ୍ରାମରେ ଏକ ଲଜ୍ୟା ଜଣକ ଘଟଣା ଦେଖିବାକୁ ମିଳିଛି।ମାତ୍ରା 900 ସହ ଟଙ୍କା ପାଇଁ ଗୋଟିଏ ଛୋଟ ଝିଅ କୁ ଗାଁ ମଝିରେ ଗାଁ ଲୋକ ମାନେ ମିଶି ଏକ ଖୁଣ୍ଟ ରେ ବାନ୍ଧି ବାଡ଼ିରେ ବାଡେଇ ଛନ୍ତି। ଏବଂ ଖାଲି ସେତିକି ନୁହେଁ ଝିଅ ଟିର ବେକରେ ଚପଲ ମାଳ କରି ମଧ୍ୟ ପକାଇ ଛନ୍ତି । ଏବଂ ତା ସହିତ ତାକୁ ଗାଳି ଦେବା ସହିତ ମାଡ଼ ମଧ୍ୟ ଦେଇଛନ୍ତି।ଶୁଣିଲେ ଏହି ଘଟଣା ଦେହ ଶୀତେଇ ଉଠୁଛି।ସତରେ କେତେ ନିର୍ଦ୍ଦୟ ସେ ଗାଁ ଲୋକ।
ତେବେ ଘଟଣା ଟି ହେଉଛି ଯେ ସେହି ଗ୍ରାମର ଭାଗିରଥି ଗଣ୍ଡ ନାମକ ଏକ ବ୍ୟକ୍ତି ଙ୍କୁ ଘରୁ ଝିଅ ଟି 900 ଟଙ୍କା ର ଏକ ଚପଲ ଚୋରି କରିଛି ବୋଲି ସେହି ବ୍ୟକ୍ତି କହିଛନ୍ତି। ଏବଂ ଗ୍ରାମ ବାସୀ ଙ୍କ କଥା ଅନୁସାରେ ସେହି ଝିଅ ଟି କୁଆଡେ ଆଗରୁ ମଧ୍ୟ ଦୁଇ ଚାରି ଥର ଚୋରି କରିଛି। ସେହି କାରଣରୁ ଚୋରି କୁ ନେଇ ସେହି ଝିଅ ଟିକୁ ସନ୍ଦେହ କରିଥିଲେ ଗ୍ରାମ ବାସି। ଆଉ ଝିଅଟି ମହୁଲ ଗୋଟେଇ ଯିବା ସମୟରେ ଗ୍ରାମ ର କିଛି ଲୋକ ତାକୁ ଉଠେଇ ଆଣି ଥିଲେ । ଏବଂ ଝିଅଟିକୁ ଆଣି ତାକୁ ଗାଁ ମଝିରେ ଏକ ଖୁଣ୍ଟ ରେ ବାନ୍ଧି ଦେଇଥିଲେ ।
ଏବଂ ଝିଅଟିକୁ ପଚାରିଥିଲେ ଚୋରି ବିଷୟରେ ହେଲେ ଝିଅଟି ମନା କରି ଦେଇଥିଲା । ଏବଂ ସେ ମନା କରିବା ପରେ ତାକୁ ଅନେକ ଗାଳି ଦେବା ସହିତ ବାଡ଼ିରେ ମାଡ଼ ଦେବା ସହିତ ତା ବେକରେ ଚପଲ ମାଳ କରି ପକାଇ ଦେଇଥିଲେ। ଏହି ଘଟଣା ପରେ ଝିଅ ଟିର ବାପା ପ୍ରଭୁ ଗଣ୍ଡ ଏବଂ ତାଙ୍କ ମାଆ ଥାନା ରେ ଏଫ୍ ଆଇ ଆର୍ ଦେଇଛନ୍ତି। ଏବଂ ପୋଲିସ୍ ସେହି ଗ୍ରାମର ଚାରି ଜଣ ବ୍ୟକ୍ତି ଙ୍କୁ ଗିରଫ କରିଛି।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।