Breaking News

କେନ୍ଦ୍ରପଡା ରେ ଅର୍ଚ୍ଚିତା ଓ ସବ୍ୟସାଚୀ ଙ୍କୁ ଦେଖି ଫ୍ୟାନ ମାନେ ଡାକିଲେ ଭାଉଜ ଭାଉଜ … ଦେଖନ୍ତୁ ଭିଡିଓ

ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଯୋଡ଼ି ଅଛନ୍ତି ଯେଉଁମାନେ ରିଲ୍ ଲାଇଫ ସହିତ ରିୟଲ ଲାଇଫ ରେ ମଧ୍ୟ ଅନେକ ଲୋକପ୍ରିୟତା ହାସଲ କରିପାରିଛନ୍ତି। ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଯେତେବେଳେ ସଫଳ ଯୋଡ଼ିର କଥା ଆସେ ସେତେବେଳେ ସମସ୍ତଙ୍କ ମନକୁ ଆସେ ଦୁଇଟି ନାଁ ସବ୍ୟସାଚୀ ଓ ଅର୍ଚ୍ଚିତା। ଏହି ଯୋଡିକୁ କିଏ ବା ନ ଜାଣେ!! । ଓଡ଼ିଶାର ଘରେ ଘରେ ପରିଚିତ ଏହି ଯୋଡ଼ି।

ପରଦା ଉପରେ ଦୁହିଁଙ୍କ ଅଭିନୟ ଦେଖିବାକୁ ଦର୍ଶକ ମାନଙ୍କ ଭିଡ଼ ଜମିଥାଏ। ଓଡ଼ିଆ ସିନେମା ଜଗତର ଚର୍ଚ୍ଚିତ ଯୋଡ଼ି ମାନଙ୍କ ମଧ୍ୟରୁ ଏହି ଯୋଡ଼ି ଅନ୍ୟତମ। ନିଜର ଅଭିନୟ ବଳରେ ଦୀର୍ଘ ବର୍ଷ ଧରି ଓଡ଼ିଆ ଦର୍ଶକ ମାନଙ୍କ ହୃଦୟରେ ରାଜ କରି ଆସୁଛନ୍ତି ଏହି ସୁପରହିଟ ଯୋଡ଼ି। କେବଳ ପରଦା ଉପରେ ନୁହେଁ ରିୟଲ ଲାଇଫ ରେ ମଧ୍ୟ ଏହି ଲୋକପ୍ରିୟ ଯୋଡ଼ି କୁ ନେଇ ଚର୍ଚ୍ଚା ଲାଗି ରହିଥାଏ।

ଓଡ଼ିଶାରେ ଦୁହିଁଙ୍କର ଅନେକ ଫ୍ୟାନ ଫଲୋଇଙ୍ଗ ରହିଛି। ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ ଏହାର ଏକ ଜ୍ୱଳନ୍ତ ଉଦାହରଣ। ନିକଟରେ ପ୍ରେମ ଫ୍ୟାସନ ୱର୍ଲ୍ଡ୍ ନାମକ ଏକ ଡ୍ରେସ ଶୋ ରୁମ୍ ର ଉଦ୍ଘାଟନ କରିବାକୁ କେନ୍ଦ୍ରାପଡ଼ା ର ଆଳୀ ଠାରେ ପହଞ୍ଚିଥିଲେ ଉଭୟ ଷ୍ଟାର ଦମ୍ପତ୍ତି ସବ୍ୟସାଚୀ ଓ ଅର୍ଚ୍ଚିତା।

ଓଲିଉଡ ର ଦୁଇ ନାମୀ କଳାକାର ଙ୍କୁ ଦେଖିବାକୁ ସେଠାକୁ ସ୍ଥାନୀୟ ଲୋକ ମାନଙ୍କ ସୁଅ ଛୁଟିଥିଲା। ପରିସ୍ଥିତି ଏଭଳି ଥିଲା ଯେ ଭିଡ଼ ନିୟନ୍ତ୍ରଣ କରିବା ମଧ୍ୟ ସମ୍ଭବପର ହୋଇପାରୁନଥିଲା। କେବଳ ନିଜ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ଙ୍କର ଗୋଟିଏ ଝଲକ ପାଇବାକୁ ଲୋକ ମାନେ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ। ଶେଷରେ ଜନଗହଳି ଭିତରେ ସେଠାରେ ଯାଇ ପହଞ୍ଚିଥିଲେ ସବ୍ୟସାଚୀ ଓ ଅର୍ଚ୍ଚିତା। ଅର୍ଚ୍ଚିତା ଙ୍କୁ ଦେଖି ସେଠାରେ ଉପସ୍ଥିତ କିଛି ଫ୍ୟାନ୍ସ ମାନେ ତାଙ୍କୁ ଭାଉଜ ଭାଉଜ ବୋଲି ଡାକିଥିଲେ।

ସେଠାରେ ପହଞ୍ଚି ଉଭୟ ଶୋ ରୁମ୍ ର ଉଦ୍ଘାଟନ କରିବା ସହିତ ସେଠାରେ କିଛି ସମୟ ବିତାଇଥିଲେ। ଏହି ସମୟରେ ଲୋକ ମାନେ ତାଙ୍କ ସହ ଶେଲ୍ଫି ନେବା ସହିତ ଭିଡିଓ ମଧ୍ୟ କରିଥିଲେ। ଏହା ସହିତ ନିଜ ପ୍ରିୟ ଅଭିନେତା ଙ୍କ ସହିତ ହାତ ମିଳାଇଥିଲେ। ତେବେ ଲୋକ ମାନଙ୍କ ଏଭଳି ଭଲ ପାଇବା ଦେଖି ଖୁବ୍ ଖୁସି ଥିବା କହିଛନ୍ତି ସବ୍ୟସାଚୀ ଓ ଅର୍ଚ୍ଚିତା। କେନ୍ଦ୍ରାପଡ଼ା ରେ ଏଭଳି ଅନୁଭୂତି କୁ ସେ ସବୁଦିନ ପାଇଁ ମନେ ରଖିବେ ବୋଲି କହିଛନ୍ତି।

About admin

Check Also

ଶ୍ରୀମନ୍ଦିର ଗର୍ଭ ଗୃହରେ ଶୁଭୁଛି ବିକଟାଳ ଶବ୍ଦ, ଶାନ୍ତିରେ ଶୋଇପାରୁନି କାଳିଆ – ଦେଖନ୍ତୁ ଭିଡିଓ

ପୁରୀ ଶ୍ରୀମନ୍ଦର କୁ ନେଇ ଏକ ବହୁତ୍ ବଡ଼ ଖବର ଆସି ପହଞ୍ଚିଛି। ମଣିଷ ହାର ମାନୀଛି ଆଉ ସହାୟତା …

Leave a Reply

Your email address will not be published. Required fields are marked *