ଓଡ଼ିଆ ଗୀତ ହେଉଛି ଓଡ଼ିଆ ସିନେମାର ହୃଦୟ। ଭଲ ଗୀତ ଟିଏ ହେଲେ ଫିଲ୍ମ ହିଟ୍ ହୁଏ। ଏହି ଓଡ଼ିଆ ଗୀତର ସ୍ୱର ସଂଯୋଜନା ରେ ମୁଖ୍ୟ ଭୂମିକା ନିର୍ବାହ କରିଥାନ୍ତି ସଙ୍ଗୀତ ନିର୍ଦ୍ଦେଶକ। ଓଡ଼ିଆ ଇଣ୍ଡଷ୍ଟ୍ରି ର ସେହିଭଳି ଜଣେ ସୁମାନଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ହେଉଛନ୍ତି ପ୍ରେମାନନ୍ଦ। ପ୍ରେମାନନ୍ଦ ଙ୍କୁ ଆପଣ ମାନେ ନିଶ୍ଚୟ ଭାବରେ ଜାଣିଥିବେ।
ଓଡ଼ିଆ ସଙ୍ଗୀତ ଜଗତରେ ସେ ଜଣେ ଜଣାଶୁଣା ଚେହେରା। ଓଡ଼ିଆ ଦର୍ଶକ ମାନଙ୍କୁ ସେ ଅନେକ ନୂଆ ଧରଣର ଗୀତ ଭେଟି ଦେଇଛନ୍ତି। ତାଙ୍କର ଗୀତ ସବୁକୁ ଶୁଣିବାକୁ ଲୋକ ମାନେ ବେଶ୍ ପସନ୍ଦ କରନ୍ତି। ତାଙ୍କୁ ଓଡ଼ିଆ ସଙ୍ଗୀତ ଦୁନିଆର ବୈଜ୍ଞାନିକ କହି ମଧ୍ୟ ସଂଵୋଧନ କରାଯାଏ।
ତେବେ ନିକଟରେ ଏକ ସାକ୍ଷାତକାର ରେ ନିଜ ଜୀବନର ଅନେକ ଅଜଣା କଥା ଖୋଲି କହିଛନ୍ତି ପ୍ରେମାନନ୍ଦ। ନିଜ ସଫଳତା ପାଇବା ପଛରେ ପ୍ରଭୁ ଶ୍ରୀ ଜଗନ୍ନାଥ ଓ ମା ଶାରଳା ଙ୍କ ଆଶୀର୍ବାଦ ଥିବା ସେ ବିଶ୍ୱାସ କରନ୍ତି। ଠାକୁରଙ୍କୁ ସେ ଖୁବ୍ ଭକ୍ତି କରନ୍ତି ଆଉ ସେହି କାରଣରୁ ସେ ସବୁବେଳେ ନିଜ ମଥାରେ ତିଲକ ଓ ସିନ୍ଦୂର କରନ୍ତି। ଏହି ତିଲକ ଓ ସିନ୍ଦୂର ଦ୍ଵାରା ପ୍ରଭୁ ଜଗନ୍ନାଥ ଓ ମା ଶାରଳା ତାଙ୍କ ପାଖରେ ଥିବା ସେ ଅନୁଭଵ କରନ୍ତି।
କେନ୍ଦ୍ରାପଡ଼ା ରେ ଜନ୍ମିତ ପ୍ରେମାନନ୍ଦ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ସଙ୍ଗୀତ ଶିକ୍ଷା ନେଇଥିଲେ। ସେ ସମୟରେ ପ୍ରେମାନନ୍ଦ ଖୁବ୍ ଲାଜକୁଳା ଥିଲେ। ସବୁବେଳେ ସେ କଲେଜ୍ ର ପଛ ସିଟ୍ ରେ ବସୁଥିଲେ। ଆଉ କ୍ଲାସ ସରିବା ପରେ ପରେ ସେ ନିଜ ହାର୍ମୋନିୟମ ଧରି ବସି ପଡୁଥିଲେ।
ତେବେ ୧୯୯୩ ମସିହାରେ ପ୍ରେମାନନ୍ଦଙ୍କର ପ୍ରଥମ ମ୍ୟୁଜିକ ଆଲବମ୍ ରିଲିଜ୍ ହୋଇଥିଲା। ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି। ଓଡ଼ିଆ ଦର୍ଶକ ମାନଙ୍କୁ ସେ ଅନେକ ସୁମଧୁର ଗୀତ ଭେଟି ଦେଇଛନ୍ତି। ଆଉ ସଙ୍ଗୀତ ଆଉ ସ୍ଵରରେ ଏଭଳି ଗବେଷଣା ପାଇଁ ହିଁ ତାଙ୍କୁ ସଙ୍ଗୀତ ର ବୈଜ୍ଞାନିକ ବୋଲି ସଂଵୋଧନ କରାଯାଏ।ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।