Breaking News

ଖାଇବାକୁ ପେଟ ଥିଲା ପଇସା ନଥିଲା ,ରହିବାକୁ ଇଚ୍ଛା ଥିଲା ଘର ନଥିଲା : ଏମିତି କହିଲେ ହାସ୍ୟ ଅଭିନେତା ହରିହର ମହାପାତ୍ର(Harihara Mahapatra) – ଦେଖନ୍ତୁ

ଓଲିଉଡ଼ ଇଣ୍ଡଷ୍ଟ୍ରି ର ଜବରଦସ୍ତ ହାସ୍ୟ ଅଭିନେତା ହରିହର ମହାପାତ୍ର ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ। ଦୀର୍ଘ ବର୍ଷ ହୋଇଯିବ ସେ ଓଲିଉଡ ରେ ନିଜର ଅଭିନୟର ଯାତ୍ରା ଜାରି ରଖିଛନ୍ତି। ସିନେମାରେ ତାଙ୍କର ୨ ମିନିଟ ର ସିନ୍ ହେଉ କି ଦୁଇ ଘଣ୍ଟାର ସେ ଲୋକ ମାନଙ୍କୁ ଭରପୁର ମନୋରଞ୍ଜନ ଯୋଗାନ୍ତି। ନିଜର ଅଭିନୟରେ ସେ ଲୋକ ମାନଙ୍କୁ ହସେଇ ହସେଇ ବେଦମ୍ କରିଦିଅନ୍ତି।

ପରଦା ଉପରେ ସବୁବେଳେ ଲୋକଙ୍କୁ ହସାଉଥିବା ହରି ଭାଇ ଙ୍କୁ କିନ୍ତୁ ଏହି ଜାଗା ରେ ପହଞ୍ଚିବାକୁ କରିବାକୁ ପଡ଼ିଛି ଅନେକ ସଂଘର୍ଷ। ନିକଟରେ ଏକ ସାକ୍ଷତକାରରେ ନିଜ ଜୀବନର ଏହି ଅକୁହା କଥା କୁ ଖୋଲି କହିଥିଲେ ହରି। ସେ କହିଥିଲେ, ସଂଘର୍ଷ ତ ସମସ୍ତଙ୍କ ଜୀବନରେ ଥାଏ ହେଲେ ମୋ ଜୀବନରେ ବୋଧହୁଏ ଟିକେ ଅଧିକ ସଂଘର୍ଷ କରିବା ଥିଲା।

ଖାଇବାକୁ ପେଟ ଥାଇ ବି ମୋ ପାଖରେ ପଇସା ନଥିଲା। ରହିବାକୁ ଇଚ୍ଛା ଥିଲେ ବି ମୋ ପାଖରେ ଘର ନଥିଲା।ହେଲେ ସଂଘର୍ଷ ପରେ ଯେଉଁ ସଫଳତା ମିଳେ ସେ ସଂଘର୍ଷ ଦୁଃଖକୁ କିଛି ମାତ୍ରାରେ ଦୂର କରିଦିଏ। ହେଲେ ସଫଳତା ପାଇବା ପରେ ମଧ୍ୟ ନିଜ ସଂଘର୍ଷ କୁ ଭୁଲିବା କଥା ନୁହଁ। ସବୁବେଳେ ନିଜ ସଂଘର୍ଷ କାହାଣୀ ମନେ ରଖିବା ଦରକାର।

ଆଜି ମୁଁ ଯାହା ବି କିଛି କେବଳ ଦର୍ଶକ ମାନଙ୍କର ଭଲ ପାଇବା ବୋଲି କହିଛନ୍ତି ହରି। ସିନେମାରେ ସେ କେବେ ବି ସିନ୍ ଛୋଟ କି ବଡ ଦେଖନ୍ତୁ ନାହିଁ। ସେ ଅଭିନୟ କରନ୍ତି, ତାଙ୍କୁ ଯାହା ବି ଚରିତ୍ର ମିଳେ। ଚରିତ୍ର ଛୋଟ ହେଉ କି ବଡ ସେ କେବେ ବି ତାହା ଦେଖନ୍ତି ନାହିଁ। ଗୋଟିଏ କଳାକାର ପାଇଁ କଳା ସବୁଠୁ ବଡ଼ ବୋଲି କହିଛନ୍ତି ହରି।

ତେବେ ଏହି ସାକ୍ଷାତକାର ସମୟରେ ଓଡ଼ିଆ ସିନେମା ର ସ୍ଥିତି ବିଷୟରେ ଯେତେବେଳେ ତାଙ୍କୁ ପଚରା ଯାଇଥିଲା। ସେ କହିଥିଲେ, ସମୟ ସହିତ ଲୋକ ମାନଙ୍କର ପସନ୍ଦ ବଦଳୁଛି। ଦର୍ଶକ ମାନେ ଏବେ ଭଲ ସିନେମା ଖୋଜୁଛନ୍ତି। ନିର୍ଦ୍ଦେଶକ ମାନେ ଯେତେବେଳେ ଉଚ୍ଚ କୋଟିର କାହାଣୀ କୁ ନେଇ ସିନେମା ପ୍ରସ୍ତୁତ କରିବେ ଦର୍ଶକ ମାନେ ନିଶ୍ଚୟ ଭାବରେ ସିନେମା ଦେଖିବାକୁ ଯିବେ। ପୁଣିଥରେ ଓଡ଼ିଆ ଚଳଚ୍ଚିତ୍ର ଅଗ୍ରଗତି କରିବ ବୋଲି କହିଛନ୍ତି ହରି ଭାଇ।

About admin

Check Also

ଶ୍ରୀମନ୍ଦିର ଗର୍ଭ ଗୃହରେ ଶୁଭୁଛି ବିକଟାଳ ଶବ୍ଦ, ଶାନ୍ତିରେ ଶୋଇପାରୁନି କାଳିଆ – ଦେଖନ୍ତୁ ଭିଡିଓ

ପୁରୀ ଶ୍ରୀମନ୍ଦର କୁ ନେଇ ଏକ ବହୁତ୍ ବଡ଼ ଖବର ଆସି ପହଞ୍ଚିଛି। ମଣିଷ ହାର ମାନୀଛି ଆଉ ସହାୟତା …

Leave a Reply

Your email address will not be published. Required fields are marked *