ଭୁବନେଶ୍ୱର ନନ୍ଦନ ବିହାର ଅଞ୍ଚଳରେ ଘଟିଥିବା ବହୁ ଚର୍ଚ୍ଚିତ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ଆ-ତ୍ମ-ହ-ତ୍ୟା ଘଟଣାକୁ ଦୀର୍ଘ ଦୁଇ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦୋଷୀ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ହେଲେ ଯାହା ସୂଚନା ମିଳୁଛି ଏହାରି ଭିତରେ ହାତକୁ ଦୁଇ ହାତ ହୋଇପାରନ୍ତି କଣ୍ଠଶିଳ୍ପୀ ସୋନାଲି ନନ୍ଦ। ସୋନାଲି ଙ୍କ ପରିବାର ଲୋକ ଖୁବ୍ ଶୀଘ୍ର ତାଙ୍କର ବାହାଘର କରାଇବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି।
ଏହାର ଏକ ମୁଖ୍ୟ କାରଣ ହେଉଛି, କାଳେ ସୋନାଲି ବାହା ହୋଇଗଲେ ଏ ସବୁ ଚର୍ଚ୍ଚାର ଅନ୍ତ ଘଟିବ। ଆଉ ସୌମ୍ୟ ରଞ୍ଜନ ଙ୍କ ଆତ୍ମହତ୍ୟା କଥା କିମ୍ବା ସୋନାଲି ଙ୍କୁ ଦ-ଣ୍ଡ ଦେବା କଥା ଉଠିବ ନାହିଁ। ଏମିତିକି ସୋନାଲି ଙ୍କୁ ଦଣ୍ଡ ଦେବା ପାଇଁ କେହି ବି ଦାବି ମଧ୍ୟ କରିବେ ନାହିଁ। ଏ ସବୁ ବିଷୟକୁ ଚିନ୍ତା କରି ସୋନାଲି ଙ୍କ ପରିବାର ଲୋକେ ଗୋପନରେ ତାଙ୍କ ବିବାହ କରିବାକୁ ଚାହୁଁଛନ୍ତି।
ହେଲେ ଏପଟେ ପୁଅକୁ ନ୍ୟାୟ ଦେବା ଆଶାରେ ପୋଲିସ ଅଧିକାରୀ ଙ୍କୁ ନିବେଦନ କରି କରି ସୌମ୍ୟ ଙ୍କ ମା ଥକି ଗଲେଣି। ଏକମାତ୍ର ପୁଅକୁ ହରାଇବାର ଦୁଃଖ ଠାରୁ ପୁଅକୁ ଚାହିଁଲେ ବି ନ୍ୟାୟ ଦେଇପାରୁନଥିବା ଦୁଃଖ ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି। ନାଁ ରାତିରେ ତାଙ୍କୁ ନିଦ ହେଉଛି ନାଁ ପେଟକୁ ଦାନା ଯାଉଛି। ଆଜକୁ ଦୁଇ ମାସ ହେଇଯିବ ଆଖିର ଲୁହ ଓଠରେ ପିଇ ପୁଅକୁ ନ୍ୟାୟ ଦେବାପାଇଁ ସେ ସମସ୍ତ ପ୍ରକାର ଉଦ୍ୟମ କରିଚାଲିଛନ୍ତି। ହେଲେ ବି ଏଥିରେ କୌଣସି ସୁଫଳ ମିଳୁନାହିଁ।
ଏହି ଘଟଣା ପର ଠାରୁ ସୋନାଲି ଥର ଟିଏ ବି ଗଣମାଧ୍ୟମ ଆଗକୁ ଆସିନାହାନ୍ତି କି ନିଜର ପ୍ରତିକ୍ରିୟା ରଖି ନାହାନ୍ତି। ତେବେ ସୋନାଲି ଙ୍କ ବିରୁଦ୍ଧ ରେ ଯଥେଷ୍ଟ ପ୍ରମାଣ ଥାଇ ମଧ୍ୟ ପୋଲିସ ଅଧିକାରୀ ମାନେ କଣ ପାଇଁ ଚୁପ୍ ବସିଛନ୍ତି ସେଥିପାଇଁ ଉଠିଛି ପ୍ରଶ୍ନ। ଅନ୍ୟ ପଟେ, ଯଦି ପୁଅକୁ ନ୍ୟାୟ ନମିଳେ ତାହେଲେ ପାଗେଳି ହୋଇଯିବେ ବୋଲି କାନ୍ଦି କାନ୍ଦି ଗଣମାଧ୍ୟମ ଆଗରେ କହିଛନ୍ତି ସୌମ୍ୟ ଙ୍କ ମା।
ତେବେ ଅନ୍ୟପଟେ, ସୌମ୍ୟ ଙ୍କ ଆ-ତ୍ମ-ହ-ତ୍ୟା ଘଟଣା ପର ଠାରୁ ସୋନାଲି ଙ୍କ କ୍ୟାରିୟର ରେ ଏକ ପ୍ରକାର ବ୍ରେକ ଲାଗି ଯାଇଛି। ତେଣୁକରି ସବୁ କଥାକୁ ଭାବି ଚିନ୍ତି ଏବେ ସୋନାଲି ଙ୍କ ବାପା ମା ଲୁଚାଣିଆ ଭାବରେ ତାଙ୍କ ବିବାହ କରିବାକୁ ନିଷ୍ପତି ନେଇଥିବା ଜଣାପଡିଛି।
ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।