Breaking News

ଖୁସି ଖବର ! ବାପା ହେଲେ ଓଲିଉଡ ର ଲୋକପ୍ରିୟ ଅଭିନେତା ସମ୍ବିତ ଆଚାର୍ଯ୍ୟ(Sambit Acharya) … ଦେଖନ୍ତୁ

ଓଲିଉଡ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ସମ୍ବିତ ଆଚାର୍ଯ୍ୟ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ। ତେବେ ସମ୍ବିତ ଙ୍କୁ ନେଇ ଏବେ ବହୁତ୍ ବଡ଼ ଖୁସି ଖବର ସାମ୍ନାକୁ ଆସିଛି। ତେବେ  ବାପା ହୋଇଛନ୍ତି ଓଡ଼ିଆ ସିନେମା ଜଗତର ଜଣାଶୁଣା ଅଭିନେତା ସମ୍ବିତ। ତାଙ୍କ ପତ୍ନୀ ସାୟୋନା ଏକ କନ୍ୟା ସନ୍ତାନ କୁ ଜନ୍ମ ଦେଇଛନ୍ତି। ତେବେ ଏହି ଖୁସି ଖବରକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଲାଗି ରହିଛି।


ଆପଣ ମାନେ ଜାଣିଥିବେ ଓଲିଉଡ ର ଲୋକପ୍ରିୟ ଅଭିନେତା ମାନଙ୍କ ମଧ୍ୟରୁ ସମ୍ବିତ ଜଣେ। ନିଜର ଜବରଦସ୍ତ୍ ଅଭିନୟ ମାଧ୍ୟମର ସମ୍ବିତ ଓଲିଉଡ ଇଣ୍ଡଷ୍ଟ୍ରି ରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିଛନ୍ତି। ତାଙ୍କର ଅନେକ ଫ୍ୟାନ ଫାଲୋଇଙ୍ଗ ରହିଛି। ଦର୍ଶକ ମାନଙ୍କୁ ସେ ଅନେକ ନୂଆ ଧରଣର ସିନେମା ଭେଟି ଦେଇଛନ୍ତି।


ପ୍ରଥମ କରି ଆଲବମ୍ ମାଧ୍ୟମରେ ଅଭିନୟ ଦୁନିଆରେ ପାଦ ଦେଇଥିଲେ ସମ୍ବିତ। ପଖା ପାଖି ୧୫- ୨୦ ଟି ସୁପରହିଟ ଆଲବମ୍ ରେ ନଜର ଆସିବା ପରେ ସମ୍ବିତଙ୍କୁ ସିନେମା ରେ ଅଭିନୟ କରିବାର ସୁଯୋଗ ମିଳିଥିଲା। ବର୍ତ୍ତମାନ ସମୟରେ ଓଲିଉଡ ର ସେ ଜଣେ ଆଗଧାଡିର ଅଭିନେତା। ଏତଦବ୍ୟତୀତ ସେ ଅନେକ ଗୁଡ଼ିଏ ଲୋକପ୍ରିୟ ରିଆଲିଟି ଶୋ ରେ ମଧ୍ୟ ବିଚାରକ ଭାବରେ ନଜର ଆସିଛନ୍ତି।

ତେବେ ସୂଚନା ଯୋଗ୍ୟ ଯେ, କିଛି ବର୍ଷ ପୂର୍ବେ ସମ୍ବିତ ନିଜ ଗାର୍ଲ୍ ଫ୍ରେଣ୍ଡ୍ ସାୟୋନା ମହାପାତ୍ର ଙ୍କୁ ଅତି ଧୁମ୍ ଧାମରେ ବିବାହ କରିଥିଲେ। ତେବେ ବିବାହର ୪ ବର୍ଷ ପରେ  ତାଙ୍କର ଗୋଟିଏ ଶିଶୁ କନ୍ୟା ଜନ୍ମ ନେଇଛି। ଝିଅ ଜନ୍ମ ହେବା ପରେ ଏବେ ବେଶ୍ ଖୁସି ଅଛନ୍ତି ସମ୍ବିତ ଓ ତାଙ୍କ ପରିବାର।


ତେବେ ଏହି ଖୁସିର ଖବରକୁ ସମ୍ବିତ ସୋସିଆଲ ମିଡିଆ ଜରିଆରେ ନିଜ ଫ୍ୟାନ୍ସ ମାନଙ୍କ ସହ ସେୟାର କରିଥିଲେ। ଏହା ସହିତ ସମ୍ବିତ ବାପା ହେବା ଖୁସିରେ ନିଜ ଫ୍ୟାନ୍ସ ମାନଙ୍କ ମଧ୍ୟରେ ମିଠା ମଧ୍ୟ ବାଣ୍ଟି ଥିଲେ। ଏହି ଖବର ସାମ୍ନାକୁ ଆସିବା ପରେ ଓଲିଉଡ ଇଣ୍ଡଷ୍ଟ୍ରି ର ଅନେକ ଜଣାଶୁଣା ଅଭିନେତା ଓ ଅଭିନେତ୍ରୀ ମାନେ ସମ୍ବିତ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

About admin

Check Also

ଶ୍ରୀମନ୍ଦିର ଗର୍ଭ ଗୃହରେ ଶୁଭୁଛି ବିକଟାଳ ଶବ୍ଦ, ଶାନ୍ତିରେ ଶୋଇପାରୁନି କାଳିଆ – ଦେଖନ୍ତୁ ଭିଡିଓ

ପୁରୀ ଶ୍ରୀମନ୍ଦର କୁ ନେଇ ଏକ ବହୁତ୍ ବଡ଼ ଖବର ଆସି ପହଞ୍ଚିଛି। ମଣିଷ ହାର ମାନୀଛି ଆଉ ସହାୟତା …

Leave a Reply

Your email address will not be published. Required fields are marked *