Breaking News

ଖୁସି ଖବର ! ବିବାଦ ଭୁଲି ଏକାଠି ଖାଇଲେ ବାବୁସାନ(Babusaan) ଓ ତୃପ୍ତି (Trupti) – ଦେଖନ୍ତୁ ଭିଡିଓ

ଅନେକ ବାଦ ବିବାଦ ଭିତରେ ଏବେ ପୁଣି ଏକାଠି ହେଲେ ଅଭିନେତା ବାବୁଶାନ୍ ଓ ପତ୍ନୀ ତୃପ୍ତି ଶତପଥୀ! ଦୁହିଁଙ୍କ ମଧ୍ୟରେ ଲାଗି ରହିଥିବା ବିବାଦର ଅନ୍ତ ଘଟିଥିବା ଚର୍ଚ୍ଚା ହେଉଛି। ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅଭିନେତା ବାବୁଶାନ୍ ଓ ତ୍ରୁଟି ଙ୍କର କିଛି ଫଟୋ। ଏହି ଫଟୋରେ ଦୁହେଁ ଏକାଠି ବସି ଡିନର କରୁଥିବା ଦେଖିବାକୁ ମିଳିଛି।

ତେବେ ଏହାକୁ ଦେଖିବା ପରେ ବାବୁଶାନ୍ ଓ ତୃପ୍ତି ଙ୍କ ଭିତରେ ଲାଗି ରହିଥିବା ବିବାଦର ସମାଧାନ ହୋଇଥିବା ଚର୍ଚ୍ଚା ହେଉଛି। ଏହି ଫଟୋ ଭାଇରାଲ ହେବାପରେ ଏବେ ବାବୁଶାନ୍ ଙ୍କ ଫ୍ୟାନ୍ସ ମାନେ ଖୁବ୍ ଖୁସି ଅଛନ୍ତି। ହେଲେ ଏହି ଫଟୋ ଏବେର କି ପୂର୍ବର ତାହା ଜଣାପଡିନାହିଁ।

ତେବେ କହିରଖୁଛୁ, ଗତ ୨୩ ତାରିଖରେ ଘଟିଥିବା ବିବାଦ ପରେ ସାଧାରଣ ଲୋକ ମାନେ ଜାଣିବାକୁ ପାଇଥିଲେ ଯେ ବାବୁଶାନ୍ ମହାନ୍ତି ଙ୍କ ବୈବାହିକ ଜୀବନ ରେ କିଛି ବି ଠିକ୍ ନାହିଁ। ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କ ପାଇଁ ଦୁହିଁଙ୍କ ମାଧ୍ୟମରେ ନାନା ବାଦ ବିବାଦ ଉପୁଜିଥିଲା। ସେହି ଘଟଣା ଦିନ ବାବୁଶାନ୍ ଚେନ୍ନାଇ ଚାଲିଯାଇଥିଲେ। ଚେନ୍ନାଇ ରୁ ଆଉ ଫେରିବା ନଫେରିବା ଅନିଶ୍ଚିତତା ଭିତରେ ସେ ତିନି ଦିନ ପରେ ଓଡ଼ିଶା ଫେରିଥିଲେ।

ତେବେ ଓଡ଼ିଶା ଫେରିବା ପରେ ସେ ସିଧା ନିଜ ବାପା ମା ଙ୍କ ପାଖକୁ ଯାଇଥିଲେ। ହେଲେ ସେ ପତ୍ନୀ ତୃପ୍ତି କିମ୍ବା ନିଜ ପୁଅକୁ ଦେଖା କରିନଥିଲେ। ତେବେ ବାବୁଶାନ୍ ଓ ତୃପ୍ତି ଙ୍କ ସମ୍ପର୍କ ପୁଣିଥରେ କିଭଳି ଆଗ ଭଳି ହେବ ସେଥିପାଇଁ ସମସ୍ତେ ଲାଗି ପଡ଼ିଥିଲେ। ଅନେକ ଚେଷ୍ଟା ପରେ ବାବୁଶାନ୍ ଓ ତୃପ୍ତି ଏବେ ଏକାଠି ହୋଇଥିବା ଚର୍ଚ୍ଚା ହେଉଛି।


କାରଣ ଗତ ଦୁଇ ଦିନ ତଳେ ଅଭିନେତା ବାବୁଶାନ୍ ଙ୍କ ଜନ୍ମଦିନ ରେ ତାଙ୍କ ଶ୍ବଶୁର ଲଳିତ ଶତପଥୀ ବାବୁଶାନ୍ ଙ୍କ ଘରକୁ ଆସି ପରିବାର ସହିତ ବାବୁଶାନ୍ ଜନ୍ମଦିନ ପାଳିଥିଲେ। ଏହି ସମୟରେ ବାପା ଉତ୍ତମ ମହାନ୍ତି, ମା’ ଅଭିନେତ୍ରୀ ଅପରାଜିତା ଏବଂ ଶ୍ବଶୁରଙ୍କ ଆଶୀର୍ବାଦ ନେଇଥିଲେ ବାବୁଶାନ୍। କିନ୍ତୁ ଜନ୍ମଦିନ ସେଲିବ୍ରେସନକୁ ଆସିନଥିଲେ ପତ୍ନୀ ତୃପ୍ତି । ପତ୍ନୀଙ୍କ ଅନୁପସ୍ଥିତିକୁ ନେଇ ପ୍ରେମଭରା ଶବ୍ଦରେ ବାବୁଶାନ୍‌ କହିଥିଲେ ଯେ “ସେ ଜନ୍ମଦିନକୁ ଆସିଲାନି, କିନ୍ତୁ ମୋ ମନରେ ସବୁବେଳେ ରହିଛି ।” ତେବେ ଏହି ଘଟଣା ପରଠୁ ଦୁହେଁ ଖୁବ୍ ଶୀଘ୍ର ଏକାଠି ହୋଇଯିବା ନେଇ ଚର୍ଚ୍ଚା ହୋଇଥିଲା।

About admin

Check Also

Exclusive: ମେଡିକାଲ୍ ରେ ପିଣ୍ଟୁ ନନ୍ଦ ଓ ସ୍ତ୍ରୀ ଶିଳ୍ପାଙ୍କ କଥାବାର୍ତ୍ତା ଆସିଲା ସାମ୍ନାକୁ … ଦେଖନ୍ତୁ

ଓଲିଉଡ଼ ଅଭିନେତା ସ୍ବର୍ଗତ ପିଣ୍ଟୁ ନନ୍ଦ ଙ୍କୁ ନେଇ ପୁଣି ଏକ ବଡ଼ ଖବର ସାମ୍ନା କୁ ଆସିଛି । …

Leave a Reply

Your email address will not be published. Required fields are marked *