ଟ୍ୟୁବ୍ ଧରି ଗାଧୋଉଥିବା ବେଳେ ଭାସି ଗଲେ 5 ଜଣ ଯୁବକ । ବନ୍ୟା ସ୍ରୋତ ରେ ଭାସିଗଲେ 5 ଜଣ । 4 ଜଣ କୁ ଉଦ୍ଧାର କରାଯାଇ ଥିବା ବେଳେ ଜଣଙ୍କ ର ମୃତ୍ଯୁ ହୋଇଛି । ଏମିତି ଏକ ହୃଦୟ ବି-ତା-ର-କ ଘଟଣା ଦେଖିବାକୁ ମିଳିଛି ଆଠଗଡ଼ ବ୍ଲକ ମଞ୍ଚେଶ୍ଵର ପଞ୍ଚାୟତ ବ୍ରାହ୍ମଣ ବସ୍ତ ଗାଁ ରେ । ଗାଁ କୁ ମାଡି ଆସିଥିଲା ବନ୍ୟା ପାଣି । ପୁରା ଅଞ୍ଚଳ ଏବେ ବନ୍ୟା ପାଣି ରେ ଉବୁଟୁବୁ ହେଉଛି ।
ଗାଁ ଭିତର କୁ ମାଡି ଆସୁଛି ପ୍ରବଳ ବେଗ ରେ ପାଣି । ଆଉ ପାଣି ରେ ଟ୍ୟୁବ୍ ଧରି ଗାଧୋଇବା ପାଇଁ ବାହାରି ଥିଲେ 5 ଜଣ ଯୁବକ । ବନ୍ୟା ରେ ମଜା ନେବା ପାଇଁ ଟ୍ୟୁବ୍ ରେ ଗାଧୋଉ ଥିଲେ । ହେଲେ ସେହି 5 ଜଣ ଙ୍କ ଭାଗ୍ୟ ରେ କିଛି ଅଲଗା ଲେଖା ହୋଇ ଥିଲା । ଧୀରେ ଧୀରେ 5 ଜଣ ଯାକ ନଦୀ ର ସୁଅ ରେ ଭାସି ଯାଇଥିଲେ ।
ନିଜ କୁ ପାଣି ର ସ୍ରୋତ ରେ ଅଟକାଇ ପରି ନଥିଲେ । ତେବେ 5 ଜଣ ଯାକ ନିଜ କୁ ବଞ୍ଚାଇବା ପାଇଁ ଲୋକ ଙ୍କୁ ଡାକି ଥିଲେ । ଲୋକ ତାଙ୍କୁ ଦେଖିଲା ପରେ 5 ଜଣ ଙ୍କୁ ଉଦ୍ଧାର କରିଥିଲେ । ପରେ ଗାଁ ଲୋକ ତାଙ୍କୁ ହସ୍ପିଟାଲ କୁ ନେଇ ଯାଇଥିଲେ । ହେଲେ ସେଠାରେ ଜଣକୁ ମୃତ୍ଯୁ ବୋଲି ଘୋଷଣା କରିଥିଲେ ଡାକ୍ତର ।
ମୃତକ ଙ୍କ ନାଁ ହେଉଛି ପ୍ରଦ୍ୟୁମ୍ନ ରାଓତ । ତାଙ୍କୁ 18 ବର୍ଷ ଖବର ପାଇଁ ପୋଲିସ ଘଟଣା ସ୍ଥଳ ରେ ତଦନ୍ତ କରୁଛି । ତେବେ ଆଠଗଡ଼ ଉପଖଣ୍ଡ ର ମୋଟ 52 ପଞ୍ଚାୟତ ର 235 ଟି ଗାଁ ବନ୍ୟା ରେ ପ୍ରଭାବିତ ହୋଇଛି । 2014 ପରେ ଏହା ହେଉଛି ମହାନଦୀ ର ସବୁଠାରୁ ବଡ଼ ବନ୍ୟା । ପ୍ରସାସନିକ ର ତଥ୍ୟ ଅନୁସାରେ ଆଠଗଡ଼ ଉପଖଣ୍ଡ ର ଆଠଗଡ଼ ବଡମ୍ବା ତିଗିରିଆ ନରସିଙ୍ଗ ପୁର ବ୍ଲକ ରେ 52 ଟି ପଞ୍ଚାୟତ ସହ 235 ଟି ଗାଁ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛି ।
ଏଥି ସହିତ 50 ହଜାର 666 ଜଣ ଲୋକ ଙ୍କୁ ସୁରକ୍ଷିତ୍ ସ୍ଥାନ କୁ ସ୍ଥାନାତରିତ କରା ଯାଇଛି । ଆଠଗଡ଼ ବ୍ଲକ ର 17 ଟି ଗ୍ରାମ ପଞ୍ଚାୟତ 58 ଟି ଗାଁ ର 7 ହଜାର 5 ସହ ଲୋକ ବନ୍ୟା ପ୍ରଭାବିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟ ରୁ 4,838 ଜଣକୁ ସୁରକ୍ଷିତ୍ ସ୍ଥାନ କୁ ସୁରକ୍ଷା କରା ଯାଇଛି ଓ 8 ଟି ସ୍ଥାନ ରେ ଭୋଜନ ରନ୍ଧା ଯାଇଛି ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।