Breaking News

ଗାଁ ରେ ରହି ନିଜ ଅଜା ଆଈ ଙ୍କ ସହିତ ଏଭଳି ମସ୍ତି କରୁଛନ୍ତି ପ୍ରକୃତି ମିଶ୍ର(Prakruti Mishra) – ଦେଖନ୍ତୁ

ଯେପରିକି ସମସ୍ତେ ଜାଣିଥିବେ ବେଶ୍ କିଛି ଦିନ ହେଇଯିବ ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ଅଭିନେତା ବାବୁଶାନ୍ ଙ୍କ ବିବାଦକୁ ନେଇ ଚାରିଆଡ଼େ ଚର୍ଚ୍ଚା ଲାଗି ରହିଛି। ଏବେ ବି ଦୁହିଁଙ୍କୁ ନେଇ ଲୋକଙ୍କ ମଧ୍ୟରେ ନାନା କଳ୍ପନା ଜଳ୍ପନା ଲାଗି ରହିଛି। ଦୁହେଁ କେଉଁଠି ଅଛନ୍ତି କଣ କରୁଛନ୍ତି ତାହା ଜାଣିବାକୁ ଲୋକ ମାନେ ଖୁବ୍ ଇଚ୍ଛୁକ। ଗଣମାଧ୍ୟମ ଆଗରେ ମଧ୍ୟ ଦୁହିଁଙ୍କର ଆଉ କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳୁନାହିଁ।

ତେବେ ଏହାରି ଭିତରେ ଯାହା ଚର୍ଚ୍ଚା ହେଉଛି ପ୍ରକୃତି ଏବେ ନିଜ ଅଜା ଆଈ ଙ୍କ ପାଖରେ ରହୁଛନ୍ତି। କାରଣ କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବେଶ୍ ଭାଇରାଲ ହେଉଛି ଯେଉଁଥିରେ ପ୍ରକୃତି ମିଶ୍ର ଙ୍କ ସହ ତାଙ୍କ ଅଜା ଓ ଆଇ ଙ୍କୁ ଦେଖିବାକୁ ମିଳୁଛି। ଏହି ଭିଡିଓ ଦେଖିଲେ ଯାହା ଜଣାପଡୁଛି, ପ୍ରକୃତି ଏବେ ନିଜ ଅଜା ଆଈ ଙ୍କ ସହ ଗାଆଁ ରେ ରହୁଛନ୍ତି।

ଏ ସବୁ ବିବାଦ ପରେ ଏବେ ସେ ସେମାନଙ୍କ ସହ ସୁନ୍ଦର ସମୟ ଅତିବାହିତ କରୁଛନ୍ତି। ସେଠାରେ ସେ ଅଜା ଆଇ ଙ୍କ ସହ ଖୁବ୍ ହସଖୁିସି କରୁଥିବାର ଭିଡିଓ ରେ ଦେଖିବାକୁ ମିଳୁଛି। ଆଉ ଏହା ସହିତ ଅଜା ଙ୍କ ବାଜା ର ତାଳେ ତାଳେ ପ୍ରକୃତି ଓଡ଼ିଶୀ ନୃତ୍ୟ କରୁଥିବାର ମଧ୍ୟ ଦେଖିବାକୁ ମିଳୁଛି। ଏଠାରେ କହି ରଖିବାକୁ ଚାହୁଁଚୁ ଯେ ପ୍ରକୃତି ଜଣେ ପ୍ରଶିକ୍ଷିତ ଓଡ଼ିଶୀ ନୃତ୍ୟଶିଳ୍ପୀ।

ତେବେ ଯଦିଓ ପ୍ରକୃତି ଙ୍କ ବାପା ମନ୍ମଥ ମିଶ୍ର ଏହା କହି ଆସୁଛନ୍ତି ଯେ ପ୍ରକୃତି ଏବେ ମୁମ୍ବାଇ ଚାଲି ଯାଇଛନ୍ତି ହେଲେ ଏହା କେତେ ଦୂର ସତ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ପ୍ରକୃତି ମୁମ୍ବାଇ ରେ ଥିବା ନେଇ ବି କୌଣସି ପ୍ରମାଣ ମିଳିପାରିନାହିଁ। ଏହାରି ଭିତରେ ସୋସିଆଲ ମିଡିଆରେ ଭାଇରାଲ ଏହି ଭିଡିଓ ଦେଖି ଲୋକମାନେ ଏହା ଭାବୁଛନ୍ତି ଯେ ପ୍ରକୃତି ଏବେ ନିଜ ଅଜା ଆଈ ଙ୍କ ପାଖରେ ଗାଆଁ ରେ ରହୁଛନ୍ତି।

ତେବେ କହିରଖୁଛୁ, ଏ ପର୍ଯ୍ୟନ୍ତ ମଧ୍ୟ ବାବୁଶାନ୍ ଓ ପ୍ରକୃତି ବିବାଦରେ ପୂର୍ଣ୍ଣଛେଦ ପଡ଼ିନାହିଁ। ଏବେ ବି ପୋଲିସ ତଦନ୍ତ ଜାରି ରହିଛି। ଏବେ ବାବୁଶାନ୍ ନିଜ ନିଜ ବାପା ମା ଙ୍କ ପାଖରେ ରହୁଥିବା ବେଳେ ତୃପ୍ତି ବର୍ତ୍ତମାନ ନିଜ ଘରେ ରହୁଛନ୍ତି। ତେବେ କେବେ ଏହି ବିବାଦ ର ସ୍ଥାୟୀ ସମାଧାନ ହେବ ଆଉ କେବେ ଏହି ତିନି ଜଣକ ଜୀବନ ପୁଣି ଆଗ ଭଳି ହେବ ତାହା ଦେଖିବା ବାକି ରହିଛି।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *