Breaking News

ଗୀତ ହିଟ ହେବା କଥା ଭାବିନଥିଲି ,କିନ୍ତୁ ଜାଣିଥିଲି ମୋ ଡେଷ୍ଟିନେସନ ମ୍ୟୁଜିକ ବୋଲି … ଟି ସୌରି (T Sauri)

ଦର୍ଶକ ବନ୍ଧୁ ଆଜି ଆମେ ଏମିତି ଜଣେ ଗାୟକ ଙ୍କ ବିଷୟ ରେ ଜାଣିବା ଯିଏ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଗାୟକ । ଯାହାଙ୍କ ଗୋଟିଏ ଗୀତ ସମସ୍ତ ଙ୍କୁ ବହୁତ୍ ପଶନ୍ଦ ଆସିଥିଲା । ତାଙ୍କର ସମସ୍ତ ଗୀତ ସୁପର ହିଟ ହୋଇଥିଲେ ମଧ୍ୟ ତାଙ୍କର ଗୋଟିଏ ଗୀତ ଓଡ଼ିଆ ଇଣ୍ଡଷ୍ଟ୍ରି ହଲ୍ ଚଲ କରି ଦେଇଥିଲା ଓ ଏହି ଗୀତ ଟି ହେଉଛି ସୀତା ଲୋ ଆଜି ଜଳୁଛି ଯାହାର ଚିତା ଲୋ ।

 

 

ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ ଆମେ କେଉଁ ଗାୟକ ଙ୍କ ବିଷୟ ରେ କହୁଛି ସେ ହେଉଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରି ର ପ୍ରତିଷ୍ଠିତ ଗାୟକ ଟି ସୌରି । ଏହି ଗାୟକ ଙ୍କ ଗୀତ ଆଉ କୌଣସି ଚଳଚ୍ଚିତ୍ର ଶୁଣିବାକୁ ମିଳୁନାହିଁ , କିନ୍ତୁ ଓଡ଼ିଶା ବାସୀ ତାଙ୍କ ଗୀତ ଶୁଣିବାକୁ ବେଶ୍ ଇଚ୍ଛୁକ ଥାଆନ୍ତି । ବର୍ତ୍ତମାନ୍ ସମୟ ରେ ଆମେ ଆଜି ଟି ସୌରୀ ଙ୍କ ବିଷୟ ରେ ଜାଣିବା ।

 

ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଏହି ଗାୟକ ପୂର୍ବ ରୁ ଯେମିତି ଦେଖା ଯାଉଥିଲେ ବର୍ତ୍ତମାନ୍ ମଧ୍ୟ ସେହିଭଳି ଭାବେ ଦେଖା ଯାଉଛନ୍ତି କିଛି ପରିବର୍ତ୍ତନ ନାହିଁ । ସେହି ଭଳି ଲମ୍ବା ଚୁଟି ମଧ୍ୟ ରଖିଛନ୍ତି , ନିଜ ଲମ୍ବା ଚୁଟି କୁ ନେଇ ସେ କହିଛନ୍ତି ଯେ ସିଦ୍ଧାନ୍ତ ଓ ରଚନା ଙ୍କ ସମୟ ରେ ସେ ବହୁତ୍ ବ୍ୟସ୍ତ ରହୁଥିଲେ ଯାହା ଫଳରେ କି ସେ ଚୁଟି କାଟିବାକୁ ସମୟ ପାଇ ନ ଥାଆନ୍ତି ।

 

 

 

ଜଣେ ସଂଗୀତ ନିର୍ଦ୍ଦେଶକ ତାଙ୍କୁ କହିଥିଲେ ଯେ ଚୁଟି ରଖିବା ଦ୍ଵାରା ତାଙ୍କୁ ବହୁତ୍ ଶୁଟ୍ କରୁଛି । ପରେ ଯେତେବେଳେ ସିଜିନ ଅଫ ଥାଏ ସେ ସମୟ ପାଇ ଥାନ୍ତି କିନ୍ତୁ ଚୁଟି କାଟିବାକୁ ପାଖ ରେ ପଇସା ନ ଥାଏ । ତା ପରେ ବ୍ୟସ୍ତତା ଭିତରେ ସେ ଚୁଟି ଆଉ କାଟି ନାହାଁନ୍ତି । ପୂର୍ବ ରୁ ପ୍ରସ୍ତୁତ ହେଉଥିବା ଗୀତ ସୀତା ଲୋ ଆଜି ଜଳୁଛି ଯାହାର ଚିତା ଲୋ । ସେତେବେଳେ ସୁପର ହିଟ ହୋଇ ରହିଥିଲା ।

 

 

 

ବର୍ତମାନ ମଧ୍ୟ ରହିଛି ଓ ଆଗ କୁ ମଧ୍ୟ ରହିବ । ଏହି ଗୀତ ଟି କୁ ଗାଇବା ପାଇଁ ସ୍ୱରୂପ ନାୟକ ସୁଯୋଗ ଦେଇଥିଲେ । ଏହି ଗୀତ ଟି ଗାଇବା ସମୟ ରେ ଯୁକ୍ତ ଦୁଇ ବାଣିଜ୍ୟ ରେ ପାଠ ପଢୁଥିଲେ । ସେ ଏକ ଷ୍ଟେଜ ସୋ କରିବାକୁ ଯାଇଥିଲେ ଓ ସେଠାରେ ସ୍ୱରୂପ ନାୟକ ତାଙ୍କ ଗୀତ କୁ ଶୁଣି ସୁଯୋଗ ଦେଇଥିଲେ ।

 

 

 

ପରେ ଟି ସୌରୀ ଏହି ଗୀତ ଟି ଗାଇବା ପରେ ଏହା ବହୁ ପରିମାଣ ରେ ଚର୍ଚ୍ଚା ହୋଇଥିଲା ଓ ତା ପରେ ସେ ଭାବି ନେଇଥିଲେ ଭଗବାନ ତାଙ୍କୁ ଏଥି ପାଇଁ ଏହି ଦୁନିଆ କୁ ପଠାଇ ଛନ୍ତି । ଟି ସୌରୀ ଏହି ଭଳି ଭାବେ ଅନେକ କଥା କହିଛନ୍ତି ଏକ ସାକ୍ଷାତକାର ମାଧ୍ୟମ ରେ ।।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *