ଓଲିଉଡ଼ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ର ଗତ କାଲି ରାତିରେ ମୃତ୍ୟୁ ଘଟିଛି । ସେ କିଛି ଦିନ ହେବ ହାଇଦ୍ରାବାଦ୍ ଯଶୋଦା ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ । ଆଉ ଗତ କାଲି ରାତିରେ ତାଙ୍କର ମୃତ୍ୟୁ ହୋଇଛି । ଅଭିନେତା ପିଣ୍ଟୁ ନନ୍ଦ ଲିଭର ସିରୋସିସ୍ ରୋଗରେ ପୀଡ଼ିତ ଥିଲେ। ତାଙ୍କର ଲିଭର ଟ୍ରାନ୍ସ୍ ପ୍ଲାଣ୍ଟ କରା ଯିବାର ଥିଲା । ଆଉ ଲିଭର ଡୋନର୍ ନ ମିଳିବା କାରଣରୁ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହୋଇ ପଡ଼ିଥିଲା ।ଏବଂ ଗତ କାଲି ରାତିରେ ହାଇଦ୍ରାବାଦ୍ ଯଶୋଦା ହସ୍ପିଟାଲ୍ ରେ ତାଙ୍କର ମୃତ୍ୟୁ ହୋଇଛି।
ଅଭିନେତା ପିଣ୍ଟୁ ନନ୍ଦ ଙ୍କ ମୃତ୍ୟୁ ରେ ଓଲିଉଡ଼ ରେ ଶୋକ ର ଛାୟା ଖେଳି ଯାଇଛି। ଅଭିନେତା ସବ୍ୟସାଚୀ ଓ ବାବୁଶାନ୍ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ମନେ ପକାଇ କାନ୍ଦୁଛନ୍ତି । କିଛି ବର୍ଷ ପୂର୍ବରୁ ତାଙ୍କର ଗୋଟିଏ ସିନେମା ରିଲିଜ୍ ହୋଇ ଥିଲା ।ସିନେମା ର ନାଁ ହେଉଛି ଦୋସ୍ତି। ସେଥିରେ ମୁଖ୍ୟ ଚରିତ୍ର ରେ ସବ୍ୟସାଚୀ ପିଣ୍ଟୁ ନନ୍ଦ ଓ ବାବୁଶାନ୍ ମହାନ୍ତି ଅଭିନୟ କରିଥିଲେ । ସିନେମା ଟି ବନ୍ଧୁତା ଉପରେ ଆଧାରିତ ଥିଲା । ହେଲେ ଖାଲି ରିଲ ରେ ନୁହେଁ ରିଅଲ୍ ଲାଇଫ ରେ ଏଇ ତିନି ଜଣ ଅଭିନେତା ଙ୍କ ମଧ୍ୟରେ ବହୁତ୍ ଭଲ ସମ୍ପର୍କ ରହିଥିଲା ।
ଆଉ ଆଜି ଅଭିନେତା ପିଣ୍ଟୁ ନନ୍ଦ ଙ୍କ ମୃତ୍ୟୁ ହୋଇ ଯାଇଥିବା କଥା ଶୁଣି ସବ୍ୟସାଚୀ ଓ ବାବୁଶାନ୍ ଦୁଃଖରେ କାନ୍ଦୁଛନ୍ତି । ସତରେ ମଣିଷ ଜୀବନ ପାଣି ଫୋଟକା କିଏ କେତେବେଳେ ଚାଲିଯିବ ସେ କଥା କେହି ବି ଜାଣି ନାହାନ୍ତି। ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ବଞ୍ଚାଇବା ପାଇଁ ଓଲିଉଡ଼ ର କଳାକାର ମାନେ ବହୁତ୍ ଚେଷ୍ଟା କରିଥିଲେ । ସମସ୍ତେ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ସାହାଯ୍ୟ ମଧ୍ୟ କରିଛନ୍ତି। ହେଲେ ଯିଏ ଯେତିକି ଦିନ ପାଇଁ ଆସିଚି ସେ ସେତିକି ଦିନ ହିଁ ରହୀ ପାରିବ । ଯେମିତି ଉଦାହରଣ ହେଉଛନ୍ତି ଅଭିନେତା ପିଣ୍ଟୁ ନନ୍ଦ।
ଏତେ ଚେଷ୍ଟା ପରେ ବି ଅଭିନେତା ପିଣ୍ଟୁ ନନ୍ଦ ସମସ୍ତଙ୍କୁ ଛାଡି ଚାଲି ଯାଇଛନ୍ତି । ଓଲିଉଡ଼ ରେ ତାଙ୍କ ଶୂନ୍ୟ ସ୍ଥାନ କେହି ବି ପୁରଣ କରି ପାରିବେ ନାହିଁ । ସମସ୍ତଙ୍କ ର ଶତ ଚେଷ୍ଟା ପରେ ବି ଆଜି ଓଲିଉଡ଼ ର ପ୍ରିୟ ଅଭିନେତା ଆର ପାରି କୁ ଚାଲି ଯାଇଛନ୍ତି। ତାଙ୍କ ମୃତ୍ୟୁ ରେ ଓଲିଉଡ଼ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ଶୋକ ର ଛାୟା ଖେଳି ଯାଇଛି। ଲିଭର ଡୋନର୍ ନ ମିଳିବା କାରଣ ରୁ ଗତ କାଲି ରାତିରେ ହାଇଦ୍ରାବାଦ୍ ଯଶୋଦା ହସ୍ପିଟାଲ୍ ରେ ଅଭିନେତା ପିଣ୍ଟୁ ନନ୍ଦ ମୃତ୍ୟୁ ବରଣ କରିଛନ୍ତି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।