ନିକଟରେ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇ ରାଲ୍ ହେବାରେ ଲାଗିଛି। ଫୋଟୋ ଟି ଗୋଟିଏ ସୁନ୍ଦର୍ କୁନି ପୁଅ ର ।ହେଲେ ସେହି ପୁଅ ଟି କିଏ ଆପଣ ମାନେ ଜାଣିଛନ୍ତି କି।ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି କେନ୍ଦ୍ରାପଡ଼ା ର ସାଂସଦ ଅନୁଭବ ମହାନ୍ତି।ବର୍ତ୍ତମାନ ସୋସିଆଲ ମିଡିଆରେ ସାଂସଦ ଅନୁଭବ ମହାନ୍ତି ଙ୍କ ର ପିଲା ଦିନର ଫୋଟୋ ଦେଖିବାକୁ ମିଳୁଛି।ସେଇ ଛୋଟ ପୁଅ ଟି ବର୍ତ୍ତମାନ ର ସାଂସଦ ।ଆଉ ସେତିକି ନୁହେଁ ସେ ହେଉଛନ୍ତି ଓଲିଉଡ଼ ସିନେମା ଜଗତର ସୁପରଷ୍ଟାର ଅନୁଭବ ମହାନ୍ତି।
ସୁପରଷ୍ଟାର ଅନୁଭବ ମହାନ୍ତି 24 ଡିସେମ୍ବର 1981 ମସିହାରେ କଟକ ଜିଲ୍ଲା ରେ ଜନ୍ମ ଗ୍ରହଣ କରିଥିଲେ। ଏବଂ ସେ ପ୍ରଥମେ ଆଲବମ୍ ହିରୋ ଭାବରେ ଅଭିନୟ ଜଗତ ରେ ପାଦ ରଖିଥିଲେ। ଅନେକ ସୁପରହିଟ ଆଲବମ୍ ରେ ସେ କାମ କରିଥିଲେ । ଏବଂ ତା ପରେ 2004 ମସିହାରେ ସେ ଆଇ ଲଭ୍ ୟୁ ଚଳଚ୍ଚିତ୍ର ରେ ମୁଖ୍ୟ ହିରୋ ଚରିତ୍ର ରେ ଅଭିନୟ କରିଥିଲେ।ଆଉ ସେହି ଚଳଚ୍ଚିତ୍ର ସୁପରହିଟ ହୋଇଥିଲା ।ଆଜିର ଯୁବ ପିଢ଼ି ମଧ୍ୟ ସୁପରଷ୍ଟାର ଅନୁଭବ ମହାନ୍ତି ଙ୍କ ର ସେହି ପ୍ରଥମ ଚଳଚ୍ଚିତ୍ର ଆଇ ଲଭ ୟୁ କୁ ବହୁତ୍ ପସନ୍ଦ କରିଛନ୍ତି।
ତା ପରେ ଅନେକ ସୁପରହିଟ ଚଳଚ୍ଚିତ୍ର ରେ ଅଭିନୟ କରି ସେ ଓଲିଉଡ଼ ର ସୁପରଷ୍ଟାର ହୋଇଗଲେ ।ଦର୍ଶକ ମାନେ ତାଙ୍କୁ ବହୁତ୍ ପସନ୍ଦ କରିବା ସହିତ ଅନେକ ଭଲ ପାଇବା ମଧ୍ୟ ଦେଲେ।ଆଉ 2019 ମସିହାରେ ସେ କେନ୍ଦ୍ରାପଡ଼ା ଆସନରୁ ଲୋକସଭା କୁ ନିର୍ବାଚିତ ହେଲେ।ଏହା ପୂର୍ବରୁ ସେ ରାଜ୍ୟ ସଭା ରେ ସଦସ୍ୟ ଥିଲେ ।ଆଉ ବର୍ତ୍ତମାନ ସେ କେନ୍ଦ୍ରାପଡ଼ା ଜିଲ୍ଲା ର ସାଂସଦ ଭାବରେ କାମ କରୁଛନ୍ତି।
ସାଂସଦ ଅନୁଭବ ମହାନ୍ତି ଙ୍କ ଜୀବନ ବର୍ତ୍ତମାନ ବିବାଦ ଘେର ରେ ରହିଛି।ପାରିବାରିକ କଳହ କୁ ନେଇ ସେ ଏବେ ବିବାଦ ଘେରରେ ରହିଛନ୍ତି ।ସାଂସଦ ଅନୁଭବ ମହାନ୍ତି ଙ୍କ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ଛାଡ଼ପତ୍ର କେଶ୍ ବର୍ତ୍ତମାନ ପର୍ଯ୍ୟନ୍ତ କୋର୍ଟ ରେ ଚଳୁଛି ଏବଂ ଏହି କେଶ୍ କୌଣସି ଏକ ସିଦ୍ଧାନ୍ତ ରେ ପହଞ୍ଚି ପାରିନାହିଁ।ସୁପରଷ୍ଟାର ଅନୁଭବ ମହାନ୍ତି ଙ୍କୁ ସାରା ଓଡ଼ିଶା ବାସୀ ବହୁତ୍ ଭଲ ପାଆନ୍ତି।ଆଉ ଏବେ ସୋସିଆଲ ମିଡିଆରେ ତାଙ୍କର ପିଲା ଦିନର ଗୋଟିଏ ଫୋଟୋ ଭାଇ ରାଲ୍ ହେବାରେ ଲାଗିଛି।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।