Breaking News

ଗୋଟିଏ ପରିବାରରୁ ୪ ଜଣ UPSC ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହେଲେ, ୩ ଜଣ ହେଲେ IAS ଜଣେ ହେଲେ IPS – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ UPSC ପରୀକ୍ଷା ପାସ କରୁଥିବା ପିଲା ମାନେ ତାଙ୍କ ଜୀବନ ରେ ଅନେକ ପରିଶ୍ରମ କରି ଥାଆନ୍ତି । ସେମାନେ ଦିନ ରାତି ଏକ କରି ଦିଅନ୍ତି ପାଠ ପଢା ରେ ଲାଗି ଯାଆନ୍ତି । ଏହି ପାଠ ପଢା ତାଙ୍କୁ ଅନେକ ସଫଳତା ଦେଇଥାଏ । ଆଜି ଆମ ଏହି ପେଜ ମାଧ୍ୟମ ରେ ଜାଣିବା ଉତ୍ତର ପ୍ରଦେଶର ଏକ ପରିବାର ବିଷୟ ରେ


ଏହି ପରିବାର ରେ ୪ ଭାଇ ଭଉଣୀ UPSC ପରୀକ୍ଷା ଉତ୍ତୀର୍ଣ୍ଣ ହୋଇଛନ୍ତି । ଜଣେ ଆଇପିଏସ୍ ଭାବେ କାମ କରୁଥିବା ସମୟ ରେ ଆଉ ୩ ଜଣ ଆଇଏଏସ ଭାବେ କାର୍ଯ୍ୟ କରୁଛନ୍ତି । ଉତ୍ତର ପ୍ରଦେଶ ର ଲାଲଗଞ୍ଜ ଦୁଇ ଭାଇ , ଦୁଇ ଭଉଣୀ ଯୋଗେଶ , ଲୋକେଶ ଓ କ୍ଷମା, ମାଧୁରୀ । ବାପା ହେଉଛନ୍ତି ଜଣେ ଗ୍ରାମୀଣ ବ୍ୟାଙ୍କ୍ ର ମ୍ୟାନେଜର , ସେ ପିଲା ଙ୍କ ଭବିଷ୍ୟତ ପାଇଁ ସେମାନ ଙ୍କ ଛୋଟ ବେଳୁ ସେ ପିଲା ଙ୍କ ପାଠ ପଢା ଉପରେ ଖୁବ୍ ଧ୍ୟାନ ଦେଉଥିଲେ ।

ପିଲା ଙ୍କ ସହ ବାପା ମଧ୍ୟ ଦିନ ରାତି ପରିଶ୍ରମ କରୁଥିଲେ , ଏହି ଚାରି ଭାଇ ଭଉଣୀ ଙ୍କ ମଧ୍ୟ ରୁ ସବୁଠାରୁ ବଡ ଯୋଗେଶ ଜଣେ ଆଇଏଏସ ଅଧିକାରୀ , ସେ ଲାଳଗଞ୍ଜ ରେ ପ୍ରାଥମିକ ଶିକ୍ଷା ସମାପ୍ତ କରିବା ପରେ ମୋତିଲାଲ ନେହେରୁ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ରେ ଇଞ୍ଜିନିୟରିଂ କରିଥିଲେ ଓ ସେ ନୋଏଡା ରେ ଚାକିରି କରିଥିଲେ । ଚାକିରି କରିବା ସହିତ ସହ ସେ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେଉଥିଲେ ।

୨୦୧୩ ରେ upsc ପରୀକ୍ଷା ଉତ୍ତୀର୍ଣ୍ଣ କରି ଆଇଏଏସ ଅଧିକାରୀ ହୋଇଥିଲେ । ଯୋଗେଶ ଙ୍କ ପରେ କ୍ଷମା ମିଶ୍ର ପାଠ ପଢା ସରିବା ପରେ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେଉଥିଲେ , ୩ ଥର ଅସଫଳ ହେବା ପରେ ସେ ଚତୁର୍ଥ ପ୍ରୟାସ ରେ ପାସ ହୋଇଥିଲେ ଓ ବର୍ତ୍ତମାନ୍ ସମୟ ରେ ସେ ଜଣେ ଆଇପିଏସ ଅଧିକାରୀ । ମାଧୁରୀ ମିଶ୍ର ସେ ମଧ୍ୟ ପାଠ ପଢା ସରିବା ପରେ ୨୦୧୪ ରେ UPSC ପରୀକ୍ଷା ପାସ କରିବା ପରେ ସେ ଝାଡ଼ଖଣ୍ଡ କ୍ୟାଡ଼ର ର ଆଇଏଏସ ଅଧିକାରୀ ।


ଲୋକେଶ ମିଶ୍ର ସମସ୍ତ ଙ୍କ ଠାରୁ ସାନ ୨୦୧୫ ରେ UPSC ପରୀକ୍ଷା ପାସ କରି ସେ ଜଣେ ଆଇଏଏସ ଅଧିକାରୀ ହୋଇଛନ୍ତି । ଗୋଟିଏ ପରିବାର ରେ ସମସ୍ତେ ଆଇଏଏସ ଓ ଆଇପିଏସ୍ , ଏହା ଠାରୁ ବଡ କଥା ଆଉ କିଛି ନାହିଁ । ଆଜି ବାପା ମା ସେମାନ ଙ୍କୁ ନେଇ ବେଶ୍ ଗର୍ବିତ ଓ ତାଙ୍କର ଆଉ କିଛି ଅଲି ନାହିଁ , ସବୁକିଛି ଭଗବାନ୍ ଢାଳି ଦେଇଛନ୍ତି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ବାନ୍ଧବୀଙ୍କ ସତ ଧରିବାକୁ ଡିଜେ ଆଜେକ୍ସ କରିଥିଲେ ଭିଡିଓ ସୁଟିଂ। ଦେଖନ୍ତୁ ଭିଡିଓ…

ଡିଜେ ଆଜେକ୍ସ୍ ଙ୍କ ମୃତ୍ୟୁ ପରେ ତାଙ୍କ ମୋବାଇଲ୍ ର କିଛି ଭିଡ଼ିଓ ଏବେ ଚର୍ଚ୍ଚାରେ । ଭିଡ଼ିଓ ନିଜେ …

Leave a Reply

Your email address will not be published. Required fields are marked *