Breaking News

ଘଟିବ କି ବଡ ଅଘଟଣ !! ଖୋଲିବ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀମନ୍ଦିର ରତ୍ନଭଣ୍ଡାର ….

ଖୋଲିବ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଏ ନେଇ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ବା ଏଏସଆଇ ଶ୍ରୀମନ୍ଦିର ମୂଖ୍ୟ ପ୍ରଶାସକ ଙ୍କୁ ଚିଠି ଲେଖିଛନ୍ତି। ଶ୍ରୀମନ୍ଦିର ଭିତର ରତ୍ନ ଭଣ୍ଡାର ଯାଞ୍ଚ କରାଯିବ। ଗତ ୮ ତାରିଖରେ ଏଏସଆଇ ଏହି ଚିଠି ଲେଖିଥିବା ଜଣାପଡିଛି। ତେବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହିତ ରାଜ୍ୟ ଆଇନ ବିଭାଗ ସଚିବ ଙ୍କୁ ମଧ୍ୟ ଏଏସଆଇ ଚିଠି ଲେଖିଛନ୍ତି।

ଶ୍ରୀମନ୍ଦିର ରତ୍ନ ଭଣ୍ଡାର ରେ ଗଚ୍ଛିତ ଥିବା ବହୁ ମୂଲ୍ୟ ର ଅଳଙ୍କାରକୁ ନେଇ ଭକ୍ତ ଓ ସେବାୟତ ମାନଙ୍କ ମଧ୍ୟରେ ସନ୍ଦେହ ବଢ଼ି ଚାଲିଥିବା ବେଳେ ଆଜି ପର୍ଯ୍ୟନ୍ତ ରତ୍ନ ଭଣ୍ଡାର ଚାବି ହଜିଥିବା ପ୍ରସଙ୍ଗ ଉପରୁ ପରଦା ଉଠିନାହିଁ। ବାସ୍ତବରେ ଚାବି ହଜିଥିଲା ନାଁ ନାହିଁ ସେ ନେଇ ଏବେ ବି ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

ଚାବି ହଜିବା ନେଇ ଜିଲ୍ଲାପାଳ କି ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ କୌଣସି ଚିଠି କରାଯାଇନଥିଲା। ତେଣୁ ଏହା ରତ୍ନ ଭଣ୍ଡାର ଚାବି ହଜିବା ଘଟଣାର ସନ୍ଦେହ କୁ ଆହୁରି ବଢାଇ ଦେଇଛି । ଓଡ଼ିଶା ହାଇକୋର୍ଟ ଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ୧୭ ଜଣିଆ କମିଟି ଗଠନ କରିଥିଲେ।

ଉକ୍ତ କମିଟି ୨୦୧୮ ମସିହା ଏପ୍ରିଲ ମାସରେ ରତ୍ନ ଭଣ୍ଡାର ଯାଞ୍ଚ କରିବାକୁ ଯାଇଥିଲା। ମାତ୍ର ଯାଞ୍ଚ ପାଇଁ ଯାଇଥିବା ଦଳ ଅଧାରୁ ଫେରି ଆସିଥିଲେ। ରତ୍ନ ଭଣ୍ଡାର ଅସୁରକ୍ଷିତ ରହିଥିବା ଉକ୍ତ କମିଟି ରିପୋର୍ଟ୍ ଦେଇଥିଲେ। ୨୦୧୮ ଜୁନ ରେ ତତ୍କାଳୀନ ଜିଲ୍ଲାପାଳ ହଜିଥିବା ଚାବି ମିଳି ଯାଇଥିବା ଗଣମାଧ୍ୟମ ଆଗରେ କହିଥିଲେ।


ତେବେ ଜିଲ୍ଲାପାଳ ରତ୍ନ ଭଣ୍ଡାର ଚାବି ନ ଦେଖାଇ କେବଳ ଲଫାପା ଦେଖାଇ ଛଳନା କରିଥିବା ଜଣେ ସୂଚନା ଅଧିକାର କର୍ମୀ କହିଛନ୍ତି। ସେହିଦିନ ଠାରୁ ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ତୁମ୍ବି ତୋଫାନ ହୋଇଛି। ରାଜ୍ୟ ସରକାର କମିଶନ ପରେ କମିଶନ ବସାଉଛନ୍ତି ହେଲେ ହେଲେ ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି କୁ ନେଇ କୌଣସି ସ୍ପଷ୍ଟ ଉତ୍ତର ମିଳିନାହିଁ।

ଆରଟିଆଇ ତଥ୍ୟ ଅନୁସାରେ ୧୯୭୦ ମସିହା ପରଠାରୁ ରତ୍ନ ଭଣ୍ଡାର ଚାବି ଜିଲ୍ଲା ପ୍ରଶାସନ ପାଖରେ ନଥିବା ଜଣାପଡିଛି। ତେଣୁ ଭିତର ରତ୍ନ ଭଣ୍ଡାର ର ସୁରକ୍ଷା ଓ ମହାପ୍ରଭୁଙ୍କ ସୁନା ଅଳଙ୍କାର କୁ ନେଇ କୋଟି କୋଟି ଓଡ଼ିଆ ଙ୍କ ମନରେ ସନ୍ଦେହ ଦେଖାଦେଇଛି।

About admin

Check Also

ଅମ୍ଳାନ ବହୁତ ରାଗି ! ମୁଁ ଯେତେବେଳେ ହସେ ସେ ମୋ ଉପରେ ଚିଡନ୍ତି: ଏଲିନା | Elina Samantray |

ନିକଟରେ ଏକ ସିନେମା ର ସୁଟିଂ ସରି ଯାଇଛି । ସିନେମା ର ନାଁ ରହିଛି ପ୍ରିୟେ ମୁଁ ତୁମ …

Leave a Reply

Your email address will not be published. Required fields are marked *