ବର୍ତ୍ତମାନ ସମୟରେ ପାଣି ପାଗ କୁ ନେଇ ବଡ ଖବର ଶୁଣିବାକୁ ମିଳିଛି ଆସନ୍ତା ମାର୍ଚ୍ଚ ମାସ ରେ ଆସିବ କି ବାତ୍ୟା , ସୃଷ୍ଟି ହେବ ସାମୁଦ୍ରିକ ଝଡ ବଙ୍ଗୋପସାଗର । ଜଳବାୟୁ ପରିବର୍ତ୍ତନ ହେଉଛି , ଯଦି ଗତ ବର୍ଷ ୨୦୨୨ ବର୍ଷ କଥା କହିବା ତାହେଲେ ଫେବୃଆରୀ ୨୮ ରେ ଷ୍ଟେଟ ଅଫ ମଲକା ରେ ଘୂର୍ଣି ବଳୟ ସୃଷ୍ଟି ହୋଇଥିଲା । ଏହି ଘୁର୍ଣି ବଳୟ ଗଭୀର ଅବପାତ ରୂପ ନେଇ ଥିଲା ।
ବାତ୍ୟା ପାଇଁ ପାଗ ଅନୁକୂଳ ନ ଥିବାରୁ ତାହା ମାର୍ଚ୍ଚ ୬ ତାରିଖ ରେ ଲଘୁଚାପ ର ରୂପ ନେଇଥିଲା । ଏହାର ପ୍ରଭାବ ରେ ତାମିଲନାଡୁ, ଶ୍ରୀଲଙ୍କା ରେ ହୋଇଥିଲା ବର୍ଷା । ସେହିପରି ମାର୍ଚ୍ଚ ୨୦ ତାରିଖ ରେ ବଙ୍ଗୋପସାଗର ରେ ଲଘୁଚାପ ସୃଷ୍ଟି ହୋଇଥିଲା ଓ ମାର୍ଚ୍ଚ ୨୧ ତାରିଖ ରେ ଗଭୀର ଅବପତ୍ ରୂପ ନେଇଥିଲା । ଆମେରିକା ରେ jtwc ଜାରୀ କରିଥିଲା ସାଇକ୍ଲୋନ ଆଲର୍ଟ ।
ସାଧାରଣ ମେ ମାସ ରେ ବାତ୍ୟା ଆସିଥାଏ ଓ ମାର୍ଚ୍ଚ ମାସ ରେ ଜଦି ଲଘୁଚାପ ସୃଷ୍ଟି ହୋଇଥାଏ ତାହେଲେ ସେହିଠାରେ ତାହା ମିଳେଇ ଯାଏ । ମାର୍ଚ୍ଚ ମାସ ରେ ୫ ଥର ବାତ୍ୟା ଆସିଛି ତାହା ପୁଣି ୧୨୧ ବର୍ଷ ମଧ୍ୟ ରେ , ମାର୍ଚ୍ଚ ମାସ ରେ ପାଗ ଅନୁକୂଳ ରହି ନ ଥିବାରୁ ତାହା ଘୂର୍ଣୀ ଝଡ ବା ବାତ୍ୟା ରୂପ ନେଇ ପାରେ ନାହିଁ । ଅବପାତ ଓ ଗଭୀର ଅବପାତ ରୂପ ନିଏ ।
ଓଡ଼ିଶା କୁ ଆସୁଛି ପଶ୍ଚିମ ଝଡ ମାର୍ଚ୍ଚ ୭ ତାରିଖ ରୁ ୧୦ ତାରିଖ ପର୍ଯ୍ୟନ୍ତ ରହିବ ପ୍ରଭାବ । ଆଭ୍ୟନ୍ତରୀଣ ଓଡ଼ିଶା ରେ ୭ ଓ ୮ ମଧ୍ୟ ରେ ବର୍ଷା ହୋଇପାରେ। ୯ ଓ ୧୦ ଆଭ୍ୟନ୍ତରୀଣ ଓଡ଼ିଶା ଉପକୂଳ ରେ ବର୍ଷା ହେବ । ୧୦ ରେ ଉପକୂଳ ଓଡ଼ିଶା ସହ ଖୋର୍ଦ୍ଧା ସମେତ କିଛି ସ୍ଥାନ ରେ ବର୍ଷା ହୋଇ ପରେ । କାଲି ଠାରୁ ରାଜ୍ୟ ର ୯ ଜିଲ୍ଲା ରେ ବର୍ଷା ହେବା ର ସମ୍ଭାବନା ରହିଛି ।
ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲା ର କିଛି ସ୍ଥାନ ରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବା ର ସମ୍ଭାବନା ରହିଛି । ହୋଲି ରେ ମଧ୍ୟ ବର୍ଷା ହେବା ର ସମ୍ଭାବନା ରହିଛି , ୭ ରୁ ୧୦ ତାରିଖ ମଧ୍ୟ ରେ ଆଭ୍ୟନ୍ତରୀଣ ଓଡ଼ିଶା ରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।