ଆମ ଓଲିଉଡ ଇଣ୍ଡଷ୍ଟ୍ରି ରେ ଏଭଳି କିଛି ଅଭିନେତା ଅଛନ୍ତି ଯିଏ ନିଜର ଜବରଦସ୍ତ ଅଭିନୟ ମାଧ୍ୟମରେ ଅନେକ ଲୋକପ୍ରିୟତା ହାସଲ କରିଛନ୍ତି। ତେବେ ଓଡ଼ିଆ ସିନେ ଜଗତର ସେହିଭଳି ଜଣେ ଲୋକପ୍ରିୟ ଅଭିନେତା ହେଉଛନ୍ତି ଚନ୍ଦନ କର। ଚନ୍ଦନ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ। ଅନେକ ଗୁଡ଼ିଏ ସିନେମାରେ ନାୟକ ଓ ଖଳନାୟକ ଭୂମିକାରେ ଜବରଦସ୍ତ ଅଭିନୟ କରି ବେଶ୍ ପ୍ରଶଂସା ସାଉଁଟିଛନ୍ତି ଚ ଚନ୍ଦନ।
ତେବେ କିଛି ସମୟର ବ୍ୟବଧାନ ପରେ ଏବେ ଏକ ସମ୍ପୂର୍ଣ ନୂଆ କାହାଣୀକୁ ନେଇ ଦର୍ଶକ ମାନଙ୍କୁ ମନୋରଞ୍ଜନ ର ଖୋରାକ ଦେବାକୁ ଆସୁଛନ୍ତି ଚନ୍ଦନ। ଖୁବ୍ ଶୀଘ୍ର ଚନ୍ଦନ ଙ୍କର ଏକ ନୂଆ ଫିଲ୍ମ ରିଲିଜ୍ ହେବାକୁ ଯାଉଛି। ଯାହାର ନାଆଁ ରହିଛି ମହର୍ଷି। ଏହି ଫିଲ୍ମ ଟି ପାଇକବୀର ଜୟୀ ରାଜଗୁରୁ ଙ୍କୁ ଜୀବନୀ କୁ ନେଇ ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ଜୟ ରାଜଗୁରୁ ଙ୍କ ଭୂମିକାରେ ଦର୍ଶକ ମାନେ ଚନ୍ଦନ ଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ପାଇବେ।
ହେଲେ ଆଜିକା ସମୟରେ ଓଡ଼ିଆ ଫିଲ୍ମ ର ଚାହିଦା ବେଶ୍ ହ୍ରାସ ପାଇଛି। ଦର୍ଶକ ମାନଙ୍କ ମନରେ ଓଡ଼ିଆ ସିନେମା କୁ ନେଇ ସେତେଟା ଆଗ୍ରହ ଦେଖିବାକୁ ମିଳୁନାହିଁ। ଓଡ଼ିଆ ଇଣ୍ଡଷ୍ଟ୍ରି ର ଏଭଳି ଏକ କଠିନ ସମୟରେ ଏହି ସିନେମା ବକ୍ସ ଅଫିସ୍ ରେ କଣ ରେକର୍ଡ କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି। ତେବେ ଏ ସବୁ ଭିତରେ ଏକ ସାକ୍ଷାତକାରରେ ଚନ୍ଦନ ଏହି ଫିଲ୍ମ ଟି ନିଶ୍ଚୟ ଭଲ ରେକର୍ଡ କରିବ ବୋଲି କହିଛନ୍ତି।
ଏହି ସାକ୍ଷାତକାର ସମୟରେ ଯେତେବେଳେ ତାଙ୍କୁ ପଚରା ଯାଇଥିଲା ଯେ , ଗୋଟିଏ ଗୋଟିଏ ସିନେମାର ଅସଫଳତା କଣ ଚନ୍ଦନ ଙ୍କୁ ହତୋତ୍ସାହିତ କରିଦିଏ? ଏହା ଉତ୍ତରରେ ସେ କହିଥିଲେ, ଯେଉଁମାନେ ସଫଳତା ରେ ବେସୀ ଉତ୍ସାହିତ ହୋଇପଡ଼ନ୍ତି ସେମାନଙ୍କୁ ଅସଫଳତା ହତୋତ୍ସାହିତ କରିଦିଏ।ବିଫଳତା ପରେ ହିଁ ସଫଳତା ମିଳେ ବୋଲି ବିଶ୍ୱାସ କରନ୍ତି ଚନ୍ଦନ।ତେଣୁକରି ସେ ବିଫଳତାକୁ ଡରନ୍ତି ନାହିଁ ।
ତେବେ ଜଣେ ଭଲ ଅଭିନେତା ସାଙ୍ଗକୁ ଚନ୍ଦନ ଆଇଟି ସେକ୍ଟର ରେ ମଧ୍ୟ କାର୍ଯ୍ୟରତ। ଏକା ସାଙ୍ଗରେ ଉଭୟ ଚାକିରି ଓ ଅଭିନୟକୁ ବେଶ୍ ଭଲ ଭାବରେ ତୁଲାନ୍ତି ଚନ୍ଦନ। ଏହି ସାକ୍ଷାତକାର ସମୟରେ ଯେତେବେଳେ ଚନ୍ଦନ ଙ୍କୁ ପଚରା ଯାଇଥିଲା ତାଙ୍କୁ ଅଭିନୟ ବେଶୀ ଭଲ ଲାଗେ ନାଁ ଆଇଟି ସେକ୍ଟର ରେ କାମ କରିବା? ଏହା ଉତ୍ତରରେ ଚନ୍ଦନ କହିଥିଲେ ଯେ ଦୁଇଟି ଯାକ କାମ ତାଙ୍କ ପାଇଁ ସମାନ ଗୁରୁତ୍ୱପୂର୍ଣ୍ଣ।